ETV Bharat / sports

ଆଇସିସି କ୍ରିକେଟ କମିଟିର ବଡ ନିଷ୍ପତ୍ତି: ବଦଳିବନି ବିବାଦୀୟ 'ଅମ୍ପାୟାରର୍ସ କଲ୍‌'

'ଅମ୍ପାୟର୍ସ କଲ୍‌' ଅପରିବର୍ତ୍ତିତ ରହିବ, ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା କମିଟି(ICC) ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ...

ICC Cricket Committee meet: 'Umpire's Call' stays, 3 changes to DRS and 3rd umpire protocols approved
ଆଇସିସି କ୍ରିକେଟ କମିଟିରେ ବଡ ନିଷ୍ପତ୍ତି: ବଦଳିବନି ବିବାଦୀୟ 'ଅମ୍ପାୟାରର୍ସ କଲ୍‌'
author img

By

Published : Apr 1, 2021, 9:44 PM IST

ଦୁବାଇ: ବଦଳିବନି ବିବାଦୀୟ 'ଅମ୍ପାୟାରର୍ସ କଲ୍‌' ନିୟମ । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା କମିଟି(ICC) ବୈଠକରେ ଏହି ନିଷ୍ପତ୍ତି ହୋଇଛି । 'ଅମ୍ପାୟର୍ସ କଲ୍‌' ଅପରିବର୍ତ୍ତିତ ରହିବା ନେଇ ଗୁରୁବାର ସ୍ପଷ୍ଟ କରିଛି କମିଟି । ଏଥିସହ ବୈଠକରେ ଡିଆରଏସ ନିୟମକୁ ଅଧିକ ସରଳ କରିବାକୁ 3ଟି ପରିବର୍ତ୍ତନ ଓ ଅମ୍ପାୟର ପ୍ରୋଟୋକଲକୁ ଅନୁମୋଦନ ମିଳିଛି ।

'ଅମ୍ପାୟାର୍ସ କଲ୍‌' ନେଇ ବର୍ତ୍ତମାନ ସମୟରେ ବଡ ବିବାଦ ଦେଖାଦେଇଛି । ଏକାଧିକ ପୂର୍ବତନ କ୍ରିକେଟର ଆଇସିସି ଡିସିସନ ରିଭ୍ୟୁ ସିଷ୍ଟମ(DRS) ନିୟମର ପୁନଃ ବିଚାର କରିବା ଉଚିତ ବୋଲି ମତ ଦେଇଛନ୍ତି । ପଡିଆରେ ଉପସ୍ଥିତ ଅମ୍ପାୟରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ରିଭ୍ୟୁ ଅମ୍ପାୟରଙ୍କ ପ୍ରାଥମିକ ନିର୍ଣ୍ଣୟ ଯୋଗୁଁ ଅପରିବର୍ତ୍ତିତ ରହିବା ନେଇ ଅସନ୍ତୋଷ ଦେଖାଦେଇଛି ।

କ୍ରିକେଟ କମିଟିରେ 'ଅମ୍ପାୟାର୍ସ କଲ୍‌' ନେଇ ସକରାତ୍ମକ ଆଲୋଚନା ହୋଇଛି ଓ ଏହାର ଗୁରୁତ୍ବ ନେଇ ସମସ୍ତ ଦିଗନେଇ ଚର୍ଚ୍ଚା ହୋଇଛି କହିଛନ୍ତି ଅନିଲ କୁମ୍ବଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.