ETV Bharat / sports

ଅଶ୍ବିନ ସୀମିତ ଓଭରରେ କମବ୍ୟାକ କରିବା ପରି ଲାଗୁନି: ସୁନୀଲ ଗାଭାସ୍କର

author img

By

Published : Feb 22, 2021, 10:23 AM IST

2017ରେ ଇଣ୍ଡିଜ ବିପକ୍ଷରେ ଅନ୍ତିମ ଦିନିକିଆ ମ୍ୟାଚ ଖେଳିଥିଲେ ଅଶ୍ବିନ । ଦଳରେ କୁଲଦୀପ ଓ ଚହଲଙ୍କୁ ସ୍ଥାନ ମିଳିବା ପରେ ସୀମିତ ଓଭରରେ ଅଶ୍ବିନଙ୍କୁ ସୁଯୋଗ ମିଳୁ ନାହିଁ ।

ଅଶ୍ବିନ ସୀମିତ ଓଭରରେ କମବ୍ୟାକ କରିବା ପରି ଲାଗୁନି: ସୁନୀଲ ଗାଭାସ୍କର
ଅଶ୍ବିନ ସୀମିତ ଓଭରରେ କମବ୍ୟାକ କରିବା ପରି ଲାଗୁନି: ସୁନୀଲ ଗାଭାସ୍କର

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ଟିମର ଜଣେ ମହତ୍ତ୍ବପୂର୍ଣ୍ଣ ଖେଳାଳି । ସେ ଆଇପିଏଲ ବି ଖେଳନ୍ତି । ଲିଗ୍‌ରେ ଭଲ ପ୍ରଦର୍ଶନ ସତ୍ତ୍ବେ ବି ସେ ଭାରତର ସୀମିତ ଓଭର ଟିମକୁ ଫେରିବେ ବୋଲି କେହି ଆଶା କରନ୍ତି ନାହିଁ ।

ସେ 2017ରେ ଇଣ୍ଡିଜ ବିପକ୍ଷରେ ଅନ୍ତିମ ଦିନିକିଆ ମ୍ୟାଚ ଖେଳିଥିଲେ । ଦଳରେ କୁଲଦୀପ ଓ ଚହଲଙ୍କୁ ସ୍ଥାନ ମିଳିବା ପରେ ସୀମିତ ଓଭରରେ ଅଶ୍ବିନଙ୍କୁ ସୁଯୋଗ ମିଳୁ ନାହିଁ ।

ଅଶ୍ବିନ ଭାରତ ପାଇଁ 111ଟି ଦିନିକିଆ ଖେଳି 675ରନ୍‌ ଓ 150 ଓ୍ବିକେଟ ହାସଲ କରିଛନ୍ତି । ଏଥିସହ 46ଟି ଟି-20 ମ୍ୟାଚ ଖେଳିବା ସହ 52ଟି ଓ୍ବିକେଟ ହାତେଇଛନ୍ତି । ବର୍ତ୍ତମାନ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି ଓ ଆଇପିଏଲରେ ସେ 154 ମ୍ୟାଚରେ 138 ଓ୍ବିକେଟ ହାତେଇଛନ୍ତି ।

ତେବେ ଅଶ୍ବିନଙ୍କ ସୀମିତ ଓଭରରେ କମବ୍ୟାକକୁ ନେଇ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଯେ, ମତେ ଲାଗୁନି ସେ ସୀମିତ ଓଭର ଦଳରେ କମବ୍ୟାକ କରି ପାରିବେ । ଭାରତ ପାଖରେ ନମ୍ବର-7 ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଭଳି ଅଲରାଉଣ୍ଡର ରହିଛନ୍ତି । ଦଳରେ ଜାଡେଜା ବି ଅଛନ୍ତି । ଏଥିଲାଗି ସେ ଜଣେ ଟେଷ୍ଟ ମ୍ୟାଚ ଖେଳାଳି ରହିବେ, ପ୍ରାୟ 6ବର୍ଷ ଯାଏଁ ସେ ସୀମିତ ଓଭରରେ ଏଣ୍ଟ୍ରି କରି ପାରିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.