ETV Bharat / sports

ବିଶ୍ବ କ୍ରିକେଟର ସର୍ବାଧିକ ଟେଷ୍ଟ ୱିକେଟ ଅଧିକାରୀ ମୁଥିଆ ମୁରଲୀଧରନ - ମୁଥିଆ ମୁରଲୀଧରନ

କ୍ରିକେଟର ସର୍ବକାଳୀନ ବୋଲର ଭାବେ ବିବେଚିତ ହୋଇଥିବା ମୁଥିଆ ମୁରଲୀଥନ ଶୁକ୍ରବାର 48 ବର୍ଷ ବୟସରେ ପାଦ ଦେଇଛନ୍ତି ।

happy-birthday-muttiah-muralitharan-a-look-at-his-achievements
ବିଶ୍ବ କ୍ରିକେଟର ସର୍ବାଧିକ ଟେଷ୍ଟ ୱିକେଟ ଅଧିକାରୀ ମୁଥିଆ ମୁରଲୀଧରନ
author img

By

Published : Apr 17, 2020, 7:44 PM IST

ନୂଆଦିଲ୍ଲୀ: କ୍ରିକେଟର ସର୍ବକାଳୀନ ବୋଲର ଭାବେ ବିବେଚିତ ହୋଇଥିବା ମୁଥିଆ ମୁରଲୀଥନ ଶୁକ୍ରବାର 48 ବର୍ଷ ବୟସରେ ପାଦ ଦେଇଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ସର୍ବାଧିକ ୱିକେଟ୍ ନେଇଥିବା ବ୍ୟକ୍ତି ମୁଥିଆ ମୁରଲୀଧରନ |

ଶତାବ୍ଦୀର ପ୍ରାରମ୍ଭରେ ବିଶ୍ବ କ୍ରିକେଟ୍ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏହି ମହାନ ସ୍ପିନର । ଅଗଷ୍ଟ 1992 ରେ ଯେତେବେଳେ ସେ ଡେବ୍ୟୁ କରିଥିଲେ, କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଟେଷ୍ଟରେ ସର୍ବକାଳୀନ ସର୍ବାଧିକ ୱିକେଟ୍ ଅଧିକାରୀ ଥିଲେ ଏବଂ ସେହି ସମୟରେ ଶ୍ରେଷ୍ଠ ୧୦ଟି ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ସ୍ପିନର ନଥିଲେ । ମାତ୍ର ଅଷ୍ଟ୍ରେଲିଆର ଶେନ ୱାର୍ଣ୍ଣ ଏବଂ ଭାରତର ଅନିଲ କୁମ୍ବଲେ ଓ ମୁରଲୀଧରନ ଏହି ଧାରାରକୁ ବଦଳାଇ ଦେଇଥିଲେ । ମରଲୀ2004 ରେ ଆଇସିସି ବୋଲରଙ୍କ ର଼୍ୟାଙ୍କିଙ୍ଗର ଶୀର୍ଷରେ ରହିଥିଲେ ।

ମୁରଲୀଧରନ୍ 133 ଟେଷ୍ଟ ଖେଳିଥିଲେ । ଯେଉଁଥିରେ ସେ ରେକର୍ଡ 800 ୱିକେଟ୍ ନେଇଥିଲେ । ସେ 350 ମ୍ୟାଚରେ 534 ଟି ଦିନିକିଆ ୱିକେଟ୍ ନେଇଥିଲେ । ଏବଂ ତାଙ୍କୁ ଛୋଟ ଫର୍ମାଟରେ ମଧ୍ୟ ସଫଳ ବୋଲର ଭାବରେ ପରିଣତ କରାଯାଉଥିଲା । ସେ 2010 ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ଏବଂ ତାଙ୍କର ଶେଷ ଦିନିକିଆ ଭାରତ ବିପକ୍ଷରେ 2011 ବିଶ୍ୱକପ ଫାଇନାଲ ଥିଲା ଯାହା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ହାରି ଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.