କରାଚି(ପାକିସ୍ତାନ): ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ସାନା ମୀର ଶୁକ୍ରବାର କୋରୋନା ଭାଇରସକୁ କବଳରୁ ସୁସ୍ଥ ହୋଇଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ସାନା, କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ।
-
Thank you for all your prayers and love. I have tested negative, spent some time with family and now back to work. 🙏🏽💕#CommBox #OneDayCup pic.twitter.com/1kMSBXYInI
— Sana Mir ثناء میر (@mir_sana05) January 29, 2021 " class="align-text-top noRightClick twitterSection" data="
">Thank you for all your prayers and love. I have tested negative, spent some time with family and now back to work. 🙏🏽💕#CommBox #OneDayCup pic.twitter.com/1kMSBXYInI
— Sana Mir ثناء میر (@mir_sana05) January 29, 2021Thank you for all your prayers and love. I have tested negative, spent some time with family and now back to work. 🙏🏽💕#CommBox #OneDayCup pic.twitter.com/1kMSBXYInI
— Sana Mir ثناء میر (@mir_sana05) January 29, 2021
କୁଇଦ-ଇ-ଅଜାମ'ଟ୍ରଫିର ଫାଇନାଲ ମ୍ୟାଚରେ ପାକିସ୍ତାନ କ୍ରିକେଟ ବୋର୍ଡ(PCB) କମେଣ୍ଟ୍ରି ପ୍ୟାନେଲରେ ରହିଥିଲେ ସାନା । ତେବେ ମ୍ୟାଚର ତୃତୀୟ ଦିନ କିଛି ଲକ୍ଷଣ ଦେଖାଯିବା ପରେ, ସେ ଟେଷ୍ଟ କରାଇଥିଲେ ଓ ପରେ ରିପୋର୍ଟ ପଡିଥିବା ଥିବା ଜଣାପଡିଥିଲା ।
ସାନା କୋରୋନାରୁ ସୁସ୍ଥ ହେବା ପରେ ଶୁକ୍ରବାର ଆରୋଗ୍ୟ କାମନା କରିଥିବା ସମଲ୍ତ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କର ରିପୋର୍ଟ ନେଗେଟିଭ ଥିବା କହିଛନ୍ତି । ପରିବାର ସହ କିଛି ସମୟ ବିତାଇବା ପରେ ଖୁବଶ୍ରୀଘ୍ର କାର୍ଯ୍ୟରେ ଯୋଗ ଦେବେ ବୋଲି କହିଛନ୍ତି ।
ସାନା ଗତବର୍ଷ ଏପ୍ରିଲ 25ରେ 15 ବର୍ଷର ଦୀର୍ଘ କ୍ରିକେଟ କ୍ୟାରିୟରକୁ ବିରାମ ଦେଇଥିଲେ । ପାକିସ୍ତାନ ପକ୍ଷରୁ ସେ 226ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହ ବର୍ଷ 2009ରୁ 2017 ପର୍ଯ୍ୟନ୍ତ 137ଟି ମ୍ୟାଚରେ ପାକିସ୍ତାନ ଟିମର ନେତୃତ୍ବ ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ