ETV Bharat / sports

2023 ମହିଳା ଟି-20: ଆଇସିସି ପକ୍ଷରୁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା

ଆରମ୍ଭ ହେଲା 2023 ମହିଳା ଟି-20 ବିଶ୍ବକପ ପାଇଁ କାଉଣ୍ଟଡାଉନ । ଅଧିକ ପଢନ୍ତୁ...

author img

By

Published : Dec 13, 2020, 7:13 PM IST

ICC announces qualification process for 2023 Women's T20 WC
2023 ମହିଳା ଟି-20: ଆଇସିସି ପକ୍ଷରୁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା

ଦୁବାଇ: ଆରମ୍ଭ ହେଲା 2023 ମହିଳା ଟି-20 ବିଶ୍ବକପ ପାଇଁ କାଉଣ୍ଟଡାଉନ । ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ ସୂଚୀ ଜାରି କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ।

ମୋଟ 10ଟି ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । 2023 ଫେବୃଆରୀ 9-26 ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । 30 ନଭେମ୍ବର 2021 ସୁଦ୍ଧା ଆଇସିସି ରାକିଂରେ ଥିବା ଶୀର୍ଷ 7ଟି ଟିମ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଅଷ୍ଟ୍ରେଲିଆରେ 2020 ଇଭେଣ୍ଟ ଖେଳିଥିବା 8ଟି ଟିମ ମଧ୍ୟ 2023 ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବେ । ମାତ୍ର ବାକି ଦୁଇଟି ସ୍ଥାନ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହି ପ୍ରକ୍ରିୟା ଅଗଷ୍ଟ 2021ରୁ 37 ଟିମ ମଧ୍ୟରେ ଖେଳାଯିବ । 2020 ମହିଳା ଟି-20 ବିଶ୍ବକପ ଯୋଗ୍ୟତା ଅର୍ଜନ ପ୍ରକ୍ରିୟା ଠାରୁ ଅଧିକ 10ଟି ଟିମକୁ ସାମିଲ କରାଯାଇଛି ।

ଭୁଟାନ, ବୋଷ୍ଟାନା, କେମରୁନ, ଫ୍ରାନ୍ସ, ମଲାୱି, ମିୟାମାଁର, ଫିଲିପାଇନ୍ସ ଓ ତୁର୍କୀ ଭଳି ଦେଶ ପ୍ରଥମ ଥର ପାଇଁ ଆଇସିସି ମହିଳା ଇଭେଣ୍ଟ ପାଇଁ ଲଢେଇ କରିବେ । ବିଶ୍ବର ପ୍ରାୟ ସମସ୍ତ ଭାଗରେ ମହିଳା କ୍ରିକେଟକୁ ପହଞ୍ଚାଇବାକୁ ଆଇସିସିର ଲକ୍ଷ୍ୟ

ରହିଛି । 2012 ପରେ ଆର୍ଜେଣ୍ଟିନା ଓ ବ୍ରାଜିଲ ମଧ୍ୟ ଆଇସିସି ମହିଳା ପ୍ରତିଯୋଗୀତାକୁ ଫେରିବେ ।

5ଟି ଅଞ୍ଚଳ ମିଶି ଏକ ଆଞ୍ଚଳିକ ଯୋଗ୍ୟତା ଅର୍ଜନ ଇଭେଣ୍ଟ ଅର୍ଜନ କରିବେ । ପ୍ରତ୍ୟେକ ଅଞ୍ଚଳର ଶୀର୍ଷ ମହିଳା ଦଳ 30 ନଭେମ୍ବର 2021 ସୁଦ୍ଧା ମହିଳା ଟି-20 ରାକିଂର ନିମ୍ନକ୍ରମରେ ଥିବା ଦୁଇଟି ଟିମ ସହ ସାମିଲ ହେବେ ।

ପରେ ଆଞ୍ଚଳିକ ଯୋଗ୍ୟତାଅର୍ଜନ ପ୍ରତିଯୋଗୀତାର ସର୍ବାଧିକ ପଏଣ୍ଟ ସହ ଶୀର୍ଷ ମାନ୍ୟତାରେ ଥିବା ଟିମ ନଭେମ୍ବର ସୁଦ୍ଧା ଚୟନ କରାଯିବ ।

ମୋଟ ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟାରେ 115ଟି ମହିଳା ଟି-20 ଆଇସିସି ଇଭେଣ୍ଟରେ ଖେଳାଯିବ । ଏହି ପ୍ରତିଯୋଗୀତା ଆଇସିସି ରାକିଂରେ ମହିଳା ଅନ୍ତର୍ଜାତୀୟ ମାନ୍ୟତାରେ ଉପରକୁ ଉଠିବାର ସୁଯୋଗ ସୃଷ୍ଟି କରିବ ।

"ଆସନ୍ତା ବର୍ଷ ଫେବୃଆରୀରୁ ପରବର୍ତ୍ତୀ ମହିଳା ଟି-20 ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆମ୍ଭ ହେବ ।" ଏହା କହିଛନ୍ତି ଆଇସିସି ମହିଳା କ୍ରିକେଟ ମ୍ୟାନେଜର ହଲି କଲଭିନ । ପ୍ରାୟ 7 ମାସରୁ ଅଧିକ ସମୟ ଧରି 115ଟି ମହିଳା ଟି-20 ଏହି ପ୍ରତିଯୋଗୀତାରେ ଖେଳାଯିବ । 5ଟି ଟିମ ପ୍ରଥମ ଆଇସିସି ମହିଳା ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ ବୋଲି କଲଭିନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.