ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଖେଳିବେ ପଞ୍ଜାବ କିଙ୍ଗ୍ସର ଷ୍ଟ୍ରାଇକ ବୋଲର ମହମ୍ମଦ ସାମି । ଏପ୍ରିଲ 9 ତାରିଖରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ପଞ୍ଜାବ ପାଇଁ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ସାମି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ବ୍ୟାଟିଂ କୁରଥିବାବେଳେ ପାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା। ଏହାପରେ ସେ ଆହତ ହୋଇ ସିରିଜରୁ ବାଦ ପଡ଼ିଥିଲେ। ସେ ଆଇପିଏଲ ଖେଳିବେ କି ନାହିଁ ସେନେଇ ମଧ୍ୟ ସନ୍ଦେହ ଦେଖା ଦେଇଥିଲେ।
ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ନିଜକୁ ଫିଟ କରି ପାରିଛନ୍ତି ସାମି । ଏହାକୁ ନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି। ସେ ବେଙ୍ଗାଲୁର ଏନସିଏରେ ଅଭ୍ୟାସ ଜାରି ରଖିଥିଲେ । ତେବେ ମାର୍ଚ୍ଚ 20 ତାରିଖରେ ଫିଟନେସ ଟେଷ୍ଟ ପାସ ହୋଇ ରିଲିଜ ହୋଇଛନ୍ତି। ସାମି ଦଳରେ ସାମିଲ ହେବାପରେ ପଞ୍ଜାବ ବୋଲିଂ ଲାଇନ ଅଧିକ ଶକ୍ତିଶାଳୀ ହେବ।
ଏହାକୁ ନେଇ ମହମ୍ମଦ ସାମି କହିଛନ୍ତି ଯେ, "ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ ଅଛି। ବ୍ୟାଟିଂ କରିବା ସମୟରେ ଯେଉଁ ଆଘାତ ପ୍ରାପ୍ତ ହୋଇଥିଲା ତାହା ଭୁଲି ହେବନାହିଁ। ବହୁ ସମୟ ହେଲା ମୋର କୌଣସି ଆହତଜନିତ ସମସ୍ୟା ନଥିଲା। କିନ୍ତୁ ଏସବୁ ଖେଳର ଗୋଟିଏ ଗୋଟିଏ ଅଂଶ। ଆହତ ଉପରେ ଆମର କୌଣସି ନିୟନ୍ତ୍ରଣ ନାହିଁ।"
ଏହା ପୂର୍ବରୁ ପଞ୍ଜାବ କିଙ୍ଗ୍ସର ଦଳର କୋଚ ଅନିଲ କୁମ୍ବଲେ ମଧ୍ୟ ସାମିଲ ଫିଟ ହେବା ନେଇ ସୂଚନା ଦେଇଥିଲେ। ସାମି ଖୁବଶୀଘ୍ର ଏନସିଏରୁ ଫିଟନେସ ଟେଷ୍ଟ ପାସ କରିବେ ବୋଲି କୁମ୍ବଲେ ସୂଚନା ଦେଇଥିଲେ।
ସାମି କହିଛନ୍ତି ଯେ, ଚଳିତ ସିଜିନରେ ସେ ଭଲ ପ୍ରଦର୍ଶନ କରି ପାରିଛନ୍ତି। ଆଇପିଏଲରେ ମଧ୍ୟ ଦଳ ପାଇଁ ପ୍ରଦର୍ଶନ କରିବାକୁ ସେ ଆଶାବାଦୀ ଅଛନ୍ତି। ଏଥିପାଇଁ କୋରୋନା କଟକଣା ମାନିବା ସହ ଏନସିଏରେ ଅଭ୍ୟାସ ଜାରି ରଖିଥିଲେ। ଏପ୍ରିଲ 12 ତାରିଖରେ ପଞ୍ଜାବ ତାର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଟକ୍କର ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ