ହାଇଦ୍ରାବାଦ: 41 ବର୍ଷରେ ପାଦ ଦେଲେ ଟିମ ଇଣ୍ଡିଆର ବିସ୍ପୋଟକ ଓପନର ବିରେନ୍ଦ୍ରେ ସେହୱାଗ । ଦିଲ୍ଲୀର ନଜାବଗଡରେ 1978 ଅକ୍ଟୋବର 20ରେ ସେହ୍ବାଗଙ୍କ ଜନ୍ମ ହୋଇଥିଲେ । ଭାରତୀୟ କ୍ରିକେଟରେ ସେହୱାଗ ଏକ ପରିଚିତ ନାମ ।
ଟେଷ୍ଟ କ୍ରିକଟରେ ସେହୱାଗଙ୍କ ନାମରେ 2ଟି ତ୍ରୀଶତକ ହାସଲ କରିବାର ରେକର୍ଡ । ପାକିସ୍ତାନ ବିପକ୍ଷରେ ମୁଲତାନରେ ପ୍ରଥମ ତ୍ରୀଶତକ ହାସଲ କରିଥିଲେ ସେହୱାଗ । ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ କ୍ୟାରିୟରର 2ୟ ତ୍ରୀଶତକ ହାସଲ କରିଥିଲେ । ଏହାବ୍ୟତୀତ ଏକାଧିକ ଥର ସେହୱାଗ 300 ମାଇଲଷ୍ଟୋନକୁ ଅତିକ୍ରମ କରିବାର ସୁଯୋଗ ପାଇଁ ହାତଛଡା କରିଛନ୍ତି ।
2009 ମୁମ୍ବାଇ ବ୍ରାବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ 293 ରନର ଦମଦାର ପାଳି ଖେଳିଥିଲେ । 2009ରୁ 210 ମଧ୍ୟରେ 15ଟି ଇଂନିଂସ ମଧ୍ୟରୁ 5ଟି ଅର୍ଧଶତକ ଓ 6ଟି ଶତକ ହାସଲ କରିଥିଲେ ।
2011ରେ ସଚିନଙ୍କ ପରେ 2ୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରିଥିଲେ ।