ETV Bharat / sports

33 ବର୍ଷରେ ଟିମ ଇଣ୍ଡିଆର ନୂଆ 'ପ୍ରାଚୀର' ପୂଜାରା

33 ବର୍ଷରେ ଭାରତୀୟ କ୍ରିକେଟ ଟିମର ନୂଆ ପ୍ରାଚୀର(ୱାଲ୍‌) ଚେତେଶ୍ବର ପୂଜାରା । ପରାଜୟ ରୋକିବାକୁ ପିଠିରେ ସହିଯା'ନ୍ତି ପ୍ରତିପକ୍ଷଙ୍କ ପ୍ରହାର । ଅଧିକ ପଢନ୍ତୁ..

HAPPY BIRTHDAY: UNIQUE RECORDS MADE BY CHETESHWAR PUJARA
33ବର୍ଷରେ ଟିମ ଇଣ୍ଡିଆର ନୂଆ 'ପ୍ରାଚୀର' ପୂଜାରା
author img

By

Published : Jan 25, 2021, 4:07 PM IST

Updated : Jan 25, 2021, 5:12 PM IST

ହାଇଦ୍ରାବାଦ: ଟେଷ୍ଟ କ୍ରିକେଟରେ ଭାରତୀୟ କ୍ରିକେଟ ଟିମର ନୂଆ ପ୍ରାଚୀର ମାନ୍ୟତା ପ୍ରାପ୍ତ କରିଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ସୋମବାର 33ତମ ଜନ୍ମଦିନ ପାଳନ କରୁଛନ୍ତି । 25 ଜାନୁଆରୀ 1988ରେ ତାଙ୍କର ଜନ୍ମ ଗୁରୁରାଟର ରାଜକୋଟରେ ହୋଇଥିଲା ।

ଆଜିର ଦିନରେ ଯେତେବେଳେ ଅଧିକାଂଶ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକରେଟ ପଛରେ ଧାଉଁଛନ୍ତି, ପୂଜାରା କିନ୍ତୁ ସମସ୍ତଙ୍କଠୁ ନିଆରା ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଚଟାଣ ପରି ଦୃଢ ଭାବେ ପ୍ରତିପକ୍ଷ ବୋଲରଙ୍କ ସାମ୍ନାରେ ଠିଆ ହେବା ସହ ଭାରତର ପରାଜୟକୁ ପଛକୁ ଠେଲି ବିଜୟ ଆଡକୁ ନେଇଯାଆନ୍ତି । ତାଙ୍କର ଠାରେ ଏହା ଖାସ୍ ଯେ ଦ୍ରାବିଡଙ୍କ ପରେ ତାଙ୍କୁ (ୱାଲ) ପ୍ରାଚୀର କୁହାଯାଉଛି ।

HAPPY BIRTHDAY: UNIQUE RECORDS MADE BY CHETESHWAR PUJARA
33ବର୍ଷରେ ଟିମ ଇଣ୍ଡିଆର ନୂଆ 'ପ୍ରାଚୀର' ପୂଜାରା

ଏହାର ତାଜା ଉଦାହରଣ ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ମଧ୍ୟ ଅନେକବାର ନିଜର ନୂଆନାମ ସହ ଅଗଣୀତ କ୍ରିକେଟପ୍ରେମୀଙ୍କ ବିଶ୍ବାସକୁ ସଠିକ ପ୍ରମାଣିତ କରିଛନ୍ତି ଟିମ ଇଣ୍ଡିଆର ଦକ୍ଷ, ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ବର ପୂଜାରା ।

ବର୍ଷ 2010ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏହି ଖେଳାଳି । 204 ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରୁ ମଧ୍ୟ 15,814 ରନ ସଂଗ୍ରହ କରିଛନ୍ତି । ଏଥିସହ 53.07 ହାରରେ ବ୍ୟାଟିଂ କରିବା ସହ 50 ଶତକ ଓ 60 ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହାବ୍ୟତୀତ 5ଟି ଏକଦିବସୀୟ ମ୍ୟାଚ ମଧ୍ୟ ଖେଳିଛନ୍ତି । ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରିବା ସହ 5ଟି ମ୍ୟାଚରୁ 51 ରନ ସଂଗ୍ରହ କରିଛନ୍ତି ।

ତେବେ ଟେଷ୍ଟ କ୍ରିକେଟରେ ପୂଜାରା ଭାରତୀୟ ଟିମର ପ୍ରମୁଖ ଖେଳାଳି ରହିଛନ୍ତି । ଭାରତ ପାଇଁ ଏଯାବତ 81ଟି ଟେଷ୍ଟ ଖେଳିସାରିଥିବାବେଳେ, 47.74 ହାରରେ 6111 ରନ ସଂଗ୍ରହ କରିଛନ୍ତି । ଏଥିରେ 18 ଶତକ, 28 ଅର୍ଦ୍ଧଶତକ ଓ 3ଟି ଦ୍ବିଶତକୀୟ ଇଂନିସ ସାମିଲ ରହିଛି ।

ଜନ୍ମଦିନର ଖାସ୍ ଅବସରରେ ନଜର ପକାନ୍ତୁ ପୂଜାରାଙ୍କ କିଛି ପ୍ରମୁଖ ରେକର୍ଡ ଉପରେ-

1. ଚେତେଶ୍ବର ପୂଜାରା-ବିରାଟ କୋହଲିଙ୍କ ମଧ୍ୟରେ 222 ରନର ଭାଗିଦାରୀ ଦକ୍ଷିଣ ଆଫ୍ରିକାରେ ଭାରତର ତୃତୀୟ ସର୍ବବୃହତ ଭାଗିଦାରୀ ।

2. ଦ୍ରୁତତ୍ତମ 1000 ଟେଷ୍ଟ ରନ ସଂଗ୍ରହକାରୀ ଦ୍ବିତୀୟ ଭାରତୀୟ ଖେଳାଳି ।

3. ଦକ୍ଷିଣ ଆଫ୍ରିକାରେ କୌଣସି ବି ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ବାରା ଦ୍ବିତୀୟ ଇଂନିସରେ (153 ରନ)ସର୍ବାଧିକ ରନ ।

4. ଗୋଟିଏ ଟେଷ୍ଟ ପାଳିରେ ଜଣେ ଭାରତୀୟ ଖେଳାଳି ଭାବେ(525) ସର୍ବାଧିକ ବଲ୍‌ ଖେଳିଥିବା ବ୍ୟାଟ୍ସମ୍ୟାନ । ଏହି ସମୟରେ ପୂଜାରା 202 ରନର ପାଳି ମଧ୍ୟ ଖେଳିଥିଲେ ।

5. ପୂଜାରା ମାର୍ଚ୍ଚ 2017ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିଶତକ ହାସଲକରିବା ପରେ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନ ଦ୍ବିତୀୟରେ ପହଞ୍ଚିଥିଲେ ।

6. ପୂଜାରା ଭାରତର ଏପରି ତୃତୀୟ ବ୍ୟାଟ୍ସମ୍ୟାନ ଓ ବିଶ୍ବର ନବମ ବ୍ୟାଟ୍ସମ୍ୟାନ, ଯିଏକି ଗୋଟିଏ ଟେଷ୍ଟରେ ସମସ୍ତ 5ଦିନରେ ବ୍ୟାଟିଂ କରିଛନ୍ତି ।

7. ଏସିଆର ମହାଦେଶର ବାହାର ଗସ୍ତରେ ପ୍ରଥମ ଦିନ ଶତକୀୟ ପାଳି ଖେଳିଥିବା ସେ ଷଷ୍ଠ ଭାରତୀୟ ଖେଳାଳି ।

8. ସେ 6,000 ଟେଷ୍ଟ ରନ ସଂଗ୍ରହକାରୀ ଏକାଦଶତମ ଭାରତୀୟ କ୍ରିକେଟର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jan 25, 2021, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.