ETV Bharat / sports

ଟେଷ୍ଟ କ୍ୟାପ ଗ୍ରହଣ କରିବା ମୋ କ୍ୟାରିୟରର ଶ୍ରେଷ୍ଠ ସଫଳତା: ପ୍ରଜ୍ଞାନ ଓଝା

author img

By

Published : Feb 22, 2020, 12:27 PM IST

ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି ଓଡିଆ ଖେଳାଳି ତଥା ଭାରତୀୟ ଦଳ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ।

highest-point-of-my-career-was-receiving-the-test-cap-pragyan-ojha
ଟେଷ୍ଟ କ୍ୟାପ ଗ୍ରହଣ କରିବା ମୋ କ୍ୟାରିଅରର ଶ୍ରେଷ୍ଠ ସଫଳତା: ପ୍ରଜ୍ଞାନ ଓଝା

ହାଇଦ୍ରାବାଦ: ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କରିଛନ୍ତି ଓଡିଆ ଖେଳାଳି ତଥା ଭାରତୀୟ ଦଳ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା । ଅବସର ଗ୍ରହଣ କରିବା ପରେ ଖବର ସରବରାହ ସଂସ୍ଥା aniକୁ ଦେଇଥିବା ସାକ୍ଷାତକାରରେ ପ୍ରଜ୍ଞାନ କହିଛନ୍ତି ଟେଷ୍ଟ କ୍ୟାପ ଗ୍ରହଣ କରିବା ମୋ କ୍ୟାରିୟରର ଶ୍ରେଷ୍ଠ ସଫଳତା ଥିଲା । ଏଥି ସହ ସଚିନଙ୍କ ଶେଷ ମ୍ୟାଚ ମୋ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଓ ସେହି ମ୍ୟାଚର ଉଭୟ ପାଳିରେ ମୋଟ 10 ୱିକେଟ ଅକ୍ତିଆର କରିବା ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ପ୍ରଜ୍ଞାନ ।

ପ୍ରଜ୍ଞାନ ଓଝା

ତେବେ ଆଇସିସି ମାନ୍ୟତାର 5ମ ସ୍ଥାନରେ ରହିଥିଲେ ଏହି ବାମହାତୀ ସ୍ପିନର । ଭୁବନେଶ୍ବରରେ ଜନ୍ମିତ ଏହି ଖେଳାଳି ଆଇପିଏଲର ଗୋଟିଏ ସିଜିନର କମଳା କ୍ୟାପ ବିଜେତା ରହିଛନ୍ତି । 2008ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ପ୍ରଜ୍ଞାନ । ଶେଷଥର ପାଇଁ 2013 ମସିହାରେ ସେ ଭାରତୀୟ ଜର୍ସିରେ ନଜର ଆସିଥିଲେ । ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କର ଦବଦବା ଜାରି ରହିଥିଲା । ତେବେ 15 ବର୍ଷ ଧରି ଭାରତୀୟ କ୍ରିକେଟକୁ ନିଜର ସମର୍ପଣ ଦେବା ପରେ ଶୁକ୍ରବାର ପ୍ରଥମ ଶ୍ରେଣୀ ଓ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି । ସେ ତାଙ୍କ କ୍ରିକେଟ ଯାତ୍ରା ସହ ଯୋଡି ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି । ହାଇଦ୍ରାବାଦ କ୍ରିକେଟ ଆସୋସିଏନ ପାଇଁ ଦୀର୍ଘ 14 ବର୍ଷ ହେବ ଖେଳିଥିବାରୁ ସେ ଆସୋସିଏସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଡେକାନ ଚାର୍ଜେସ ଓ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିଛନ୍ତି ପ୍ରଜ୍ଞାନ । ସେ ଭାରତୀୟ ଦଳ ପାଇଁ 24 ଟେଷ୍ଟ, 18ଟି ଦିନିକିଆ ଓ 6ଟି ଟି-20 ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ 113ଟି ୱିକେଟ, ଦିନିକିଆରେ 18ଟି ୱିକେଟ ଓ ଟି-20ରେ 21ଟି ୱିକେଟ ଏହି ବାମହାତୀ ସ୍ପିନର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.