ETV Bharat / sports

ପ୍ରଥମ ଟେଷ୍ଟ ହିଁ ମୋର ଅନ୍ତିମ ଟେଷ୍ଟ ମ୍ୟାଚ ଭାବିଥିଲି: ସଚିନ - ପ୍ରଥମ ଟେଷ୍ଟ ହିଁ ମୋର ଅନ୍ତିମ ଟେଷ୍ଟ

1989 ରେ ସଚିନଙ୍କୁ ନିଜର ପ୍ରଥମ ଟେଷ୍ଟରେ ପାକିସ୍ତାନ ଇମ୍ରାନ ଖାନ, ୱାସିମ ଅକ୍ରମ ଏବଂ ୱକାର ୟୁନିସ ଭଳି ପେସ ବୋଲରଙ୍କୁ ସାମ୍ନା କରିବାକୁ ପଡିଥିଲା । 15 ରନରେ ଆଉଟ ହେବା ପରେ ସେ ଭାବିଥିଲେ ଏହା ତାଙ୍କର ପ୍ରଥମ ଓ ଶେଷ ମ୍ୟାଚ । ଅଧିକ ପଢ଼ନ୍ତୁ...

I was clueless on Test debut, thought had played my last game,  sachin tendulkar, debut test of sachin tendulkar, ପ୍ରଥମ ଟେଷ୍ଟ ହିଁ ମୋର ଅନ୍ତିମ ଟେଷ୍ଟ, ସଚିନଙ୍କ ଡେବ୍ୟୁ ଟେଷ୍ଟ
ପ୍ରଥମ ଟେଷ୍ଟ ହିଁ ମୋର ଅନ୍ତିମ ଟେଷ୍ଟ ମ୍ୟାଚ ଭାବିଥିଲି: ସଚିନ
author img

By

Published : Apr 25, 2020, 9:03 PM IST

ହାଇଦ୍ରାବାଦ: ପ୍ରଥମ ଟେଷ୍ଟକୁ ହିଁ ଅନ୍ତିମ ଟେଷ୍ଟ ବୋଲି ଭାବି ନେଇଥିଲେ ସଚିନ ତେନ୍ଦୁଲକର । ସଚିନ ଏନେଇ ନିଜେ ସ୍ପଷ୍ଟ କରିଛନ୍ତି । ସଚିନ କହିଛନ୍ତି ଯେ ତାଙ୍କର ଡେବ୍ୟୁ ଟେଷ୍ଟ ଖେଳିବା ବେଳେ ସେ ଧର୍ଯ୍ୟହରା ହୋଇପଡିଥିଲେ ଓ ମନ ଭିତରେ ଭାବିନେଇଥିଲେ ଯେ ସବୁ ଶେଷ ହୋଇ ଯାଇଛି ।

ଯେତେବେଳେ 24 ବର୍ଷ ପରେ ସଚିନ ଶେଷ ଥର ପାଇଁ ମଇଦାନ ଛାଡୁଥିଲେ ସେତେବେଳେ 200ଟି ଟେଷ୍ଟ ସହ କରି ଦେଇଥିଲେ ଅନେକ କୀର୍ତ୍ତିମାନ ।

‘‘ମୋର ସେଦିନ କୌଣସି ଧାରଣା ନଥିଲା । ମୁଁ ଏହା ସ୍ବୀକାର କରୁଛି । ମୁଁ ମୋର ପ୍ରଥମ ଟେଷ୍ଟ ମ୍ୟାଚ ଏମିତି ଖେଳିଥିଲି ଯେମିତି ଏହା ମୋର ସ୍କୁଲ ମ୍ୟାଚ ।’’ ସ୍କାଏ ସ୍ପୋଟ୍ସରେ ‘ନାସିର ମିଟ୍ସ ସଚିନ’ କର୍ଯ୍ୟକ୍ରମରେ ସଚିନ ନାସିରଙ୍କୁ ଏହା କହିଛନ୍ତି ।

1989 ରେ ସଚିନଙ୍କୁ ନିଜର ପ୍ରଥମ ଟେଷ୍ଟରେ ପାକିସ୍ତାନ ଇମ୍ରାନ ଖାନ, ୱାସିମ ଅକ୍ରମ ଏବଂ ୱକାର ୟୁନିସ ଭଳି ପେସ ବୋଲରଙ୍କୁ ସାମ୍ନା କରିବାକୁ ପଡିଥିଲା ।

ସେହି ଦିନକୁ ମନେ ପକାଇ ସଚିନ କହିଛନ୍ତି, “ୱାସିମ ଏବଂ ୱକାର ଶୀଘ୍ର ଶୀଘ୍ର ବୋଲିଂ କରୁଥିଲେ ଏବଂ ସେମାନେ ସର୍ଟ ବଲ ସହ ସମସ୍ତ ପ୍ରକାର ଭୟଭୀତ କରିବା ଭଳି କାର୍ଯ୍ୟକଶଳାପ କରୁଥିଲେ । ମୁଁ ସେପରି କୌଣସି ଜିନିଷ କେବେ ବି ଅନୁଭବ କରି ନଥିଲି, ତେଣୁ ତାହା ମୋ ପାଇଁ ବିଲକୁଲ ସୁଖଦ ନଥିଲା ।

“ବେଳେବେଳେ, ମୁଁ ସେମାନଙ୍କ ଗତି ଏବଂ ବାଉନ୍ସ ଦ୍ବାରା ମାଡ଼ ଖାଇଥିଲି, ଏବଂ ଯେତେବେଳେ ମୁଁ 15 ରନ କରି ଆଉଟ ହୋଇଥିଲି, ମୁଁ ଡ୍ରେସିଂ ରୁମକୁ ଫେରିବାବେଳେ ଲଜ୍ଜିତ ଅନୁଭବ କରୁଥିଲି ।

“ମୁଁ ନିଜକୁ ନିଜେ କହୁଥିଲି ‘ତୁମେ କ’ଣ କଲ, ତୁମେ ଏପରି କାହିଁକି ଖେଳିଲ’ ଯେତେବେଳେ ମୁଁ ଡ୍ରେସିଂ ରୁମରେ ପହଁଞ୍ଚିଲି, ମୁଁ ସିଧା ବାଥରୁମକୁ ଗଲି, ଏବଂ ମୁଁ ମୋ ଆଖିରେ ଲୁହ ଆସି ଯାଇଥିଲା,” କହିଛନ୍ତି ସଚିନ ।

ବର୍ତ୍ତମାନ ଅସଂଖ୍ୟ ବ୍ୟାଟିଂ ରେକର୍ଡର ଅଧିକାରୀ ତେନ୍ଦୁଲକର ସେହି ସମୟରେ ଅନୁଭବ କରିଥିଲେ ଯେ ସେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଯୋଗ୍ୟ ନୁହଁନ୍ତି ।

“ମୁଁ ଅନୁଭବ କଲି ଯେ ମୁଁ ସମ୍ପୂର୍ଣ୍ଣ ଅଯୋଗ୍ୟ। ମୁଁ ନିଜକୁ ଚାହିଁ ପ୍ରଶ୍ନ ପଚାରିଥିଲି: ‘ଲାଗୁଛି ଯେ ଏହା ତୁମର ପ୍ରଥମ ଏବଂ ଶେଷ ମ୍ୟାଚ ହେବ’ । ମୁଁ ଅନୁଭବ କରିଥିଲି ଯେ ମୁଁ ଏହି ସ୍ତରରେ ଖେଳିବାକୁ ସମର୍ଥ ନୁହେଁ । ମୁଁ ବିବ୍ରତ ହୋଇ ଖୁବ ଧର୍ଯ୍ୟହରା ଅନୁଭବ କରୁଥିଲି’’ ବୋଲି ତେନ୍ଦୁଲକର କହିଛନ୍ତି।

ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ଦଳର କୋଚ ରବି ଶାସ୍ତ୍ରୀଙ୍କ ସହ କଥାବାର୍ତ୍ତା ତାଙ୍କୁ ସାହାଯ୍ୟ କରିଥିଲା ।

“ରବି ଶାସ୍ତ୍ରୀଙ୍କ ସହ ହୋଇଥିବା କଥାବାର୍ତ୍ତା ମୋର ମନେ ଅଛି। ରବି କହିଥିଲେ, ‘ତୁମେ ଏହାକୁ ସ୍କୁଲ ମ୍ୟାଚ ଭଳି ଖେଳିଲ। ତୁମେ ଶ୍ରେଷ୍ଠ ବୋଲରଙ୍କ ବିପକ୍ଷରେ ଖେଳୁଛ, ତେଣୁ ସେମାନଙ୍କର ଦକ୍ଷତା ଏବଂ ସେମାନଙ୍କର ସାମର୍ଥ୍ୟକୁ ସମ୍ମାନ କରିବା ଆବଶ୍ୟକ ’।

“ତା’ପରେ ମୁଁ ରବିଙ୍କୁ କହିଥିଲି ଯେ ମୁଁ ସେମାନଙ୍କ (ପାକିସ୍ତାନ ବୋଲର) ପେସ ଦ୍ବାରା ପରାସ୍ତ ହୋଇଛି । ଯାହାପରେ ରବି କହିଥିଲେ : ‘ତାହା ବହୁତ କମ ଘଟେ, ତୁମେ ବ୍ୟସ୍ତ ହୁଅ ନାହିଁ । ତୁମେ କେବଳ ଯାଇ ସେଠାରେ ଅଧ ଘଣ୍ଟା ବିତାଇବାର ଆବଶ୍ୟକତା ରହିଛି ଏବଂ ତାପରେ ସେମାନଙ୍କ ଗତି ସହ ତୁମେ ଆଡଜଷ୍ଟ ହୋଇଯବ । ଏହା ପରେ ସବୁକିଛି ଠିକ ହୋଇଯିବ ’।

ତାପରେ ଦ୍ବିତୀୟ ଟେଷ୍ଟ ପାଇଁ ତେନ୍ଦୁଲକରଙ୍କୁ ଚୟନ କରାଯାଇଥିଲା ଏବଂ ସେ ନିଜ ଭିତରେ ଥିବା ସାମର୍ଥ୍ୟକୁ ଦେଖାଇ ଦେଇଥିଲେ । ସେହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ |

“ଯେତେବେଳେ ଫୈସଲାବାଦରେ ଦ୍ବିତୀୟ ଟେଷ୍ଟରେ ଖେଳିବାକୁ ମୋର ଚୟନ କରାଯାଇଥିଲା, ସେତେବେଳେ ମୋ ମନରେ କେବଳ ଗୋଟିଏ କଥା ଥିଲା, ମୁଁ ସ୍କୋରବୋର୍ଡକୁ ଦେଖିବି ନାହିଁ । ରନ ସ୍କୋର କରିବା କଥା ଚିନ୍ତା ନକରି ମୁଁ କେବଳ ଘଣ୍ଟାକୁ ଦେଖିବି ।

"ମୁଁ ଅଧ ଘଣ୍ଟା ବ୍ୟାଟିଂ କରିଥିଲି, ଏବଂ ମୁଁ ନିଜ ଭିତରେ ସହଜ ଭାବ ଅନୁଭବ କରିଥିଲି । ମୁଁ ସେହି ମ୍ୟାଚରେ 59 ରନ୍ ସ୍କୋର କରିଥିଲି ଏବଂ ଏହା ପରେ ସ୍ଥିତି ବଦଳିବାରେ ଲାଗିଲା," ବୋଲି ସଚିନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.