କଟକ: ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ ଟକ୍କର ପାଇଁ ପ୍ରାୟତଃ ଷ୍ଟାଡିୟମ ପ୍ରସ୍ତୁତ। ଦର୍ଶକଙ୍କ ପାଇଁ ବ୍ୟାନ ହୋଇଛି 7 ନମ୍ବର ଗ୍ୟାଲରୀ। ଫନିରେ ବ୍ୟାପକ କ୍ଷତି ହେବା ପରେ 7 ନମ୍ବର ଗ୍ୟାଲରୀକୁ ଆଗାମୀ ମ୍ୟାଚରୁ ବାଦ ଦେଇଛି ଓସିଏ।
ଯାହା ଦ୍ବାରା ଓସିଏ ହରାଇଛି 5 ହଜାରରୁ ଉର୍ଦ୍ଧ୍ବ ଟିକେଟ।
ଦର୍ଶକ ନିରାଶ ହେବେନି। 7 ନମ୍ବର ଗ୍ୟାଲେରୀରେ ନଜର ଆସିବ ପ୍ରମୁଖ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଚିତ୍ରପଟ । ଯାହାଦ୍ବାରା ଦର୍ଶକ ଖୁସିହେବା ସହ ପୂର୍ବତନ କ୍ରିକେଟରଙ୍କୁ ମନେ ପକେଇବ ବାରବାଟୀ। ଡିଏନଏ ଟିମ ସହ ଆଲୋଚନା ହୋଇଛି ଖୁବ ଶୀଘ୍ର ଏହି କାମ ଆରମ୍ଭ ହୋଇ ଶେଷ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ