ETV Bharat / sports

ବିଜୟ ହଜାରେ ଟ୍ରଫି: ୟୁପି ବିପକ୍ଷରେ ଶ୍ରୀସାନ୍ତଙ୍କ ଘାତକ ବୋଲିଂ - ଶ୍ରୀସାନ୍ତଙ୍କ ଘାତକ ବୋଲିଂ

ସଦ୍ୟ ସମାପ୍ତ ଆଇପିଏଲ ମିନି ନିଲାମିରେ କୌଣସି ଟିମ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀସାନ୍ତଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଶ୍ରୀସାନ୍ତ ନିଲାମ ପାଇଁ ନିଜର ବେସ୍‌ ପ୍ରାଇସ 75 ଲକ୍ଷ ଟଙ୍କା ରଖିଥିଲେ । ଅଧିକ ପଢନ୍ତୁ...

five wickets haul for Sreesanth in vijay hazare trophy vs up
ବିଜୟ ହଜାରେ ଟ୍ରଫି: ୟୁପି ବିପକ୍ଷରେ ଶ୍ରୀସାନ୍ତଙ୍କ ଘାତକ ବୋଲିଂ
author img

By

Published : Feb 22, 2021, 5:30 PM IST

ହାଇଦ୍ରାବାଦ: କ୍ରିକେଟ ଜଗତରେ ପୁଣି ଏସ.ଶୀସାନ୍ତଙ୍କ ନାମ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବିଜୟ ହଜାରେ ଟ୍ରଫିରେ ଉତ୍ତର ପ୍ରଦେଶ ବିପକ୍ଷରେ ଗୋଟିଏ ଇଂନିସରେ 5 ୱିକେଟ ଦଖଲ କରିବା ସହ କ୍ରିକେଟ କ୍ୟାମ୍ପରେ ଉଷ୍ମତା ଭରିଦେଇଛନ୍ତି । ଶ୍ରୀସାନ୍ତ ଘାତକ ବୋଲିଂ ସହ 65 ରନ ବ୍ୟୟରେ 5 ଖେଳାଳିଙ୍କୁ ପାଭିଲିୟନର ରାସ୍ତା ଦୋଖାଇଛନ୍ତି ।

five wickets haul for Sreesanth in vijay hazare trophy vs up
ଏସ. ଶ୍ରୀସାନ୍ତ

ସଦ୍ୟ ସମାପ୍ତ ଆଇପିଏଲ ମିନି ନିଲାମିରେ କୌଣସି ଟିମ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ. ଶ୍ରୀସାନ୍ତଙ୍କୁ କିଣିବାକୁ ଆଗ୍ରହ ଦେଖାଇନଥିଲେ । ଶ୍ରୀସାନ୍ତ ନିଲାମ ପାଇଁ ନିଜର ବେସ୍‌ ପ୍ରାଇସ 75 ଲକ୍ଷ ଟଙ୍କା ରଖିଥିଲେ, ମାତ୍ର ତାଙ୍କୁ ନିଲାମିରେ ସ୍ଥାନ ମିଳିନଥିଲା ।

ମାତ୍ର ଶ୍ରୀସାନ୍ତ 5 ୱିକେଟ ହାସଲ କରି ସମସ୍ତ ଫ୍ରାଞ୍ଚାଇଜଙ୍କୁ ଜବାବ ଦେଇଛନ୍ତି । ଏହାପୂର୍ବରୁ ପୂର୍ବ ମ୍ୟାଚରେ ଦୁଇଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ଶ୍ରୀସାନ୍ତ 10 ବର୍ଷର ଲମ୍ବା ଅନ୍ତରାଳ ପରେ ଘରୋଇ କ୍ରିକେଟ ଖେଳୁଛନ୍ତି ।

2013 ସଂସ୍କରଣର ଆଇପିଏଲରେ ସ୍ପଟ ପିକ୍ସିଂ ମାମଲାରେ ଦୋଷୀଙ୍କ ମଧ୍ୟରେ ନାମ ଆସିବାରୁ ଶ୍ରୀସାନ୍ତଙ୍କୁ ବିସିସିଆଇ ବାସନ୍ଦ କରିଥିଲା । ପରେ ସୁପ୍ରିମକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିବା ସହ ଆଜୀବନ ବାସନ୍ଦକୁ 7ବର୍ଷକୁ କମାଇ ଦେଇଥିଲେ । 2020 ସେପ୍ଟେମ୍ବରରେ ଶ୍ରୀସନ୍ତଙ୍କ ବାସନ୍ତାଦେଶ ଅବଧି ଶେଷ ହୋଇଥିଲା ।

ବିଜୟ ହଜାରେ ଟ୍ରଫି ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଖେଳିଥିଲେ ଶ୍ରୀସାନ୍ତ ଓ 5ଟି ମ୍ୟାଚରୁ 4ଟି ୱିକେଟ ନିଜ ନାମରେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.