ETV Bharat / sports

ପାଣ୍ଡ୍ୟା-ରାହୁଲ ବିବାଦ: ଉଭୟ ଦେବେ 20ଲକ୍ଷ ଜୋରିମାନା

ଭାରତୀୟ ବିଶ୍ବକପ ଦଳରେ ସାମିଲ ଥିବା ଦୁଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଦେବାକୁ ପଡିବ ଜୋରିମାନା । ତେବେ ଜୋରିମାନାର ମୂଲ୍ୟ ରହିଛି 20ଲକ୍ଷ ଟଙ୍କା ।

author img

By

Published : Apr 20, 2019, 9:48 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ ବିଶ୍ବକପ ଦଳରେ ସାମିଲ ଥିବା ଦୁଇ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କୁ ଦେବାକୁ ପଡିବ ଜୋରିମାନା । ତେବେ ଜୋରିମାନାର ମୂଲ୍ୟ ରହିଛି 20ଲକ୍ଷ ଟଙ୍କା । ଆମେ ମନେପକାଇ ଦେବାକୁ ଚାହୁଁଛୁ, ଚର୍ଚ୍ଚିତ ଟିଭି ଶୋ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ଉଭୟ କ୍ରିକେଟର । କ୍ରିକେଟରୁ କିଛି ଦିନର ବାସନ୍ଦ ପରେ ମଧ୍ୟ ତାଙ୍କ ବିରୋଧର ମକଦ୍ଦମା ଜାରି ରହିଥିଲା ।

pandya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଓମ୍ବୁଡସମ୍ୟାନ ଡି. କେ. ଜୈନଙ୍କ ନେତୃତ୍ବରେ ଗଠିତ କମିଟି ଆଜି ଏହି ମାମଲାର ଶେଷ ଶୁଣାଣି କରିଛନ୍ତି । ଶୁଣାଣି ଅନୁସାରେ ଉଭୟଙ୍କୁ ବିଶ୍ବକପ ମ୍ୟାଚ ପୂର୍ବରୁ 20ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ । ନଚେତ ଉକ୍ତ ରାଶି ଉଭୟଙ୍କ ମ୍ୟାଚ ଫିରୁ କଟାଯିବ ।

pandya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ବଲିଉଡ ଫିଲ୍ମ ମେକର କରନ ଜୋହରଙ୍କ ଶୋରେ ମହିଳାଙ୍କ ଉପରେ ଆପତ୍ତିଜନକ କମେଣ୍ଟ ଦେବା ପରେ ଉଭୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଥିଲା । ଏଥିଯୋଗୁଁ ସେମାନଙ୍କୁ ୩୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା ।

ତେବେ ନିର୍ଦ୍ଦେଶ ଅନୁଯାଇ, ଉଭୟେ ପାଣ୍ଡ୍ୟା ଓ ରାହୁଲ ଲକ୍ଷେ ଟଙ୍କା ଲେଖାଏଁ ୧୦ ଜଣ ସହିଦ୍ ପାରା ମିଲିଟାରୀ ଫୋର୍ସ କନଷ୍ଟେବଳଙ୍କ ପରିବାରକୁ ଦେବେ । ଭାରତ କେ ଭିର୍‌ ଆପ ଜରିଆରେ ଏହି ରାଶିକୁ ସେମାନେ ଟ୍ରାନ୍ସପର କରିବେ । ଏହାଛଡ଼ା ବଳକା ଅର୍ଥରାଶି ବ୍ଲାଇଣ୍ଡ କ୍ରିକେଟ୍ ଆସୋସିଏସନରେ ୪ମାସ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ପାଣ୍ଡ୍ୟା 11ଟି ଟେଷ୍ଟ ଓ 45ଟି ଦିନିକିଆ ଓ 38ଟି ଟି-20 ଖେଳିଥିବାବେଳେ ରାହୁଲ 34ଟି ଟେଷ୍ଟ 14ଟି ଦିନିକିଆ ଓ 27ଟି ଟି-20 ଖେଳିସାରିଛନ୍ତି । ଅନ୍ୟପଟେ ଉଭୟେ ବିଶ୍ବକପ ଦଳରେ ଚୟନ ହେବା ସହ ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ଉପରେ ଭାରତର ବଡ ଆଶା ରହିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.