ETV Bharat / sports

ସାଇନିଙ୍କ ପ୍ରଦର୍ଶନକୁ ନେଇ ବେଦୀ-ଚୌହାନଙ୍କୁ ଗମ୍ଭୀରଙ୍କ କଡା ଜବାବ୍

author img

By

Published : Aug 4, 2019, 7:29 PM IST

ଇଣ୍ଡିଜ- ଭାରତ ମଧ୍ୟରେ ଖେଳା ଯାଇଥିବା ଟି-20 ସିରିଜର ପ୍ରଥମ ମ୍ୟାଚରେ ନବଦୀପ ସାଇନି ଡେବ୍ୟୁ କରିଛନ୍ତି । ଏହି ମ୍ୟାଚରେ ସାଇନି 17ରନ ଦେଇ 3ଟି ଓ୍ବିକେଟ ହାସଲ କରିଥିଲେ । ତାଙ୍କର ପ୍ରଦର୍ଶନ ଦେଖି ଗୌତମ ଗମ୍ଭୀର ଖୁସି ବ୍ୟକ୍ତ କରିଛନ୍ତି ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଦ୍ରୁତ ବୋଲର ନବଦୀପ ସାଇନି ଗତକାଲି ନିଜର ଡେବ୍ୟୁ ଟି-20 ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି । ତାଙ୍କର ପ୍ରଦର୍ଶନକୁ ଦେଖି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ)ର ସଦସ୍ୟଙ୍କୁ କଟାକ୍ଷ କରିଛନ୍ତି ।

ଟ୍ବିଟ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@GautamGambhir

ସୂଚନାଥାଉକି, ଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ସ୍କ୍ବାର୍ଡରେ ଦ୍ରୁତ ବୋଲର ନବଦୀପ ସାଇନି ସାମିଲ ହୋଇଛନ୍ତି । ଗତ କାଲି ସେ ନିଜର ଡେବ୍ୟୁ ଟି-20 ମ୍ୟାଚରେ ସର୍ବାଧିକ 3ଟି ଓ୍ବିକେଟ ହାସଲ କରିଛନ୍ତି । ଦମଦାର ପ୍ରଦର୍ଶନ ପାଇଁ ନବଦୀପ ସାଇନିଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ ପୁରସ୍କାର ମିଳିଛି । ଏହାପରେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ଡିଡିସିଏର ସଦସ୍ୟ ବିଶନ ସିଂ ବେଦୀ ଓ ଚେତନ ଚୌହାନଙ୍କୁ କଟାକ୍ଷ କରିଛନ୍ତି ।

ଗମ୍ଭୀର ନିଜର ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ପାଇଁ ନିଜର ଦମ୍‌ଦାର କ୍ୟାରିଅର ଆରମ୍ଭ କରିଥିବାରୁ ନବଦୀପ ସାଇନି ତୁମକୁ ଅଭିନନ୍ଦନ । ବୋଲିଂ କରିବା ପୂର୍ବରୁ ତମ ପାଖରେ 2ଟି ଓ୍ବିକେଟ (ବିଶନ ସିଂ ବେଦୀ ଓ ଚେତନ ଚୌହାନ) ଥିଲା । ସେମାନେ ସାଇନିଙ୍କ କ୍ରିକେଟ କ୍ୟାରିଅର ଆରମ୍ଭ ହେବା ପୂର୍ବରୁ ହିଁ ଶୋକ ସନ୍ଦେଶ ଲେଖିଥିଲେ । ଯାହା ଲଜ୍ୟାଜନକ !!!

ଖବର ମୁତାବକ, ଯେତେବେଳେ ଗମ୍ଭୀର ଦିଲ୍ଲୀର ରଣଜୀ ଟିମରେ ସାଇନିଙ୍କୁ ସାମିଲ କରିବାକୁ ଚାହୁଁଥିଲେ ,ସେହି ସମୟରେ ବେଦୀ ଓ ଚୌହାନ ତାଙ୍କର ନିଷ୍ପତ୍ତିରେ ସହମତ ହୋଇନଥିଲେ । କିନ୍ତୁ ଗମ୍ଭୀର ନିଜର ନିଷ୍ପତ୍ତିରେ ଅଟଳ ରହି ସାଇନିଙ୍କୁ ଦଳରେ ସାମିଲ କରିଥିଲେ । ଆଉ ତାପରେ ସେ ଦିଲ୍ଲୀର ଘରୋଇ କ୍ରିକେଟ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.