ଆବୁଧାବି: ଆଇପିଏଲ 13ର ଏଲିମିନେଟର ମୁକାବିଲା ଆଜି ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ।
ଏହି ମୁକାବିଲାରେ ଯେଉଁ ଦଳ ହାରିବ , ସେହି ଦଳର ଏହା ଅନ୍ତିମ ମ୍ୟାଚ ରହିବ । ଆଉ ଯେଉଁ ଦଳ ଜିତିବ, ସେହିଦଳ କ୍ବାଲିଫାୟର2ରେ ପ୍ରଥମ କ୍ବାଲିଫାୟରରେ ପରାଜିତ ଦଳ ସହ ମୁହାଁମୁହିଁ ହେବ । ତେବେ ଓ୍ବାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଦଳ ଓ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ମଧ୍ୟରେ ଦର୍ଶକ ଦେଖିବାକୁ ପାଇବେ କଡା ମୁକାବିଲା ।
ହାଇଦ୍ରାବାଦ ଦଳରେ ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ବାମୀଙ୍କୁ ସ୍ଥାନ ମିଳିଛି । ଶାହା ଆହତ ହୋଇ ଆଜି ଏକାଦଶରୁ ବାଦ୍ ପଡିଛନ୍ତି । ସେହିପରି ଆରିସିବିର ଏକାଦଶ ଦଳରେ ପିଞ୍ଚକୁ ସ୍ଥାନ ମିଳିଛି । ଜାମ୍ପା, ନବଦୀପ ପୁଣି ଟିମକୁ ଫେରିଛନ୍ତି ।
ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର(କ୍ୟାପଟେନ), ଶ୍ରୀବତ୍ସ ଗୋସ୍ବାମୀ(ଓ୍ବିକେଟକିପର), ମନୀଷ ପାଣ୍ଡେ, କେନ ୱିଲିୟମସନ, ପ୍ରିୟମ ଗର୍ଗ, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଶାହାବାଜ ନଦିମ, ସନ୍ଦୀପ ଶର୍ମା, ଟି ନାଟାରାଜନ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଆରୋନ ଫିଞ୍ଚ, ଦେବଦତ୍ତ ପାଦିକ୍କାଲ, ବିରାଟ କୋହଲି (କ୍ୟାପଟେନ), ଏବି ଡି ଭିଲିୟର୍ସ (ୱିକେଟକିପର),ମୋଇନ ଅଲି, ୱାଶିଂଟନ୍ ସୁନ୍ଦର, ଶିଭମ୍ ଦୁବେ,ନବଦୀପ ସାଇନି, ଆଦାମ ଜାମ୍ପା,ମହମ୍ମଦ ସିରାଜ, ୟୁଜିବେନ୍ଦ୍ର ଚହଲ ।