ETV Bharat / sports

ଆରପାରିରେ ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥି, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ - ପୂର୍ବତନ ରଣଜୀ ଖେଳାଳି

ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥିଙ୍କ ଦେହାନ୍ତ ହୋଇଛି । 77 ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅଧିକ ପଢ଼ନ୍ତୁ...

ଆରପାରିରେ ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥି, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

author img

By

Published : Nov 4, 2020, 6:00 PM IST

Updated : Nov 4, 2020, 6:30 PM IST

ଭୁବନେଶ୍ବର: ଆରପାରିରେ ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥି । 77 ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ ଶାନ୍ତନୁ ଶତପଥି । ସେ ଓଡିଶା କ୍ରିକେଟରେ ଜଣେ ଦକ୍ଷ ଖେଳାଳି ଭାବରେ ପରିଚିତ ଥିଲେ। ଓଡିଶା କ୍ରିକେଟ ଆସୋସିଏସନରେ ତାଙ୍କର ବେଶ ଖ୍ୟାତି ରହିଥିଲା। ରଣଜୀ ଖେଳାଳି ଶାନ୍ତନୁ ଶତପଥିଙ୍କ ନିଧନରେ ଓସିଏରେ ଶୋକର ଛାୟା ଖେଳି ଯାଇଛି।

ଆରପାରିରେ ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥି, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଆରପାରିରେ ପୂର୍ବତନ ରଣଜୀ ଖେଳାଳି ଶାନ୍ତନୁ ଶତପଥି, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଶାନ୍ତନୁ ଶତପଥିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ,"ବିଶିଷ୍ଟ କ୍ରୀଡ଼ାବିତ ଶାନ୍ତନୁ ଶତପଥୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କ୍ରିକେଟ ଖେଳାଳି ଭାବେ ତାଙ୍କ କୀର୍ତ୍ତି ସର୍ବଦା ସ୍ମରଣୀୟ ହୋଇ ରହିବ। ମୁଁ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଶାନ୍ତନୁଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।"

ଶାନ୍ତନୁ ଶତପଥି 1943 ମସିହା ମାର୍ଚ୍ଚ 10 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଓଡିଶା ସମେତ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶ ପାଇଁ ରଣଜୀ କ୍ରିକେଟ ମ୍ୟାଚ ଖେଳି ପରିଚିତ ହୋଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରରେ ମୋଟ 26 ଟି ମ୍ୟାଚ ଖେଳିଥିଲେ । ସେଥିମଧ୍ୟରୁ 278 ରନ ସଂଗ୍ରହ କରିବା ସହ 69 ୱେକେଟ ଅକ୍ତିଆର କରିବାରେ ସଫଳ ହୋଇଥିଲେ । ଫାଷ୍ଟ କ୍ଲାସ କ୍ୟାରିୟରରେ ସେ ସର୍ବଶ୍ରେଷ୍ଟ 78 ରନ ଦେଇ 8ଟି ୱିକେଟ ନେଇଥିଲେ। ଶାନ୍ତନୁ ଶତପଥିଙ୍କ ଦେହାନ୍ତ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି। ଏହି ଦକ୍ଷ ଅଲରାଉଣ୍ଡରଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି ଓସିଏ ନୂଆ କମିଟି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 4, 2020, 6:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.