ETV Bharat / sports

ଶୂନରେ ଆଉଟ ହେଲେ ପନ୍ତ, ଛୋଟପିଲା କହିଲେ ଫ୍ୟାନ୍ସ

author img

By

Published : Aug 15, 2019, 8:34 PM IST

ୱେଷ୍ଟଇଣ୍ଡିଜ ଗସ୍ତରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଶୂନ୍ୟରେ ଆଉଟ ହେବାପରେ, ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତୀୟ ପ୍ରଶଂସକଙ୍କ ଟାର୍ଗେଟରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ଚଳିତ ୱେଷ୍ଟଇଣ୍ଡିଜ ଗସ୍ତରେ ପନ୍ତ ମାତ୍ର ଗୋଟିଏ ମ୍ୟାଚକୁ ଛାଡିଲେ ଅନ୍ୟସମସ୍ତ ମ୍ୟାଚରେ ବିଫଳ ହୋଇଛନ୍ତି । 3ୟ ତଥା ଶେଷ ଦିନିକିଆରେ ଖାତା ଖୋଲିବା ପୂର୍ବରୁ ପାଭିଲୟନ ଫେରିଥିଲେ ପନ୍ତ । ଧୋନିଙ୍କ ଉତ୍ତରାଧିକାରୀ ଭାବେ ପନ୍ତ, ଟିମରେ ସ୍ଥାନ ପାଇଥିବାବେଳେ ଧୈର୍ଯ୍ୟର ଅଭାବ ଦେଖିବାକୁ ମିଳୁଛି ।

ଏଯାବତ ପନ୍ତ ୱେଷ୍ଟଇଣ୍ଡିଜ ଗସ୍ତରେ 2ଥର ଶୂନରେ ଆଉଟ ହୋଇ ସାରିଲେଣି । ଗତ 3ଟି ଟି-20 ଓ 2ଟି ଦିନିକିଆ ମ୍ୟାଚରେ ଯଥାକ୍ରମେ 0, 4, 65, 20, 0 କରିଛନ୍ତି । 3ୟ ଦିନିକିଆରେ ସ୍ଫିନର ଫାବିଏଲ ଆଲେନଙ୍କୁ ଛକା ମାରିବାକୁ ପ୍ରୟାସ କରି ମିଡ-ଅଫରେ କିମୋ ପଲଙ୍କୁ କ୍ୟାଚ ଦେଇଥିଲେ । ତେବେ ପ୍ରଥମ ବଲକୁ ସାମ୍ନା କରୁଥିବା ବେଳେ ବଡ ସଟ ଖେଳିବାକୁ ଚାହିଁଥିଲେ ପନ୍ତ ।

ଏହାପରେ ଭାରତୀୟ ପ୍ରଶଂସକଙ୍କ ନିଶାନାକୁ ପନ୍ତ ଆସିଛନ୍ତି । ପ୍ରଥମ ବଲରେ ଖରାପ ସଟ ଖେଳି ପ୍ରତିପକ୍ଷକୁ ୱିକେଟ ଉପହାର ଦେଉଥିବା ଭାରତୀୟ ଫ୍ୟାନ୍ସ କହିଛନ୍ତି । ଏଥିସହିତ "ଛୋଟ ପିଲା, ତାଙ୍କୁ ୱିକେଟର ମୂଲ୍ୟ ତାଙ୍କୁ ଶିଖାଯାଉ" ମଧ୍ୟ କହିଛନ୍ତି ।

4ନଂ ସ୍ଥାନରେ ବ୍ୟାଟିଂ ଆସି ପନ୍ତ ଫେଲ ମାରୁଛନ୍ତି । ମାତ୍ର 5ନଂ ସ୍ଥାନରେ ବ୍ୟାଟିଂ କରି ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରୁଛନ୍ତି । ନିକଟରେ ସୁନିଲ ଗାଭାସ୍କର ଶ୍ରେୟସ ଆୟରଙ୍କୁ 4ନଂ ସ୍ଥାନରେ ବ୍ୟାଟିଂ ପଠାଇବା ସପକ୍ଷରେ ମତ ଦେଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.