ETV Bharat / sports

‘ଆଉ ଗୋଟିଏ ଓଭର’ କହି 90 ଓଭର ଖେଳିଥିଲେ ଦ୍ରାବିଡ ଓ ଲକ୍ଷ୍ମଣ - ଭିଭିଏସ ଲକ୍ଷ୍ମଣ

2001 ଇଡେନ ଗାର୍ଡେନର ଟେଷ୍ଟ ମ୍ୟାଚ କଥା ମନେ ପକାଇଲେ ଭିଭିଏସ ଲକ୍ଷ୍ମଣ । କହିଲେ ‘ଦ୍ରାବିଡ ଓ ମୁଁ ‘ଆଉ ଗୋଟିଏ ଓଭର’ କହି ଚତୁର୍ଥ ଦିନର ପୂରା 90 ଓଭର ଖେଳିଥିଲୁ’ । ଅଧିକ ପଢ଼ନ୍ତୁ...

VVS Laxam, Rahul Dravid, Laxman-dravid batted entire day, against Australia in 2001, 2001 Eden Garden test, one more over, ବାସ୍‌ ଆଉ ଗୋଟିଏ ଓଭର, ରାହୁଲ ଦ୍ରାବିଡ, ଭିଭିଏସ ଲକ୍ଷ୍ମଣ, 2001 ଇଡେନ ଗାର୍ଡେନ ଟେଷ୍ଟ
‘ବାସ୍‌ ଆଉ ଗୋଟିଏ ଓଭର’
author img

By

Published : May 16, 2020, 9:34 PM IST

ନୂଆଦିଲ୍ଲୀ: 2001ରେ ଇଡେନ ଗାର୍ଡେନଠାରେ ରାହୁଲ ଦ୍ରାବିଡ ଓ ଭିଭିଏସ ଲକ୍ଷ୍ମଣଙ୍କର 331 ରନର ଭାଗିଦାରୀ ବଳରେ ହାରିଯାଉଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ ଦେଇଥିଲା ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଟିମ । ଭାରତକୁ ଫଲୋ ଅନ ପାଇଁ କୁହାଯିବା ପରେ ଯେତେବେଳେ 4 ୱିକେଟ ପଡିଯାଇଥିଲା ପଡିଆରେ ଥିଲେ ଦ୍ରାବିଡ ଓ ଲକ୍ଷ୍ମଣ । 4ର୍ଥ ଦିନର ସମ୍ପୂର୍ଣ୍ଣ 90 ଓଭର ଖେଳିଥିଲେ ଏହି ଦୁଇ ବ୍ୟାଟ୍ସମ୍ୟାନ ।

ରାହୁଲ ଏହି ଇନିଂସରେ 180 ରନ କରିଥିବା ବେଳେ ଲକ୍ଷ୍ମଣ 283 ରନ କରିଥିଲେ । ଯାହାର ଫଳ ସ୍ବରୂପ ପ୍ରଥମ ଇନିଂସ ପରେ ଫଲୋ ଅନ ହୋଇଥିବା ଭାରତୀୟ ଦଳ 657/7 ରନର ବିଶାଳ ସ୍କୋର କରି ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଅନ୍ତିମ ଦିନରେ 384 ରନର ଲକ୍ଷ୍ୟ ଦେଇଥିଲା ।

ତେବେ ମ୍ୟାଚରେ ପଞ୍ଚମ ଦିନରେ 46 ରନରେ ଅଷ୍ଟ୍ରେଲିଆର 7 ୱିକେଟ ନେଇ ଅମିମାଂସିତ ହେବାକୁ ଥିବା ମ୍ୟାଚରେ ଭାରତକୁ ବିଜୟୀ କରିଥିଲେ ଭାରତୀୟ ବୋଲର ।

ତେବେ ସେହି ମ୍ୟାଚ ନେଇ ଲକ୍ଷ୍ମଣ ଏକ ସ୍ମୃତି ସେୟାର କରିଛନ୍ତି । ସେ କହିଛନ୍ତି ଯେ କିପରି ଚତୁର୍ଥ ଦିନରେ ଉଭୟ ରାହୁଲ ଓ ସେ ପରସ୍ପରକୁ ପ୍ରେରଣା ଦେଉଥିଲେ ।

‘‘ଆମେ ସମସ୍ତେ ଦେଶ ପାଇଁ ଖେଳିବା ପାଇଁ ବହୁତ ଗର୍ବ ଅନୁଭବ କରୁ ଏବଂ ଆମେ ସବୁବେଳେ ଭଲ କରିବାକୁ ଚାହୁଁ, ବିଶେଷ କରି କଠିନ ପରିସ୍ଥିତିରେ, କିନ୍ତୁ ରାହୁଲ ସେହି ସମଗ୍ର ଭାଗିଦାରୀ ସମୟରେ ଥରେ ମଧ୍ୟ ନିରାଶାର ଝଲକ ମଧ୍ୟ ଦେଖାଇ ନଥିଲ । ସବୁବେଳେ ଯେମିତି ଖେଳନ୍ତି ଆମେ ତାଙ୍କଠାରୁ ତାହା ଚାହିଁଥିଲୁ ଓ ସେ କରି ଦେଖାଇଥିଲେ,’’ ବୋଲି ଲକ୍ଷ୍ମଣ କହିଛନ୍ତି ।

“ପ୍ରତ୍ୟେକ ଓଭର ପରେ ପରସ୍ପରକୁ ଧର୍ଯ୍ୟ ଦେଉଥିଲୁ ଓ କେବଳ ଗୋଟିଏ କଥା କହୁଥିଲୁ, ‘ସାଙ୍ଗ, ଆଉ ଗୋଟିଏ ଓଭର’ । ଏହା ଆମ ଦୁହିଁଙ୍କ ପାଇଁ ବହୁତ ଭଲ ଶିକ୍ଷା ଥିଲା କାରଣ ଯେତେବେଳେ ଆପଣ ଏକ ବଡ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି, ସେତେବେଳେ ଆପଣ ବଡ଼ କରିବା ବିଷୟରେ ଚିନ୍ତା କରିପାରିବେ ନାହିଁ ।

‘‘ଆପଣଙ୍କୁ ପ୍ରଥମେ ଛୋଟ ଲକ୍ଷ୍ୟ ହାସଲ କରିବା ଉପରେ ଧ୍ୟାନ ଦେବାକୁ ପଡିବ । ଆମ ପାଇଁ ଲକ୍ଷ୍ୟ ହାସଲ କରିବାର ସବୁଠାରୁ ସହଜ ଉପାୟ ଥିଲା ଆପଣ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ବଲକୁ ଭଲ ଭାବରେ ଖେଳିବା ଏବଂ ନିଜ ସାଥୀଙ୍କୁ ଉତ୍ସାହିତ କରି କହିବା ଆମ ଦେଶ ପାଇଁ ଏହା କରିବାକୁ ପଡିବ । ରାହୁଲଙ୍କୁ ସେଦିନ ଭାଇରାଲ ଜ୍ବର ହୋଇଥିଲା ସେ ଅସୁସ୍ଥ ଥିଲେ, ମୁଁ ମୋ ପିଠି ପାଇଁ ସଂଘର୍ଷ କରୁଥିଲି ଏବଂ ଆମେ ପରସ୍ପରକୁ କହୁଥିଲୁ, “ବାସ୍‌ ଆଉ ଗୋଟିଏ ଓଭର ।” ଆଉ ଏହି କଥା ସହ ଆମେ ଚତୁର୍ଥ ଦିନର ସମ୍ପୂର୍ଣ୍ଣ 90 ଓଭର ବ୍ୟାଟିଂ କରି ଦେଇଥିଲୁ,’’ ବୋଲି ବୋଲି ଲକ୍ଷ୍ମଣ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.