ଲାହୋର: ପୂର୍ବତନ ପାକିସ୍ତାନ କ୍ୟାପଟେନ ସାହିଦ ଆଫ୍ରିଦୀ କୋରୋନା ପଜିଟିଭ ଥିବା ଜଣାପଡିଛି । ଏକ ଭାବପୂର୍ଣ୍ଣ ଟ୍ବିଟ କରି ନିଜେ ଆଫ୍ରିଦୀ ଏନେଇ ସୂଚନା ଦେଇଛନ୍ତି ।
ଟ୍ବିଟରେ ଆଫ୍ରିଦୀ ଲେଖିଛନ୍ତି, ଗତ ଗୁରୁବାର ଠାରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ କୋଭିଡ-19 ଟେଷ୍ଟ କରାଇଥିଲେ । ଏହାପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।
ଆଫ୍ରିଦୀ ମହାମାରୀ କୋରୋନା ଭାଇରସ ଲକଡାଉନରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ କାର୍ଯ୍ୟ କରୁଥିଲେ । ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଓ ହରଭଜନ ସିଂହଙ୍କୁ ମଧ୍ୟ ସହଯୋଗ ଲୋଡିଥିଲେ । ତେବେ ପରେ କାଶ୍ମୀର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବାପରେ, ଭାରତୀୟ କ୍ରିକେଟରଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ