ETV Bharat / sports

ବିଶ୍ବକପ ଫାଇନାଲ ମ୍ୟାଚ ଡ୍ରାମା ପରେ ବଦଳିଲା ସୁପର ଓଭର ନିୟମ

ନୂଆ ନିୟମ ଅନୁସାରେ ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚରେ ସୁପର୍ ଓଭର ଟାଇ ହେଉଛି, ତେବେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ତାହା ଜାରି ରହିବ । ମାତ୍ର ଗ୍ରୁପ ଷ୍ଟେଜ ମ୍ୟାଚରେ ସୁପର ଓଭର ଟାଇ ହେଲେ ମ୍ୟାଚ ଟାଇ ରହିବ।

author img

By

Published : Oct 15, 2019, 11:34 AM IST

ବଦଳିଲା ସୁପର ଓଭର ନିୟମ

ଦୁବାଇ: ଜୁଲାଇ 14ରୁ ଅକ୍ଟୋବର 14, ଠିକ୍‌ ତିନିମାସ ପରେ ବଦଳି ଗଲା ନିୟମ । ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ମଧ୍ୟରାତ୍ରିରେ ନୂଆ ଡ୍ରାମ କରିଛି । ଚଳିତ ବର୍ଷ ବିଶ୍ବକପ ଫାଇନାଲ ମ୍ୟାଚର କଣ୍ଟର୍ଭସିଆଲ ସୁପର ଓଭର ପରେ ଏହି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ନୂଆ ନିୟମ ଅନୁସାରେ ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚରେ ସୁପର୍ ଓଭର ଟାଇ ହେଉଛି, ତେବେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ତାହା ଜାରି ରହିବ।

ଉଲ୍ଲେଖଥାଉ କି, ଚଳିତ ବର୍ଷ ଜୁଲାଇ 14ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ସୁପର ଓଭରରେ ରୋମାଞ୍ଚକ ଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦୁଇ ଫାଇନାଲିଷ୍ଟଙ୍କ ମଧ୍ୟରେ ସୁପର ଓଭରର ଖେଳାଯାଇଥିଲା । ଫାଇନାଲରେ ଉଭୟ ଦଳ ସମାନ 241 ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର ଖେଳ ହୋଇଥିଲା । ସୁପର ଓଭରରେ ମଧ୍ୟ ଉଭୟ ଟିମ୍ ୧୫ ରନ ଲେଖାଏଁ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା । ଏହା ପରେ ଅଧିକ ବାଉଣ୍ଡ୍ରୀ ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ଏହି ବିବାଦୀୟ ନିୟମ ପରେ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।

ମାତ୍ର ଏବେ ଠିକ୍‌ ତିନିମାସ ପରେ ଏହି ନିୟମ ଏବେ ବଦଳି ଯାଇଛି । ଆଇସିସି ପକ୍ଷରୁ କୁହାଯାଇଛି ଯେ, ଆଇସିସିର ସମସ୍ତ ବଡ ଟୁର୍ଣ୍ଣାମେଣ୍ଟରେ ଏହି ନୂଆ ନିୟମ ଲାଗୁ ହେବ । ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଯାଉଥିବା ଟି-20 ବିଶ୍ବକପରେ ମଧ୍ୟରେ ଏହା ଲାଗୁ କରାଯିବ । ସେହିପରି ଆଇସିସିର ଦିନିକିଆ ଟୁର୍ଣ୍ଣାମେଣ୍ଟର ମଧ୍ୟ ଏହି ନୂଆ ନିୟମ ଲାଗୁ ହେବେ । ମାତ୍ର ଗ୍ରୁପ ଷ୍ଟେଜ ମ୍ୟାଚରେ ସୁପର ଓଭର ଟାଇ ହେଲେ ମ୍ୟାଚ ଟାଇ ରହିବ।

  • ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ଯଦି ଠିକ୍‌ ତିନିମାସ ପୂର୍ବରୁ ଆଇସିସି ଏହି ବିବାଦୀୟ ନିୟମରେ ପରିବର୍ତ୍ତନ ଆଣିଥାନ୍ତା , ତେବେ କିଏ ବିଶ୍ବ ବିଜେତା ହୋଇଥାନ୍ତା ?

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.