ETV Bharat / sports

ଅର୍ଜୁନ ଆଓ୍ବାର୍ଡ ପାଇବା ମୋର ସ୍ବପ୍ନ ଥିଲା: ଅଲରାଉଣ୍ଡର ଦିପ୍ତୀ ଶର୍ମା

author img

By

Published : Aug 25, 2020, 6:58 PM IST

ବିସିସିଆଇ ନିଟର ଟ୍ବିଟର ପେଜରେ ସେୟାର କରିଥିବା ଭିଡିଓରେ ଦୀପ୍ତି କହିଛନ୍ତି, ବହୁତ ଖୁସି ଅଛି । ପରିବାରରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି । ଏହା ମୋ ପାଇଁ ଏକ ଗର୍ବିତ ମୁହୂର୍ତ୍ତି । ଏହି ପୁରସ୍କାର ପାଇଁ ଆରମ୍ଭରୁ କଠିନ ପରିଶ୍ରମ କରିଛି ।

ଅର୍ଜୁନ ଆଓ୍ବାର୍ଡ ପାଇବା ମୋର ସ୍ବପ୍ନ ଥିଲା: ଅଲରାଉଣ୍ଡର ଦିପ୍ତୀ ଶର୍ମା
ଅର୍ଜୁନ ଆଓ୍ବାର୍ଡ ପାଇବା ମୋର ସ୍ବପ୍ନ ଥିଲା: ଅଲରାଉଣ୍ଡର ଦିପ୍ତୀ ଶର୍ମା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଏହି ଘୋଷଣା ପରେ 23ବର୍ଷୀୟ ଦୀପ୍ତି କହିଛନ୍ତି ଏହା ତାଙ୍କର ସ୍ବପ୍ନ ଥିଲା । ସେଥିପାଇଁ ସେ ଆରମ୍ଭରୁ କଠିନ ପରିଶ୍ରମ କରିଛନ୍ତି ।

ବିସିସିଆଇ ନିଟର ଟ୍ବିଟର ପେଜରେ ସେୟାର କରିଥିବା ଭିଡିଓରେ ଦୀପ୍ତି କହିଛନ୍ତି, ବହୁତ ଖୁସି ଅଛି । ପରିବାରରେ ମଧ୍ୟ ସମସ୍ତେ ଖୁସି ଅଛନ୍ତି । ଏହା ମୋ ପାଇଁ ଏକ ଗର୍ବିତ ମୁହୂର୍ତ୍ତି । ଏହି ପୁରସ୍କାର ପାଇଁ ଆରମ୍ଭରୁ କଠିନ ପରିଶ୍ରମ କରିଛି । ଆଉ ସିନିୟରଙ୍କ ଲିଷ୍ଟରେ ମୋ ନାଁ ଆସିବା ବହୁତ ବଡ କଥା । ଏଥିପାଇଁ ମୁଁ ବିସିସିଆଇ, ସରକାରଙ୍କୁ ଧନ୍ୟବାଦ ମୋ ନାଁ ଚୟନ କରିଛନ୍ତି ।

ଆଗ୍ରାର ଏହି ୟଙ୍ଗ ମହିଳା କ୍ରିକେଟର ଦୀପ୍ତି 2014ରେ ଦ.ଆଫ୍ରିକା ବିପକ୍ଷରେ ଦିନିକିଆ ଡେବ୍ୟୁ ମ୍ୟାଚ ଖେଳିଥିଲେ । ସେହିପରି ଟି-20 ଡେବ୍ୟୁ ମ୍ୟାଚ 2016ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ବର୍ତ୍ତମାନ ସୁଦ୍ଧା 54ଟି ଦିନିକିଆ ଓ 47ଟି ଟି20 ମ୍ୟାଚ ଖେଳିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.