ନୂଆଦିଲ୍ଲୀ: କୋରୋନା କବଳରୁ କେହି ବାଦ ପଡୁନାହାନ୍ତି । ସ୍ବାସ୍ଥ୍ୟକର୍ମଚାରୀ, କ୍ରିକେଟର, ରାଜନେତା, ଅଭିନେତା ଓ ସାଧାରଣ ଜନତା ସମସ୍ତେ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି । ସଦ୍ୟ ସୂଚନା ଅନୁଯାୟୀ କ୍ରିକେଟରରୁ ରାଜନେତା ପାଲଟିଥିବା ଚେତନ ଚୌହାନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ତାଙ୍କୁ ସଞ୍ଜୟ ଗାନ୍ଧୀ PGI ହସ୍ପିଟାଲ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ଚେତନ ଚୌହାନ ଲୋକସଭାର ପୂର୍ବତନ ସାଂସଦ ଓ ଅନ୍ତର୍ଜାତୀୟ କ୍ରିକେଟର ରହିଛନ୍ତି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରରେ ସେନା କଲ୍ୟାଣ, ହୋମ ଗାର୍ଡ PRD ଓ ସିଭିଲ ସିକ୍ୟୁରିଟି ମନ୍ତ୍ରଣାଳୟ କ୍ୟାବିନେଟରେ ମନ୍ତ୍ରୀ ରହିଛନ୍ତି । ଚୌହାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ କୋଭିଡ-19 ଟେଷ୍ଟ କରାଯାଉଛି । ସମସ୍ତ ସଦସ୍ୟ କ୍ବାରେଣ୍ଟିନରେ ରହିଛନ୍ତି ।
ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ପୂର୍ବରୁ, ପାକିସ୍ତାନ କ୍ୟାପଟେନ ସାହିଦି ଆଫ୍ରିଦି, ସ୍ପକଟାଲାଣ୍ଡର ମଜିଜ ହକ ସଂକ୍ରମଣର ଶିକାର ହୋଇଛନ୍ତି । ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ରହିଛନ୍ତି ।
ଟିମ ଇଣ୍ଡିଆ ପାଇଁ 7ଟି ଅନ୍ତର୍ଜାତୀୟ ଦିନିକିଆ ଓ 40ଟି ଟେଷ୍ଟ ଖେଳିଛନ୍ତି ଚେତନ ଚୌହାନ । ଟେଷ୍ଟ କ୍ରିକେଟରେ 16 ଅର୍ଦ୍ଧଶତକ ସହ, ତାଙ୍କ ନାମରେ 2,084 ରନ ରହିଛି । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସହ ଓପନିଂ ପାର୍ଟନର ରହିଥିଲେ ଚୌହାନ । ଟେଷ୍ଟରେ 97 ରନ ତାଙ୍କର ସର୍ବାଧିକ ରନ । ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ ସହ ମଧ୍ୟ ସେ କାର୍ଯ୍ୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ