ETV Bharat / sports

ଇରଫାନଙ୍କୁ ଟ୍ରୋଲ କଲେ ଗମ୍ଭୀରଙ୍କ ଫ୍ୟାନ୍ସ

author img

By

Published : Oct 8, 2019, 6:15 PM IST

ପାକିସ୍ତାନି ପେସ ବୋଲର ମହମ୍ମଦ ଇରଫାନଙ୍କୁ କ଼ଡା ସମାଲୋଚନା କରିଛନ୍ତି ଭାରତୀୟ ଫ୍ୟାନ୍ସ । ଟିମ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଟିପ୍ପଣୀ କରିଥିଲେ ଇରଫାନ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନକୁ ପଡିଛି ଶନିଦଶା । ନିକଟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଳିତ ଜାତିସଂଘରେ ଦେଇଥିବା ଧମକପୂର୍ଣ୍ଣ ଭାଷଣ ପାଇଁ କଡା ସମାଲୋଚିତ ହୋଇଥିଲେ । ଭାରତରୁ ଇମ୍ରାନଙ୍କୁ ଚରମ ସମାଲୋଚନା ବାଣୀ ଶୁଣିବାକୁ ମିଳିଥିଲା । ଭାରତୀୟ କ୍ରିକେଟ ଜଗତର ଗୁଗଲିରେ କ୍ଳିନବୋଲ୍ଡ ହୋଇଥିଲେ ଇମ୍ରାନ ।

Gambhir's fan troll irfan
ଫଟୋ ସୌଜନ୍ୟ: twitter

ତେବେ ଏହି ଘଟଣା ଶେଷ ନହେଉଣୁ ଭାରତୀୟ ଫ୍ୟାନ୍ସଙ୍କ ଟାର୍ଗେଟରେ ଆଉଜଣେ ପାକିସ୍ତାନୀ କ୍ରିକେଟର । ସେ ହେଉଛନ୍ତି ପାକିସ୍ତାନୀ ପେସ ବୋଲର ମହମ୍ମଦ ଇରଫାନ । ଯଦିଓ ଏହି ଘଟଣାରେ ନିଜେ ସମାଲୋଚନାକୁ ବରଣ କରିଛନ୍ତି ଇରଫାନ । ଟିମ ଇଣ୍ଡିଆର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଟିପ୍ପଣୀ କରିବା ଇରଫାନଙ୍କୁ ମହଙ୍ଗା ପଡିଛି ।

Gambhir's fan troll irfan
ଫଟୋ ସୌଜନ୍ୟ: twitter

ଇରଫାନ କହିଛନ୍ତି ଗମ୍ଭୀରଙ୍କ କ୍ରିକେଟ କ୍ୟାରିୟରକୁ ସେ ଶେଷ କରିଛନ୍ତି । 2012 ଭାରତ-ପାକିସ୍ତାନ ଦ୍ବିପାକ୍ଷିକ ସିରିଜରେ ଇରଫାନ, ଗମ୍ଭୀରଙ୍କୁ 4ଥର ଆଉଟ କରିଥିବା କହିଛନ୍ତି । ଏଥିସହିତ ତାଙ୍କ ବଳକୁ ଖେଳିନପାରି ବାରମ୍ବାର ଆଉଟ ହେଉଥିଲେ ଗମ୍ଭୀର । ଏହାପରେ ଅନ୍ତଜାର୍ତୀୟ କ୍ରିକେଟରେ ଗମ୍ଭୀର ତାଙ୍କ ଫର୍ମ ଫେରିପାଇନଥିଲେ । ଏହି ସିରିଜ ପରେ ଗମ୍ଭୀରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା । ଏମିତି କିଛି ଏକ ସାକ୍ଷାତକାରରେ କହିଛନ୍ତି ମହମ୍ମଦ ଇରଫାନ ।

Gambhir's fan troll irfan
ଫଟୋ ସୌଜନ୍ୟ: twitter

ତେବେ ଏହାର ଜବାଜ ରଖିଛନ୍ତି ଭାରତୀୟ ଫ୍ୟାନ୍ସ । କିଛି ଫ୍ୟାନ୍ସ ଇରଫାନଙ୍କ କ୍ରିକେଟ କ୍ୟାରିୟରର ସଫଳତା ଘର ଶୂନ ବୋଲି କହିଛନ୍ତି । ଆଉ କେତେକ ଫ୍ୟାନ୍ସ କିଛି ମଦାଦାର ଭିଡିଓ ଟ୍ବିଟରରେ ପୋଷ୍ଟ କରି ଇରଫାନଙ୍କୁ ସମାଲୋଚନା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.