ହାମିଲଟନ: ନ୍ୟୁଜିଲାଣ୍ଡର ସିଡନ ପାର୍କରେ ଖେଳାଯାଉଥିବା ତୃତୀୟ ଟି-20ରେ ଭ୍ରମଣକାରୀ ଭାରତ, ଘରୋଇ ନ୍ୟୁଜିଲାଣ୍ଡ ଆଗରେ 180 ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ପ୍ରଥମେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟି ଆମନ୍ତ୍ରଣ ପାଇଁ ଭାରତ 5 ୱିକେଟ ହରାଇ 179 ରନ ସଂଗ୍ରହ କରିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 65 ରନ ସଂଗ୍ରହ କରିଥିବା ବେଳେ ବିରାଟ କୋହଲି 38, ଲୋକେଶ ରାହୁଲ 27 ରନ କରିଥିଲେ। ସେହିପରି ମନୀଷ ପାଣ୍ଡେ 14 ଓ ରବିନ୍ଦ୍ର ଜାଡେଜା 10 ରନରେ ନଟ ଆଉଟ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବନେଟ 3ଟି ୱିକେଟ ଅକ୍ତିଆର କରିଥିବା ବେଳେ ମିଚେଲ ସାଣ୍ଟନର ଓ କୋଲିନ ଡି ଗ୍ରାଣ୍ଡହୋମ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି।