ETV Bharat / sports

ହରମନପ୍ରିତଙ୍କ ଗୋଟିଏ ଇଂନିସ, ଯାହା ବଦଳାଇ ଦେଇଥିଲା ମହିଳା କ୍ରିକେଟ ପ୍ରତି ମାନସିକତା - ଅନ୍ତର୍ଜାତୀୟ କ୍ରିକେଟ ପରିଷଦ

ପଞ୍ଜାବର ଏକ ଛୋଟିଆ ସହରର ଝିଅ ହରମନପ୍ରିତ କୌରଙ୍କ ଏଭଳି ଗୋଟିଏ ଇଂନିସ, ଯାହା ବଦଳାଇ ଦେଇଥିଲା ମହିଳା କ୍ରିକେଟ ପ୍ରତି ଲୋକଙ୍କ ମାନସିକତା । ଅଧିକ ପଢନ୍ତୁ...

Harmanpreet Kaur
ହରମନପ୍ରିତ କୌର
author img

By

Published : Feb 16, 2020, 3:12 PM IST

ହାଇଦ୍ରାବାଦ: ବିଶ୍ବରେ କ୍ରିକେଟ ଏକ ଧର୍ମରେ ପରିଣତ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପୁରୁଷ କ୍ରିକେଟ ସହ ମହିଳା କ୍ରିକେଟକୁ ମଧ୍ୟ ବିଶେଷ ଗୁରୁତ୍ବ ଦେବା ଆରମ୍ଭ କରିଛି । 2017 ମହିଳା ବିଶ୍ବକପରେ ଆଇସିସି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ବିଶ୍ବରେ ସବୁଠୁ ଧନୀ ବୋର୍ଡ। ବିଶ୍ବ କ୍ରିକେଟକୁ ଭାରତୀୟ କ୍ରିକେଟର ବିଶେଷ ଅବଦାନ ରହିଛି । କ୍ରିକେଟର ଆଲୋଚନା ବେଳେ, ଏକାଧିକ ଭାରତୀୟ କ୍ରିକେଟରଙ୍କ ନାମ ବିଚାରକୁ ନିଆଯାଇଥାଏ । ତେବେ ସମୟ ବଦଳିବା ସହ ଭାରତରେ ମହିଳା କ୍ରିକେଟ ମଧ୍ୟ ସେହି ମାତ୍ରାରେ ଗ୍ରହଣୀୟ ହୋଇଛି । ମହିଳା ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନର କ୍ୟାପଟେନ ହରମନପ୍ରିତ କୌର 2017 ଆଇସିସି ମହିଳା ବିଶ୍ବକପ ସେମିଫାଇନାଲରେ ଖେଳିଥିବା ଇଂନିସକୁ ନେଇ କ୍ରିକେଟ ବିଚାରକ ଚର୍ଚ୍ଚା କରନ୍ତି। 115 ବଲରୁ 20 ଚୌକା ଓ 7 ଛକା ସହାୟତାରେ 171 ରନର ଇଂନିସ ଖେଳିଥିଲେ ହରମନପ୍ରିତ ।

womens-cricket
ହରମନପ୍ରିତ କୌର

ଏହି ହରମନପ୍ରିତଙ୍କ ଏହି ଇଂନିସ ପରେ ଭାରତୀୟ ମହିଳା କ୍ରିକେଟକୁ ନୂଆ ଦିଶା ମିଳିଥିଲା । ମିତାଲି ରାଜେଙ୍କ ନେତୃତ୍ବରେ ଭାରତୀୟ ମହିଳା ଦଳ 2017 ବିଶ୍ବକପ ଖେଳିଥିଲା । ସେମିଫାଇନାଲ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲିଆର ବିଶ୍ବ ମାନ୍ୟତାର ଏକ ନମ୍ବର ଦଳ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଥିଲା। ଏପରିକି ଗ୍ରୁପ ଷ୍ଟେଜରେ ମଧ୍ୟ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । ମାତ୍ର ଭାରତ ସେମି ମୁକାବିଲାରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଥିଲା ।

womens-cricket
ମିତାଲି ରାଜେ

ମ୍ୟାଚର ପ୍ରଥମ 25 ଓଭରରେ(42 ଓଭର) ଭାରତର ସ୍କୋର 101-3 ରହିଥିଲା। ଇନଫର୍ମ କ୍ୟାପଟେନ ମିତାଲି ରାଜେଙ୍କ ୱିକେଟ ମଧ୍ୟ ହରାଇ ସଙ୍କଟରେ ପଡିଥିଲା ଭାରତୀୟ ଦଳ। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ହରମନପ୍ରିତ। ଯୁବ ଖେଳାଳି ଦିପ୍ତି ଶର୍ମାଙ୍କ ସହ ଭାରତୀୟ ଇନିଂସକୁ ସମ୍ଭାଳିଥିଲେ ହରମନପ୍ରିତ । ମିତାଲି ରାଜେଙ୍କ ଆଉଟ ହେବାର ପରବର୍ତ୍ତୀ 2ଟି ଓଭରରେ ସେ କଙ୍ଗାରୁ ବୋଲରଙ୍କୁ ଜୋରଦାର ଆକ୍ରମଣ କରି 24 ରନ ସଂଗ୍ରହ କରିଥିଲେ । ଏହାପରେ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ ହରମନପ୍ରିତ । ଶତକ ହାସଲ ପରେ ତାଙ୍କର ଷ୍ଟ୍ରାଇକ ରେଟ 111.11 ରହିଥିଲା । ମାତ୍ର ଏହାପରେ ଶେଷ 25ଟି ବଲରେ ଷ୍ଟ୍ରାଇକ ରେଟ ଅବିଶ୍ବସନୀୟ 284 ହୋଇଥିଲା ।

womens-cricket
ହରମନପ୍ରିତ କୌର

ପଞ୍ଜାବର ଏକ ଛୋଟିଆ ସହରର ଝିଅଟିର ବ୍ୟାଟିଂ ଦେଖି ସେଦିନ ଦେଶତମାମ କ୍ରିକେଟପ୍ରେମୀଙ୍କ ହୃଦସ୍ପନ୍ଦନ ବଢିଯାଇଥିଲା । ଅନେକ କ୍ରିକେଟ ମହାରଥି ତାଜୁବ ହୋଇଯାଇଥିଲେ । ସାମାଜିକ ଗଣମାଧ୍ୟରେ ପରବର୍ତ୍ତୀ 7ଦିନ ହରମନପ୍ରିତଙ୍କ 171 ରନର ଇଂନିସର ଟ୍ରେଣ୍ଡ କରିଥିଲା । ଏମିତିକି 2017 ବର୍ଷର ସର୍ବାଧିକ ବ୍ୟବହାର ହୋଇଥିବା ହାସଟ୍ୟାଗ ହୋଇଥିଲା #WWC2017 । ହରମନପ୍ରିତଙ୍କ ଏହି ଇଂନିସ ଲୋକଙ୍କ ମନରେ ମହିଳା କ୍ରିକେଟକୁ ନେଇ ଥିବା ମାନସିକତାକୁ ବଦଳାଇବା ସହ, ନୂଆ ଏକ ସ୍ତରକୁ ନେଇଯାଇଥିଲା ।

womens-cricket
ହରମନପ୍ରିତ କୌର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.