ETV Bharat / sports

ଅଷ୍ଟ୍ରେଲିଆକୁ ଜିତାଇଲେ ଗାର୍ଡନର-ସ୍କଟ

3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ଏଲେସ ଗାର୍ଡନରଙ୍କ 61 ରନ ବଳରେ, ନ୍ୟୁଜିଲାଣ୍ଡ ସାମ୍ନାରେ 139 ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ । ମାତ୍ର ସୋଫି ଡିଭାଇନଙ୍କ ନ୍ୟୁଜିଲାଣ୍ଡ ଟିମ ନିର୍ଦ୍ଧାରିତ 20 ଓଭରରେ 127 ରନ କରିପାରିଥିଲା ।

author img

By

Published : Sep 26, 2020, 8:41 PM IST

Gardner, Schutt shine in Australia's victory
ଅଷ୍ଟ୍ରେଲିଆକୁ ଜିତାଇଲେ ଗାର୍ଡନର-ସ୍କଟ

ବ୍ରିସବେନ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ମହିଳା ଟିମ । 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚରେ ଏଲେସ ଗାର୍ଡନରଙ୍କ 61 ରନ ବଳରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସାମ୍ନାରେ 139 ରନର ବିଜୟ ଲକ୍ଷ୍ୟ ରଖିଥିଲା । ମାତ୍ର ସୋଫି ଡିଭାଇନଙ୍କ ନ୍ୟୁଜିଲାଣ୍ଡ ଟିମ ନିର୍ଦ୍ଧାରିତ 20 ଓଭରରେ 127 ରନ କରିପାରିଥିଲା । ଫଳରେ 17 ରନରେ ବିଜୟୀ ହେବା ସହ 1-0ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

Gardner, Schutt shine in Australia's victory
ଅଷ୍ଟ୍ରେଲିଆ ବନାମ ଅଷ୍ଟ୍ରେଲିଆ ଟି-20

ଟି-20 ବିଶ୍ବକପରେ ପରେ ଉଭୟ ଟିମ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଆଲାନ ବର୍ଡର ଗ୍ରାଉଣ୍ଡରେ ଟସ ଜତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପରେ ଗାର୍ଡନରଙ୍କ 61 ରନର ଅର୍ଦ୍ଧଶତକୀୟ ଇଂନିସ ସହାୟତାରେ 138 ରନ କରିବାକୁ ସମର୍ଥ ହୋଇଥିଲା ଅଷ୍ଟ୍ରେଲିଆ ।

ମେଗାନ ସ୍କଟ

ଗାର୍ଡନଙ୍କ ଇଂନିସରେ 6ଟି ଚୌକା ଓ 3 ଛକା ସାମିଲ ରହିଛି । କ୍ୟାପଟେନ ମେଗ ଲାନିଙ୍ଗ 24 ଓରାଇକଲ ହେଇନିସ 23ରନ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ସୋଫି ଡିଭାଇନ 18 ର ବ୍ୟୟ କରି 3ଟି ୱିକେଟ ହାସଲ କରିଥିଲେ । ଲି ତାହୁହୁ, ରୋଜମେରୀ ମେୟର, ସୁଜି ବେଟସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏଲେସ ଗାର୍ଡନର

ପରେ 139 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡ 127 ରନ କରିପାରିଥିଲା । ଦଳ ପକ୍ଷରୁ ସୁଜି ବେଟସ 33, କ୍ୟାପଟେନ ସୋଫି ଡିଭାଇନ 29 ଓ କେଟି ମାର୍ଟିନ 21 ରନର ଇଂନିସ ଖେଳିଥିଲେ ।

ଦୁଇ ଟିମ ମଧ୍ୟରେ ଦ୍ବିତୀୟ ଟି-20 ମ୍ୟାଚ ରବିବାର ସମାନ ଗ୍ରାଉଣ୍ଡରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.