ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ଫାରୁଖ ଇଞ୍ଜିନିୟର ପୂର୍ବତନ କ୍ୟାପଟେନ ସୁନୀଲ ଗାଭାସ୍କରଙ୍କୁ ସମର୍ଥନ କରିଛନ୍ତି । ଗାଭାସ୍କର ନିକଟରେ ବିରାଟ କୋହଲିଙ୍କ ଫର୍ମ ନେଇ ପତ୍ନୀ ଅନୁଷ୍କାଙ୍କ ନାମ ନେବାପରେ ବିବାଦ ଘେରକୁ ଆସିଥିଲେ ।
![Farokh Engineer defends Gavaskar, says our country lack sense of humour](https://etvbharatimages.akamaized.net/etvbharat/prod-images/8958695_idiva_virat_anushka_lead_2_1.jpg)
ଟ୍ବିଟରରେ ଗାଭାସ୍କରଙ୍କ ଉପରେ ଫ୍ୟାନ୍ସମାନେ ଖୁବ ଟିପ୍ପଣୀ କରିଥିଲେ । ଅନୁଷ୍କା ଶର୍ମା ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗାଭାସ୍କରଙ୍କୁ ପ୍ରଶ୍ନ କରିଥିଲେ ।
![Farokh Engineer defends Gavaskar, says our country lack sense of humour](https://etvbharatimages.akamaized.net/etvbharat/prod-images/8958695_jpg-1_2709newsroom_1601199321_31.jpg)
"ଆମେ ଭାରତୀୟଙ୍କ ମଧ୍ୟରେ ଉପସ୍ଥିତି ବୁଦ୍ଧି କମ ରହିଛି । ଯଦି ବିରାଟ କୋହଲି ଓ ଅନୁଷ୍କାଙ୍କୁ ନେଇ ଗାଭାସ୍କର କିଛି କହିଛନ୍ତି, ତେବେ ଏହା ମଜାକରେ ହୋଇଥିବ, କେବେବି ଖରାପ ହୋଇନଥିବ ।" ଏହା କହିଛନ୍ତି ଇଞ୍ଜିନିୟର ।
![Farokh Engineer defends Gavaskar, says our country lack sense of humour](https://etvbharatimages.akamaized.net/etvbharat/prod-images/8958695_freepressjournal_2020-09_dd5d194c-7cf4-411e-a288-6fd1b797c0cc_sunil_gavaskar_1200x900_2709newsroom_1601199321_966.jpg)
2019 କ୍ରିକେଟ ବିଶ୍ବକପ ସମୟରେ ଇଞ୍ଜିନିୟର ମଧ୍ୟ ଏଭଳି କିଛି ବିବାଦୀୟ ମତ ରଖିଥିଲେ । ସେ ସମୟରେ ଗାଭାସ୍କର ତାଙ୍କୁ ସମର୍ଥନ କରିବା ସହ ଭୁଲ ଅର୍ଥରେ ଗ୍ରହଣ କରାଯାଉଥିବା କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ