ହାଇଦ୍ରାବାଦ: ଆଜି ଭାରତୀୟ ପୂର୍ବତନ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀରଙ୍କ 39 ତମ ଜନ୍ମଦିନ । ସେ 14 ଅକ୍ଟୋବର 1981 ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦୀପକ ଗମ୍ଭୀର ଏବଂ ମାତାଙ୍କ ନାମ ସେମ । ତାଙ୍କ ପତ୍ନୀଙ୍କ ନାମ ନତାଶା ଜୈନ। ।
-
2007 World T20-winner 🏆
— BCCI (@BCCI) October 14, 2020 " class="align-text-top noRightClick twitterSection" data="
2011 World Cup-winner 🏆
242 international matches, 10,324 runs 👌 👌
Wishing @GautamGambhir a very happy birthday. 🎂👏#TeamIndia pic.twitter.com/UaERKjQUOH
">2007 World T20-winner 🏆
— BCCI (@BCCI) October 14, 2020
2011 World Cup-winner 🏆
242 international matches, 10,324 runs 👌 👌
Wishing @GautamGambhir a very happy birthday. 🎂👏#TeamIndia pic.twitter.com/UaERKjQUOH2007 World T20-winner 🏆
— BCCI (@BCCI) October 14, 2020
2011 World Cup-winner 🏆
242 international matches, 10,324 runs 👌 👌
Wishing @GautamGambhir a very happy birthday. 🎂👏#TeamIndia pic.twitter.com/UaERKjQUOH
ଗୌତମ ଗମ୍ଭୀର 10 ବର୍ଷ ବୟସରୁ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ । ତେବେ ଏହି ପୂର୍ବତନ କ୍ରିକେଟର ଭାରତର ଦୁଇ ବିଜୟୀ ବିଶ୍ବକପ ଫାଇନାଲରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । 2011 ବିଶ୍ବକପ ଓ 2007 ଟି-20 ବିଶ୍ବକପରେ ଗମ୍ଭୀରଙ୍କ ଅର୍ଦ୍ଧଶତକୀୟ ପାଳି ଭାରତକୁ ବିଜୟ କରାଇଥିଲା ।
ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର- 58 ଟି ଟେଷ୍ଟ, 147 ଟି ଦିନିକିଆ ଏବଂ 37 ଟି-20 । ଯେଉଁଥିରେ ସେ ଯଥାକ୍ରମେ 4,154, 5,238 ଏବଂ 932 ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲରେ ସେ ଦିଲ୍ଲୀ ଓ କୋଲକତା ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି । ତେବେ ତାଙ୍କ ଜନ୍ମଦିନ ଅବସରରେ ଚାଲନ୍ତୁ ମନେପକାଇବା ତାଙ୍କର ଦୁଇ ବିଶ୍ବବିଜୟା ପାଳି ।
-
🖐️ Only 🇮🇳 player to score five centuries in consecutive Tests
— ICC (@ICC) October 14, 2020 " class="align-text-top noRightClick twitterSection" data="
👬 Scored 4412 Test runs with Virender Sehwag – the most by an Indian opening pair
🏅 India's highest run-scorer in the finals of the 2007 @T20WorldCup and 2011 @cricketworldcup
Happy birthday to @GautamGambhir 🎂 pic.twitter.com/VoEmpPJwjY
">🖐️ Only 🇮🇳 player to score five centuries in consecutive Tests
— ICC (@ICC) October 14, 2020
👬 Scored 4412 Test runs with Virender Sehwag – the most by an Indian opening pair
🏅 India's highest run-scorer in the finals of the 2007 @T20WorldCup and 2011 @cricketworldcup
Happy birthday to @GautamGambhir 🎂 pic.twitter.com/VoEmpPJwjY🖐️ Only 🇮🇳 player to score five centuries in consecutive Tests
— ICC (@ICC) October 14, 2020
👬 Scored 4412 Test runs with Virender Sehwag – the most by an Indian opening pair
🏅 India's highest run-scorer in the finals of the 2007 @T20WorldCup and 2011 @cricketworldcup
Happy birthday to @GautamGambhir 🎂 pic.twitter.com/VoEmpPJwjY
- 2007 ବିଶ୍ବକପ ଟି -20 ଫାଇନାଲ
ଜୋହାନ୍ସବର୍ଗରେ ପ୍ରଥମେ ବ୍ୟାଟିଂ କରି ଗମ୍ଭୀର ଭାରତ ପାଇଁ ନେତୃତ୍ୱ ନେଇଥିଲେ । ୱିକେଟ୍ ନିୟମିତ ବ୍ୟବଧାନରେ ପଡି ଚାଲିଥିବା ବେଳେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ରହିଥିଲେ । ତାଙ୍କର 54-ବଲ୍ 75 ଭାରତକୁ 157/5 ରେ ପହଞ୍ଚାଇଥିଲା । ଏହାର ଉତ୍ତରରେ, 2007 ରେ ଏମଏସ ଧୋନିଙ୍କ ନେତୃତ୍ୱାଧୀନ ଭାରତକୁ ପ୍ରଥମ ବିଶ୍ୱ ଟି -20 ଟାଇଟଲ ଦେବା ପାଇଁ ସକ୍ଷମ ହୋଇଥିଲା ।
- 2011 ଦିନିକିଆ ବିଶ୍ବକପ୍ ଫାଇନାଲ
ନିଃସନ୍ଦେହ ଯେ, ୱାଙ୍ଖେଡ ମୈଦାନରେ ଏହାଥିଲା ଗମ୍ଭୀରଙ୍କ ସର୍ବୋତ୍ତମ କ୍ରିକେଟିଂ ଇନିଂସ । ଧୋନିଙ୍କ ନେତୃତ୍ୱାଧୀନ ଦଳ 2011 ବିଶ୍ବକପ ଫାଇନାଲରେ 275 ରନର ପିଛା କରୁଥିବା ବେଳେ ଦଳୀୟ ସ୍କୋର 31/2ରେ ଦଳର ଦମ୍ଭ ଭାଙ୍ଗି ପଡିଥିଲା । ମାତ୍ର ଏହା ପରେ ଆରମ୍ଭ ହେଲା କୋହଲି- ଗମ୍ଭୀରଙ୍କ ବିଶ୍ବବିଜୟୀ ଭାଗିଦାରୀ ।
ପରେ କୋହଲି 35 ରନ୍ରେ ଆଉଟ ହେବା ପରେ ଦଳର ବ୍ୟାଟିଂ ଟଳମଳ ନଜର ଆସିଥିଲା । ପରେ ଅଧିନାୟକ ଧୋନିଙ୍କ ସହ ମିଶି ଚତୁର୍ଥ ୱିକେଟ୍ ପାଇଁ 109ରନର ଶକତୀୟ ଭାଗିଦାରି ଖେଳିଥିଲେ ଗମ୍ଭୀର । ତେବେ ଶତକୀୟ ପାଳି ଖେଳିବାରୁ ବଞ୍ଚିତ ହୋଇଥିବା ଗମ୍ଭୀର 97ରନ କରି ପାଭିଲିଅନ ଫେରିଥିଲେ । ମାତ୍ର ଆଉ ହେବା ପୂର୍ବରୁ ଦଳ ପାଇଁ ବିଜୟ ରାସ୍ତକୁ ସଫା କରି ଦେଇ ଯାଇଥିଲେ । ପରେ ଯୁବରାଜ ସିଂଙ୍କ ସହ ମିଶି ଦଳକୁ 2ୟ ବିଶ୍ବକପ ବିଜୟ କରିବରେ ସକ୍ଷମ ହୋଇଥିଲେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ