ETV Bharat / sports

ବିବାଦୀୟ ରନ୍‌ଆଉଟ: ଡି କକ୍‌ଙ୍କ ଚାଲ୍‌ରେ ଫସିଲେ ଫଖର, ଭିଡିଓ ଦେଖନ୍ତୁ

author img

By

Published : Apr 5, 2021, 8:58 PM IST

ବୋଲିଂ ଏଣ୍ଡ୍‌କୁ ଥ୍ରୋ ଆସୁଥିବା ଭଳି ଅଭିନୟ କରିବା ସହ ଫିଲ୍ଡିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି କକ୍‌‌ । ଏହି ଚାଲ୍‌ରେ ଫସିଯାଇଥିଲେ ଫଖର । ଅଧିକ ପଢନ୍ତୁ...

Fakhar Zaman doesn't want to blame de Kock for controversial run-out
ବିବାଦୀୟ ରନ୍‌ଆଉଟ: ଡି କକ୍‌ଙ୍କ ଚାଲ୍‌ରେ ଫସିଲେ ଫଖର, ଭିଡିଓ ଦେଖନ୍ତୁ

ଜୋହାନ୍ସବର୍ଗ: ବିବାଦରେ ପାକିସ୍ତାନ କ୍ରିକେଟର ଫଖର ଜମନଙ୍କ ରନ୍‌ ଆଉଟ୍‌ । ଏହି ବିବାଦୀୟ ରନ୍‌ଆଉଟ ନେଇ ସୋସିଆଲ ମିଡିଆରେ ଝଡ । ଅଣ ଖେଳୁଆଡ ମନୋଭାବ ଦେଖାଇ ଫଖରଙ୍କୁ ଆଉଟ କରିଥିବା ଅଭିଯୋଗରେ ପାକିସ୍ତାନୀ ଫ୍ୟାନ୍ସଙ୍କ ଟାର୍ଗେଟରେ ଦକ୍ଷିଣ ଆଫ୍ରିକା ୱିକେଟକିପର କ୍ବିଣ୍ଟନ ଡି କକ୍‌ ।

ଜୋହାନ୍ସବର୍ଗରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ ଛଡାଇନେବାକୁ ବସିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଫଖର ଜମନ । ଦ୍ବିଶତକ ଆଡକୁ ଅଗ୍ରସର ହେଉଥିବା ଫଖର ଜମନ ଏକ ସଟ୍‌ ଖେଳି ଦୁଇ ରନ୍‌ ଆରାମରେ ନେବାକୁ ପ୍ରୟାସ କରୁଥିଲେ । ଏହି ସମୟରେ ଚତୁରତା ଦେଖାଇଥିଲେ ଡି କକ୍‌ ।

  • The law of the game ... YES. but shouldn’t the batsman be running harder and watch the ball 🤷‍♂️ or follow the ball .. he seems to be in slow motion here https://t.co/e3gM4abWzQ

    — Russel Arnold (@RusselArnold69) April 5, 2021 " class="align-text-top noRightClick twitterSection" data=" ">

ବୋଲିଂ ଏଣ୍ଡ୍‌କୁ ଥ୍ରୋ ଆସୁଥିବା ଭଳି ଅଭିନୟ କରିବା ସହ ଫିଲ୍ଡିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଚାଲ୍‌ରେ ଫସିଯାଇଥିଲେ ଫଖର । ରନ୍‌ ସଂପୂର୍ଣ୍ଣ କରିବା ପୂର୍ବରୁ ପଛକୁ ବୁଲି ଫିଲ୍ଡରଙ୍କୁ ଦେଖିବାକୁ ଚାହିଁଥିଲେ ଓ ନିଜର ବେଗ କମ କରିଦେଇଥିଲେ । ଏହାର ସୁଯୋଗରେ ସଫଳ ହୋଇଯାଇଥିଲେ ଡିକକ୍‌ । ଆଡମ ମାର୍କମଙ୍କ ସିଧା ଥ୍ରୋ ଷ୍ଟ୍ରାଇକର୍ ଏଣ୍ଡରେ ପହଞ୍ଚିଥିଲା । ଏହାପରେ ଷ୍ଟମ୍ପ ଉଡାଇ ଡି କକ୍‌ ଫଖରଙ୍କୁ ରନ୍ ଆଉଟ କରିଦେଇଥିଲେ । ଫଳରେ 193 ରନ୍‌ରେ ଫଖରଙ୍କ ଇଂନିସ ଶେଷ ହୋଇଯାଇଥିଲା । ଏଥିସହ ପାକିସ୍ତାନର 342 ରନର ବିଜୟ ଲକ୍ଷ୍ୟକୁ ସଫଳ ପିଛା କରିବାର ଆଶା ମଉଳିଯାଇଥିଲା ।

ସୋସିଆଲ ମିଡିଆରେ ଡି କକଙ୍କୁ ଦୋଷ ଦିଆଯାଉଥିଲେ ମଧ୍ୟ ନିଜେ ଫଖର କିନ୍ତୁ ଅଲଗା କଥା କହିଥିଲେ । “ଘଟଣାରେ ସବୁ ଭୁଲ ମୋର, ମୁଁ ଅନ୍ୟ ଏଣ୍ଡରେ ଥିବା ହରିଶ ରୌଫଙ୍କ ଉପରେ ଅଧିକ ଫୋକସ କରି ଖାମ ଖିଆଲ ଆଚରଣ ପ୍ରଦର୍ଶନ କରିଥିଲି । ସେ ଟିକିଏ ବିଳମ୍ବରେ କ୍ରିଜ୍‌ ଛାଡ଼ିଥିବାରୁ ଭାବିଥିଲି ଯେ ବୋଧେ ସେ ରନ୍‌ ଆଉଟ ହୋଇଯିବେ । ତେଣୁ ପଛକୁ ଚାହିଁଥିଲି । ଏହି ସମୟରେ ହିଁ ବଲ୍‌ଟି ମୁଁ ଯାଉଥିବା ଏଣ୍ଡର ୱିକେଟରେ ବାଜିଥିଲା । ମୋ ମତରେ ଡି’କକଙ୍କ କୌଣସି ଭୁଲ ନାହିଁ ” କହିଥିଲେ ଫଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.