ନୂଆଦିଲ୍ଲୀ: ଟିମ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିନଥିଲେ ଦକ୍ଷିଣ ଆଫ୍ରିକାର ଗ୍ୟାରୀ କିଷ୍ଟନ । ମାତ୍ର କୋଚ ପଦ ପାଇଁ ଭାରତରେ ପହଞ୍ଚିବାର 7ମିନିଟ ମଧ୍ୟରେ ତାଙ୍କୁ କୋଚ ପଦ ମିଳଥିଲା । ଏନେଇ ସେ ନିଜେ ଖୁଲାସା କରିଛନ୍ତି ।
!['I Don't have a vision': Kirsten recalls how he landed India coach's job in 7 minutes](https://etvbharatimages.akamaized.net/etvbharat/prod-images/kirsten-and-dhoni_0304newsroom_1585890468_60.jpg)
ମେଲ ଯୋଗେ ସୁନୀଲ ଗାଭାସ୍କରଙ୍କ ନିମନ୍ତ୍ରଣ ପରେ ଇଣ୍ଟରଭ୍ୟୁ ପାଇଁ ଭାରତ ଆସିଥିଲେ । ଗାଭାସ୍କର ତତ୍କାଳୀନ ମୁଖ୍ୟ କୋଚ ଚୟନକର୍ତ୍ତା କମିଟିର ସଦସ୍ୟ ରହିଥିଲେ । ତେବେ ଇଣ୍ଟରଭ୍ୟୁ ବେଶୀ ସମୟ ନୁହେଁ ବରଂ ମାତ୍ର କିଛି ମିନିଟ ପାଇଁ ହୋଇଥିଲା । ଏହାପରେ ଗ୍ରେଗ ଚାପେଲଙ୍କଙ୍କ ସ୍ଥାନରେ ସେ କୋଚ ନିଯୁକ୍ତ ହୋଇଥିଲେ ବୋଲି କହିଛନ୍ତି ଗ୍ୟାରୀ ।
!['I Don't have a vision': Kirsten recalls how he landed India coach's job in 7 minutes](https://etvbharatimages.akamaized.net/etvbharat/prod-images/702917-623466-gavaskar-sunil-110917_1506newsroom_1592199743_171.jpg)
ତେବେ ବର୍ଷ 2007ରେ ଯେତେବେଳ ସେ ଭାରତୀୟ କୋଚ ପଦ ପାଇଁ ଅଫର ପାଇଥିଲେ, ସେତେବେଳେ ତାଙ୍କର କୌଣସି କୋଚିଂ ଅଭିଜ୍ଞତା ନଥିଲା । ଫଳରେ ଅଫର ମିଳିବା ପରେ ଏହା ଅବିଶ୍ବସନୀୟ ଥିଲା ବୋଲି ଗ୍ୟାରୀ କିଷ୍ଟର୍ଣ୍ଣ ସ୍ବୀକାର କରିଛନ୍ତି ।
!['I Don't have a vision': Kirsten recalls how he landed India coach's job in 7 minutes](https://etvbharatimages.akamaized.net/etvbharat/prod-images/gary_kirsten_1506newsroom_1592199743_949.jpg)
"ସେତେବେଳେ ଭାରତୀୟ ଟିମର କ୍ୟାପଟେନ ଅନିଲ କୁମ୍ବଲେ ରହିଥିଲେ । ଏଠାକୁ କଣ କରିବାକୁ ଆସିଛ ? କୁମ୍ବଲେ ପଚାରିଥିଲେ । ଉତ୍ତରରେ ତୁମର କୋଚ ହେବାପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଛି " ବୋଲି ଗ୍ୟାରୀ କହିଥିଲେ ।
ବର୍ତ୍ତମାନର ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ତତ୍କାଳୀନ କୋଚ ଚୟନ କମିଟିର ସଦସ୍ୟ ଥିଲେ । ବିସିସିଆଇ ଅଧିକାରୀଙ୍କ ସହ ପ୍ରାୟ 7 ମିନିଟର ଇଣ୍ଟରଭ୍ୟୁ ପରେ କୋଚ ପଦ ମିଳିଥିଲା ବୋଲି ସେ କହିଛନ୍ତି।
!['I Don't have a vision': Kirsten recalls how he landed India coach's job in 7 minutes](https://etvbharatimages.akamaized.net/etvbharat/prod-images/ravi-shastri_1506newsroom_1592199743_754.jpg)
ଗ୍ୟାରୀ ଟିମ ଇଣ୍ଡିଆର ଅନ୍ୟତମ ସଫଳ କୋଚ ରହିଛନ୍ତି । ତାଙ୍କ ସମୟରେ ଭାରତୀୟ ଦଳ ବର୍ଷ 2009ରେ ଆଇସିସି ଟେଷ୍ଟ ମାନ୍ୟତାରେ ନଂ1 ସ୍ଥାନରେ ପହଞ୍ଚିଥିଲା । ଏହାର ଦୁଇବର୍ଷ ପରେ 2011 ଆଇସିସି ଦିନିକିଆ ବିଶ୍ବକପ ଟାଇଟେଲ ମଧ୍ୟ ହାସଲ କରିଥିଲା ଭାରତ । ତେବେ ଉଭୟ ସଫଳତା କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ସମୟରେ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ