ଲଣ୍ଡନ: ସାଉଥମ୍ପଟନର ଏଜେସ ବୋଲରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଐତିହାସିକ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦୁଇ ଦଳର ନେତୃତ୍ବ ନେଉଛନ୍ତି ବେନ ଷ୍ଟୋକ୍ସ ଓ ଜେସନ ହୋଲ୍ଡର । ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି) ଅସ୍ଥାୟୀ ନିୟମ ଅନୁଯାୟୀ ଏହି ମ୍ୟାଚ ଏବଂ ସିରିଜର ବାକି ମ୍ୟାଚ କୋରୋନା ମହାମାରୀ ମଧ୍ୟରେ ଖେଳାଯିବ ।
ଏହାର ଅର୍ଥ ହେଉଛି ହାତ ମିଳାଇବା ଏବଂ ବଲକୁ ଛେପରେ ଚମକାଇବା ଅନୁମତି ନାହିଁ କିନ୍ତୁ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ ହୋଲ୍ଡର ଟସରେ ସେହି ନିୟକୁ ଭୁଲିଯାଇଥିବା ପରି ମନେ ହେଉଥିଲା । ଷ୍ଟୋକ୍ସ ଟସ ଜିତି ହୋଲ୍ଡରଙ୍କ ସହିତ ଏକ ଏଲବୋ ବମ୍ପ ପାଇଁ ଆଗେଇବା ବେଳେ କଲେ, ହୋଲ୍ଡର ହାତ ମିଳାଇବା ପାଇଁ ହାତ ବଢ଼ାଇଥିଲେ । ତେବେ ଏହି ଘଟଣା ପରେ ସମସ୍ତେ ଖୁବ ହସିଥିଲେ, ଏବଂ ଉଭୟ ଅଧିନାୟକ ନିଜ ନିଜ ଇଣ୍ଟରଭ୍ୟୁ ଦେଇଥିଲେ ।
-
This gives me goosebumps, even though it is just the toss!
— Nikhil 🏏 (@CricCrazyNIKS) July 8, 2020 " class="align-text-top noRightClick twitterSection" data="
Sanitize those hands, Ben Stokes! :D#ENGvWI pic.twitter.com/7tkJn40xzh
">This gives me goosebumps, even though it is just the toss!
— Nikhil 🏏 (@CricCrazyNIKS) July 8, 2020
Sanitize those hands, Ben Stokes! :D#ENGvWI pic.twitter.com/7tkJn40xzhThis gives me goosebumps, even though it is just the toss!
— Nikhil 🏏 (@CricCrazyNIKS) July 8, 2020
Sanitize those hands, Ben Stokes! :D#ENGvWI pic.twitter.com/7tkJn40xzh
ନୂତନ ନିୟମ ସହିତ କ୍ରୀଡା ଯଥେଷ୍ଟ ଭିନ୍ନ ଦେଖାଯିବ ବୋଲି ଟସ ବେଳେ ହିଁ ସ୍ପଷ୍ଟ ହୋଇଯାଇଥିଲା । ଏହିସମୟରେ ଷ୍ଟାଫ ଓ କ୍ୟାମେରା କ୍ରୁ କୁ ଛାଡ଼ିଦେଲେ ଷ୍ଟାଡିୟମରେ ଆଉ କେହି ନଥିଲେ । ପିଚରେ ଦୁଇଜଣ ଅଧିନାୟକ ଏବଂ ମ୍ୟାଚ ରେଫରି କ୍ରିସ୍ ବ୍ରଡ୍ ଥିବାବେଳେ ଏକ ରୋବୋଟିକ୍ କ୍ୟାମେରା ଫଟୋ ଗୁଡ଼ିକୁ ରିଲେ କରିଥିଲା।
ଦୁଇ ଅଧିନାୟକଙ୍କୁ ପ୍ରଶ୍ନ ପଚାରିବାକୁ କୌଣସି ଉପସ୍ଥାପକ ନଥିଲେ ଏବଂ ସେମାନେ ସେମାନଙ୍କର ସାକ୍ଷାତକାରକୁ କ୍ୟାମେରାରେ ଦେଇଥିଲେ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କିନ୍ତୁ ପ୍ରଥମ ଅଧିବେଶନ ଏବଂ ଦ୍ବିତୀୟ ଅଧିବେଶନର ଏକ ବଡ଼ ଅଂଶ ବର୍ଷାରେ ଧୋଇଗଲା ।
@IANS