ହାଇଦ୍ରାବାଦ: ଭାରତୀୟ ଦଳ ଆସନ୍ତା ମାସ କୋଲକାତା ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ରଚିବାକୁ ଯାଉଛି ଇତିହାସ । ଭାରତ ବାଂଲଦେଶ ମଧ୍ୟରେ 22 ନଭେମ୍ବରରେ ଖେଳାଯିବ ମ୍ୟାଚ । ଯାହାର ଫର୍ମାଟ ଡେ-ନାଇଟ ରହିବ । ଭାରତରେ ପ୍ରଥମ ଥର ଗୋଲାପି ବଲରେ ମ୍ୟାଚ ଖେଳାଯିବ ।
ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଡେ-ନାଇଟ ମ୍ୟାଚ ଖେଳି ନାହିଁ । ଏହାସହ ଏହି ମ୍ୟାଚ ଭାରତରେ ଖେଳାଯାଇଥିବା ପ୍ରଥମ ଡେ-ନାଇଟ ମ୍ୟାଚ ହେବ । ଯଦିଓ ପ୍ରଥମରୁ ଭାରତ ଏହାକୁ ନେଇ ରାଜି ନଥିଲା, ପରେ ନୂଆ କରି ବିସିସିଆଇ ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ସୌରଭ ଗାଙ୍ଗୁଲି ଅଧିନାୟକ ବିରାଟ କୋହଲିଙ୍କ ସହ ଏନେଇ କଥା ହୋଇଥିଲେ । ଯାହାପରେ ନିଷ୍ପତ୍ତି ବିସିବି ହାତରେ ଥିଲା । ତେବେ ମଙ୍ଗଳବାର ବିସିବି ବିସିସିଆଇର ପ୍ରସ୍ତାବକୁ ସ୍ବୀକାର କରିଛି ।
ଗାଙ୍ଗୁଲି ସବୁବେଳେ ଗୋଲାପି ବଲରେ ଖେଳିବା ସପକ୍ଷରେ ଥିଲେ । 2016-17ରେ ଯେତେବେଳେ ଟେକନିକାଲ ସମିତିର ସଦସ୍ୟ ଥିଲେ ସେତେବେଳେ ସେ ଘରୋଇ କ୍ରିକେଟରେ ମଧ୍ୟ ଗୋଲାପି ବଲର ବ୍ୟବହାର ନେଇ ସୁପାରିସ କରିଥିଲେ । ସେତେବେଳେ ମଧ୍ୟ ଗାଙ୍ଗୁଲି ଡେ-ନାଇଟ ମ୍ୟାଚର ସପକ୍ଷରେ ଥିଲେ ।
ଗାଙ୍ଗୁଲିଙ୍କ ମତରେ ଦିବା-ରାତ୍ର ଟେଷ୍ଟ ମ୍ୟାଚ ଟେଷ୍ଟ କ୍ରିକେଟକୁ ଅଧିକରୁ ଅଧିକ ଦର୍ଶକ ମିଳିଥାନ୍ତି। କିଛିଦିନ ଆଗରୁ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାଞ୍ଚିରେ ହୋଇଥିବା ଟେଷ୍ଟରେ ଦର୍ଶକଙ୍କ କମ ସଂଖ୍ୟାକୁ ନେଇ ମନ ଉଣା କରିଥିଲେ ଅଧିନାୟକ କୋହଲି ।
କେଉଁମାନେ ଖେଳିଛନ୍ତି ଡେ-ନାଇଟ ମ୍ୟାଚ
ଅନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 11ଟି ଡେ-ନାଇଟ ଟେଷ୍ଟ ମ୍ୟାଚ ଖେଳାଯାଇଛି । ସବୁଠାରୁ ଅଧିକ ମ୍ୟାଚ ଖେଳିବାର ରେକର୍ଡ ଅଷ୍ଟ୍ରେଲିଆ ନାଁରେ ରହିଛି । ଅଷ୍ଟ୍ରେଲିଆ ଖେଳିଛି ମୋଟ 5ଟି ଡେ-ନାଇଟ ମ୍ୟାଚ । ସେପଟେ ପାକିସ୍ତାନ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଓ ଇଂଲଣ୍ଡ ତିନୋଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏହାଛଡା ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା 2-2ଟି ଓ ଜିମ୍ବାୱେ ଗୋଟିଏ ମ୍ୟାଚ ଖେଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ