ନୂଆଦିଲ୍ଲୀ: ବିଳମ୍ବ ହେଉଛି ଟି-20 ବିଶ୍ବକପର ନିଷ୍ପତ୍ତି । ଜୁଲାଇ ମାସରେ ଏହି ମେଗା ଟୁର୍ଣ୍ଣାମେଣ୍ଟ ନେଇ ଆଇସିସି ପକ୍ଷରୁ ନିଷ୍ପତି ନିଆଯିବ ବୋଲି ଘୋଷଣା ହୋଇଥିଲା । ମାତ୍ର ଏଯାବତ କୌଣସି ଚୁଡାନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ଅନିଶ୍ଚିନ୍ତତା ମଧ୍ୟରେ ଏବେବି 2020 ଆଇପିଏଲ । ଟି-20 ବିଶ୍ବକପ ବାତିଲ ଘୋଷଣା ହେଲେ, ସମାନ ସମୟରେ ଆଇପିଏଲ ଆୟୋଜନ ପାଇଁ ଚିନ୍ତା କରୁଛି ବିସିସିଆଇ । ଫଳରେ ନିଷ୍ପତ୍ତି ବିଳମ୍ବ ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଉପରେ ଅସନ୍ତୋଷ ପ୍ରକାଶ କରିଛି ବିସିସିଆଇ ।
ଟି-20 ବିଶ୍ବକପ ବାତିଲ ଘୋଷଣା ଅପେକ୍ଷାରେ ଥିବା ବିସିସିଆଇ ଆଇପିଏଲ ଆୟୋଜନ ନେଇ କାର୍ଯ୍ୟ କରିପାରୁନାହିଁ । ତେବେ ଆଇସିସିର ନିଷ୍ପତ୍ତିକୁ ଅଧିକ ଅପେକ୍ଷା କରିବା ସମ୍ଭବ ନୁହେଁ । କ୍ରିକେଟ ଆରମ୍ଭ ପାଇଁ ବିସିସିଆଇ ପକ୍ଷରୁ ଧାର୍ଯ୍ୟ ଖସଡା ମୁତାବକ ଖୁବଶ୍ରୀଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ସଙ୍କେତ ଦେଇଛନ୍ତି କୋଷାଧ୍ୟକ୍ଷ ଅରୁଣ ଧୁମଲ ।
ଆଗାମୀ ସେପ୍ଟେମ୍ବର ଶେଷ ସପ୍ତାହରୁ ଆଇପିଏଲ ଆରମ୍ଭ ହୋଇ ନଭେମ୍ବର ପ୍ରଥମ ସପ୍ତାହରେ ଶେଷ ପାଇଁ ବିସିସିଆଇ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଏନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେସ ପଟେଲ ମଧ୍ୟ ଗ୍ରିନ ସିଗନାଲ ଦେଇଛନ୍ତି ।