ସିଡନି: ଆରମ୍ଭ ହୋଇଛି ଆଇସିସି ମହିଳା ଟି-20 କ୍ରିକେଟ ବିଶ୍ବକପର କାଉଣ୍ଟଡାଉନ । ଭାରତୀୟ ମହିଳା ଟିମ ବିଶ୍ବକପ ଟ୍ରଫି ବିଜୟର ଅନ୍ୟତମ ଦାବିଦାର ରହିଛି । ହରମନପ୍ରିତ କୌରଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଚଳିତ ଥର ବିଶ୍ବକପ ବିଜୟ ଲକ୍ଷ୍ୟରେ ରହିଛି।
ଆଡିଲେଡ ଗ୍ରାଉଣ୍ଡରେ ଫେବୃଆରୀ 21ରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ଡିଫେଣ୍ଡିଂ ଚମ୍ପିଆନ ଅଷ୍ଟ୍ରେଲିଆ ସହ ପ୍ରଥମ ମ୍ୟାଚ ଖେଳି ବିଶ୍ବକପ ଅଭିଯୋନ ଆରମ୍ଭ କରିବ ।
ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସମସ୍ତ 10 ଟିମର କ୍ୟାପଟେନ ଅଷ୍ଟ୍ରେଲିଆର ଟାରୋଙ୍ଗ ଚିଡିଆଖାନାରେ ମିଡିଆ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ହରମନପ୍ରିତ କହିଛନ୍ତି ଭାରତୀୟ ଦଳ ସକରାତ୍ମକ କ୍ରିକେଟ ଖେଳିବ। ଚମ୍ପିଆନ ହେବା ପାଇଁ ଶତ ପ୍ରତିଶତ ଚେଷ୍ଟା କରିବ ।
ଭାରତୀୟ ମହିଳା ଦଳ 2017 ବିଶ୍ବକପ ଫାଇନାଲରେ ମାତ୍ର 9 ରନ କରି ହରି ଚମ୍ପିଆନ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିଲା ।