ETV Bharat / sports

ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନା ମୀରଙ୍କ ଅବସର ଘୋଷଣା - ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ

କ୍ରିକେଟରୁ ଅବସର ଘୋଷଣା କେଲେ ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନା ମୀର । ଅଧିକ ପଢ଼ନ୍ତୁ...

Sana Mir, former captain of Pakistan, Sana Mir announces retirement, ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ସନା ମୀରଙ୍କ ଅବସର ଘୋଷଣା
ସନା ମୀରଙ୍କ ଅବସର ଘୋଷଣା
author img

By

Published : Apr 26, 2020, 12:59 AM IST

କରାଚି: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନା ମୀର ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । 15 ବର୍ଷର ସଫଳ କ୍ୟାରିୟରରେ ଜବନିକା ଟାଣିଛନ୍ତି ସନା ।

ଏକ ସଫଳ କ୍ୟାରିଅରରେ, 34 ବର୍ଷୀୟ ମୀର 226 ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେଥି ମଧ୍ୟରୁ 2009 ରୁ 2017 ପର୍ଯ୍ୟନ୍ତ ଅଧିନାୟକ ଭାବେ 137 ଖେଳିଛନ୍ତି ସନା ।

ମୀର କହିଛନ୍ତି ଯେ, “ଗତ କିଛି ମାସ ମୋତେ ଚିନ୍ତା କରିବାର ସୁଯୋଗ ଦେଇଛି। ମୁଁ ଅନୁଭବ କରୁଛି ଯେ ମୋ ପାଇଁ ଆଗକୁ ବଢ଼ିବାର ଏହା ଉପଯୁକ୍ତ ସମୟ । ମୋର ବିଶ୍ବାସ ଯେ ମୁଁ ମୋ ଦେଶ ତଥା ଖେଳ ପାଇଁ ମୋ ଦକ୍ଷତାର ଶ୍ରେଷ୍ଠ ଅବଦାନ ଦେଇଛି। ”

ସନା ସେ ସମସ୍ତଙ୍କୁ ମନେ ପକାଛନ୍ତି ଯେଉଁମାନେ ତାଙ୍କୁ ତାଙ୍କ ଯାତ୍ରାରେ ସାହାଯ୍ୟ କରିଥିଲେ ।

‘ଏହା ମୋ ପାଇଁ ଏକ ସମ୍ମାନ ଅଟେ। ମୋର କ୍ୟାରିୟର ତଥା ମହିଳା କ୍ରିକେଟ ବିକାଶରେ ସେମାନଙ୍କର ଅବଦାନ ପାଇଁ ମୁଁ ସମସ୍ତ କର୍ମଚାରୀ, ଖେଳାଳି, ଗ୍ରାଉଣ୍ଡ ଷ୍ଟାଫ ଏବଂ ଅନ୍ୟ ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି । ମହିଳା କ୍ରିକେଟକୁ ନିରନ୍ତର ସମର୍ଥନ କରିଥିବାରୁ ମୁଁ ଆଇସିସିକୁ କୃତଜ୍ଞତା ଜଣାଉଛି,’ କହିଛନ୍ତି ସନା ।

ଶେଷରେ ସନା ସମଗ୍ର ବିଶ୍ବରେ ସମସ୍ତ କ୍ରିକେଟ ପ୍ରଶଂସକ ଏବଂ ସମର୍ଥକଙ୍କୁ 15 ବର୍ଷ ମଧ୍ୟ ଧରି ସେମାନଙ୍କ ପ୍ରେମ, ସମର୍ଥନ ଏବଂ ଉତ୍ସାହ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.