ETV Bharat / sports

ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର: ଆପୋଲୋ ହସ୍ପିଟାଲ - ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି

ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର । ଅଧିକ ପଢନ୍ତୁ...

Ganguly stable after being examined on Saturday: Apollo Hospital
ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର: ଆପୋଲୋ ହସ୍ପିଟାଲ
author img

By

Published : Jan 30, 2021, 9:40 PM IST

କୋଲକାତା: ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶନିବାର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପରେ ଆପୋଲୋ ହସ୍ପିଟାଲ ପକ୍ଷରୁ ଏହା କୁହାଯାଇଛି ।

"28 ଜାନୁଆରୀ, 2021ରେ କୋଲକାତାର ଆପୋଲୋ ଗ୍ଳେନେଗ୍ଳେସ ହସ୍ପିଟାଲରେ ସୌରଭ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଡାକ୍ତାର ଆଫତାବ ଖାନଙ୍କ ଦ୍ବାରା ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା । ବର୍ତ୍ତମାନ ସୁସ୍ଥ ଓ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।" ହସ୍ପିଟାଲ ପକ୍ଷରୁ ଜାରି ବିବୃତିରେ ଏହା କୁହାଯାଇଛି ।

ଆଫତାବ ଖାନ ଓ ତାଙ୍କର ଟିମରେ ଥିବା ଅଶ୍ବିନ ମେହଟ୍ଟା, ଜେବୀ ସେଟ୍ଟୀ, ଅଜିତ ଦେଶାଇ, ସରୋଜ ମଣ୍ଡଳ ଓ ସପ୍ତର୍ଷୀ ବସୁ ସଫଳତାର ସହ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଳାଷ୍ଟି କରିବା ସହ ଦୁଇଟି ଷ୍ଟ୍ରେଣ୍ଟ ଲଗାଇଥିବା ଗୁରୁବାର ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.