ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ର 2021ରେ ଶନିବାର ସନ୍ଧ୍ୟାରେ ହେବାକୁ ଯାଉଛି ଚଳିତ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ପ୍ରତିକ୍ଷିତ ମ୍ୟାଚ । ଏହି ମ୍ୟାଚକୁ ନେଇ ଫ୍ରାଞ୍ଚାଇଜ, ଖେଳାଳି ଓ ଫ୍ୟାନ୍ସଙ୍କ ଠୁ ସମସ୍ତେ ଉତ୍ସାହିତ । ଏହି କ୍ରମରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଉତ୍ସାହିତ ଥିବା କହିଛନ୍ତି ।
ନୂତନ ଭାବେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ବ ଭାର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ମିଳିଛି । ଫଳରେ ଆଇପିଏଲରେ ପ୍ରଥମ ଥର ପନ୍ତଙ୍କୁ ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବ । ନିୟମିତ କ୍ୟାପଟେନ ଶ୍ରେୟସ ଆୟର ଆହତ ହୋଇ ଆଇପିଏଲରୁ ବାଦ ପଡିବା ପରେ ଫ୍ରାଞ୍ଚାଇଜ ପନ୍ତଙ୍କୁ ଦିଲ୍ଲୀ ସେନାପତି ସଜାଇ, ପ୍ରଥମ ଆଇପିଏଲ ଟାଇଟେଲ ବିଜୟ ଲକ୍ଷ୍ୟରେ ରହିଛି ।
ଚେନ୍ନାଇ ସୁପରି କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚକୁ ନେଇ ଶାସ୍ତ୍ରୀ ଟ୍ବିଟରେ ଲେଖିଛନ୍ତି, "ଗୁରୁ ବନାମ ଚେଲା, ଆଜି ବହୁତ ମଜା ଆସିବ, ଷ୍ଟମ୍ପ ମାଇକ୍ ଶୁଣିବେ ନିଶ୍ଚିନ୍ତ ।"
ପୂର୍ବରୁ ନିଜେ ପନ୍ତ ମଧ୍ୟ ଏହି ମ୍ୟାଚକୁ ନେଇ ଉତ୍ସାହିତ ଥିବା କହିଛନ୍ତି । "ଧୋନିଙ୍କ ସହ ପ୍ରତିପକ୍ଷ କ୍ୟାପଟେନ ଭାବେ ଟସ୍ ଟାଇମରେ ସାମିଲ ହେବା ସ୍ବତନ୍ତ୍ର ହେବ । ମାଦି ଭାଇଙ୍କ ବିପକ୍ଷରେ ଆଇପିଏଲ ଟିମର କ୍ୟାପଟେନ ଭାବେ ପ୍ରଥମ ମ୍ୟାଚହେବ । ମୁଁ ତାଙ୍କଠାରୁ (ଧୋନିଙ୍କ ଠାରୁ) ଅନେକ କିଛି ଶିଖିଛି, ଓ ଅଭିଜ୍ଞତା ହାସଲ କରିଛି । ତାଙ୍କ ବିପକ୍ଷରେ ମ୍ୟାଚରେ ସେସବୁର ବ୍ୟବହାର କରି ମ୍ୟାଚରେ ବିଜୟୀ ହେବାନେଇ ଆଶାବାଦୀ ରହିଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ