ଦୁବାଇ: ଆରମ୍ଭ ହେବ ପ୍ରଥମ ଆଇସିସି ବିଶ୍ବକପ ସୁପର ଲିଗ । ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ଏନେଇ ସୋମବାର ଘୋଷଣା କରିଛି । ଜୁଲାଇ 30ରୁ ବିଶ୍ବ ଚମ୍ପିଆନ ଇଂଲଣ୍ଡ ଓ ଆୟରଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆଇସିସି ବିଶ୍ବକପ ସୁପର ଲିଗର ପ୍ରଥମ ସଂସ୍କରଣ ଆରମ୍ଭ ହେବ ।

ଦିନିକିଆ କ୍ରିକେଟକୁ ଅଧିକ ପ୍ରତିଯୋଗିତା ମୂଳକ କରିବାକୁ ଆଇସିସିର ଏହି ନିଆରା ପ୍ରୟାସ । ଏହି ସୁପର ଲିଗରେ ଶୀର୍ଷ 7ଟି ସ୍ଥାନରେ ଥିବା ଟିମ ଭାରତରେ ହେବାକୁ ଥିବା 2013 କ୍ରିକେଟ ବିଶ୍ବକପରେ ସ୍ଥାନ ପକ୍କା କରିବେ ।

ଏହି ସୁପର ଲିଗରେ ଆଇସିସିର 12ଟି ପୂର୍ଣ୍ଣ ସଦସ୍ୟ ଟିମ ସହ ମୋଟ 13 ଟି ଟିମ ରହିଛନ୍ତି । ଆଇସିସି ସୁପର ଲିଗ 2015-17ରେ ବିଜେତା ସହ ନେଦରଲାଣ୍ଡ ଏଥି ଲିଗ ପାଇଁ ଯୋଗ୍ୟତା ଅର୍ଜନ କରିଛି ।

ଏଥିରେ ପ୍ରତ୍ୟେକ ଟିମ ନିଜ ଦେଶରେ 4ଟି ସିରିଜ ଓ ବାହାରେ 3ଟି ସିରିଜ ଖେଳିବେ ।
କ୍ରିକେଟ ପରିଚାଳନା ବିଭାଗର ଆଇସିସି ସାଧାରଣ ସମ୍ପାଦକ ଜିଓଫ ଆଲରଡିସ, ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ ଆରମ୍ଭ ହେବାକୁ ଯାଉଥିବାରୁ ଉତ୍ସାହିତ ଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ