ETV Bharat / sports

ବିଶ୍ବକପ୍‌ ପରେ ଅମ୍ପାୟାରିଂକୁ କହିବେ ଅଲବିଦା - ian gould

ଇଂଲଣ୍ଡର ଅନୁଭବି ଅମ୍ପାୟାର ଇୟାନ ଗୁଲ୍ଡ 30ମଇରୁ ଆରମ୍ଭ ହେଉଥିବା ବିଶ୍ବକପ୍‌ ପରେ ଅମ୍ପାୟାରିଂରୁ ସନ୍ନ୍ୟାସ ନେବେ । ଅନୁଭବି ଗୁଲ୍ଡ ଏଯାଏଁ 74ଟେଷ୍ଟ, 135 ଏକ ଦିବସୀୟ ଓ 37ଟି-20ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Apr 27, 2019, 10:46 AM IST

Updated : Apr 27, 2019, 11:31 AM IST

ନୂଆଦିଲ୍ଲୀ: 30ମଇରୁ ଆରମ୍ଭ ହେବ କ୍ରିକେଟ୍‌ ମହାକୁମ୍ଭ । ଏହି ବିଶ୍ବକପ୍‌ ପରେ ଇଂଲଣ୍ଡର 61ବର୍ଷୀୟ ଅନୁଭବି ଅମ୍ପାୟାର ଇୟାନ ଗୁଲ୍ଡ ନିଜ କ୍ୟାରିୟରରୁ ଅବସର ନେବେ । ତେବେ ଗୁଲ୍ଡ ବିଶ୍ବକପ୍‌ରେ 22ଟି ମ୍ୟାଚ୍‌ରେ ଅମ୍ପାୟାରିଂ କରିବେ । ଏହି ମହାକୁମ୍ଭରେ ମୋଟ 16ଜଣ ଅମ୍ପାୟାର ଓ 6ଜଣ ମ୍ୟାଚ୍‌ ରେଫରୀ ରହିବେ । ଗୁଲ୍ଡଙ୍କର ଏହା 4ର୍ଥ ବିଶ୍ବକପ୍‌ ।

ଇଂଲଣ୍ଡ ପକ୍ଷରୁ 1983 ମସିହାରେ ସେ ଜଣେ ଓ୍ବିକେଟ୍‌କିପର ଭାବେ ଖେଳିଥିବା ଗୁଲ୍ଡ ଏଯାଏଁ 74ଟେଷ୍ଟ, 135 ଏକ ଦିବସୀୟ ଓ 37 ଟି-20ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି ।

ଆଇସିସିର କ୍ରିକେଟ୍‌ ମହାପ୍ରନ୍ଧକ କହିଛନ୍ତି ଯେ, ଅମ୍ପାୟାରିଂ କ୍ଷେତ୍ରରେ ଗୁଲ୍ଡଙ୍କ ବଳିଷ୍ଠ ଯୋଗଦାନ ରହିଛି । ଯାହା ପ୍ରଶଂସନୀୟ । ଏଥିସହ ଗ୍ରାଉଣ୍ଡରେ ତାଙ୍କର ଅନୁପସ୍ଥିତି ଅନୁଭବ କରିବୁ । କିନ୍ତୁ ବିଶ୍ବାସ ଅଛି ଯେ, ସେ ଖେଳ ସହ ଆଜୀବନ ଜଡିତ ରହିବେ ।

Intro:Body:

SCS

Conclusion:
Last Updated : Apr 27, 2019, 11:31 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.