ହାଇଦ୍ରବାଦ: ଭାରତୀୟ ସ୍ପିନ ଆଟାକର ଚର୍ଚ୍ଚିତ ଯୋଡି "କୁଳ୍ଚା" । ତେବେ ଏହି ଚା' ଅର୍ଥାତ୍ ଭାରତୀୟ ରିଷ୍ଟି ସ୍ପିନର ୟୁଜୁବେନ୍ଦ୍ର ଚହଳଙ୍କର ଆଜି ହେଉଛି ଜନ୍ମଦିନ । 'ବିସିସିଆଇ ଟିଭି'ର ଉପସ୍ଥାପକ ଚହଳଙ୍କ କିଛି ମଜାଦାର ଭିଡିଓ ପୋଷ୍ଟ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛି ଭାରତୀୟ କ୍ରିକେଟ ବୋର୍ଡ । ଏଥି ସହିତ ସାଥି ଖେଳାଳି ମଧ୍ୟ ଚହଳଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ଭାରତୀୟ ଦଳର ଓପନର ତଥା ଚହଳଙ୍କ ଘନିଷ୍ଠ ବନ୍ଧୁ ରୋହିତ୍ ଶର୍ମା ଏକ ନୂଆ ନାମରେ ଟ୍ବିଟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରୋହିତ୍ ଶର୍ମା ଟ୍ବିଟ କରି ଲେଖିଛନ୍ତି, "ହାବ୍ ଏ ବେଷ୍ଟ ବାର୍ଥ ଡେ ଗୋଟ୍" । ତେବେ ଚହଲଙ୍କୁ ସେ କାହିଁକି ଗୋଟ୍ ନାମ ଦେଇଛନ୍ତି, ତାହା ଉଲ୍ଲେଖ କରି ନାହାଁନ୍ତି । ରୋହିତ୍ଙ୍କ ବ୍ୟତୀତ ବିରାଟ କୋହଲି, ସୁରେଶ୍ ରାଇନା, ବିରେନ୍ଦ୍ର ସେହ୍ବାଗ୍, ଶିଖର ଧୱନ ଟ୍ବିଟ କରି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ତାଙ୍କ ଯୋଡିଦାର ତଥା ଭାରତୀୟ ଚାଇନାମ୍ୟାନ ସ୍ପିନ କୁଳଦୀପ୍ ଜାଦବ ଟ୍ବିଟ କରି ଲେଖିଛନ୍ତି, ହାପି ବର୍ଥ ଡେ "ଚା" ।
ତେବେ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ବିଶ୍ବକପ ଦଳରେ ସାମିଲ ଥିବା ଏହି କ୍ରିକେଟରଙ୍କ ନାମରେ ଟି-20 କ୍ରିକେଟର ରହିଛି ଏକ ବିରଳ ରେକର୍ଡ । ଚହଳ ପ୍ରଥମ ଭାରତୀୟ ସ୍ପିନର ଭାବରେ ଇଂଲଣ୍ଡ ବିପକ୍ଷ ଟି-20 ମ୍ୟାଚରେ 25ରନ ବ୍ୟୟରେ 6ଟି ୱିକେଟ ଅକ୍ତିଆର କରିଥିଲେ । ଏହି ବୋଲିଂ ଫିଗର କରିବାରେ ଚହଳ ଭାରତୀୟ ଦଳରେ ପ୍ରଥମ ସ୍ପିନର ବନିଛନ୍ତି ।
ତେବେ ଚହଲଙ୍କ ଜନ୍ମଦିନ ଅବସରରେ 'ଇଟିଭି ଭାରତ' ପରିବାର ତରଫରୁ ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ