ETV Bharat / sports

ଫେକ୍‌ ନ୍ୟୁଜ: ଜୟସୁରିଆଙ୍କୁ ମାରିଦେଲା ସୋସିଆଲ ମିଡିଆ

ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିଆଙ୍କର ମୃତ୍ୟୁ ଖବର ଏବେ ଟ୍ବିଟରରେ ଘୁରି ବୁଲୁଛି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ କାନାଡ଼ାର ଏକ ଖବର ସରାବରାହ ସଂସ୍ଥା ପ୍ରକାଶ କରିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : May 27, 2019, 7:34 PM IST

ନୂଆଦିଲ୍ଲୀ: ସନଥ ଜୟସୁରିଆଙ୍କର ମୃତ୍ୟୁ । ଏଭଳି କିଛି ଗୁଜବ ଖବର ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ବିଟରରେ ଘୁରି ବୁଲୁଛି । ଏହି ଘଟଣାଟି କାନାଡ଼ାର ଏକ ଖବର ସରବରାହ ସଂସ୍ଥା ପ୍ରକାଶ କରିବା ପରେ ବେଶ ଭାଇରାଲ ହୋଇଛି । ଯାହାକୁ କ୍ରୀଡ଼ ଜଗତରେ ବେଶ ନିନ୍ଦା କରାଯିବା ସହିତ ଏଭଳି ଦାୟିତ୍ବହୀନ ଖବର ପ୍ରସାରଣକୁ ନିନ୍ଦା କରାଯାଇଛି । ସେପଟେ ଖୋଦ ଜୟସୁରିୟା ଏହି ଖବରକୁ ଖଣ୍ଡନ କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି ।

Sanath Jayasuriya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମିଳିଥିବା ଖବର ମୁତାବକ ଆଜି(ସୋମବାର) ଟ୍ବିଟରରେ ଏକ ଖବର ଘୁରି ବୁଲୁଛି ଯେ, କ୍ରିକେଟର ସନଥ ଜୟସୁରିୟଙ୍କର ମୃତ୍ୟୁ ହୋଇଛି । କାନାଡାରେ ଏକ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କାନାଡାର ଏକ ଗଣମାଧ୍ୟମ ସୂଚନାଦେଇଛି । ତେବେ ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଭାଇରାଲକାରୀ ଖବରକୁ ଜୋରଦାର ଭାଇରାଲ କରିବାରେ ଲାଗିଛନ୍ତି ।

Sanath Jayasuriya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏତି ମଧ୍ୟରେ କ୍ରିକେଟର ରବିଚନ୍ଦ୍ରନ୍‌ ଅଶ୍ବିନୀ ଓ ଅଭିନେତା ଅର୍ଶଦ ଓ୍ବାର୍ସି ଏକ ଟ୍ବିଟ କରି ଘଟଣାର ସତ୍ୟତା ବିଷୟରେ ପଚାରିଥିଲେ । ମାତ୍ର ସେଠାରେ ବି କିଛି ମିଶ୍ରିତ ପ୍ରତିକ୍ରିୟା ମିଳିଛି । କିଛି ଲୋକଙ୍କ କହିଛନ୍ତି, ଜୟସୁରିଆ ଆଉ ଏ ଦୁନିଆରେ ନାହାନ୍ତି ।

Sanath Jayasuriya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
Sanath Jayasuriya
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଜୟସୁରିୟା ନିଜେ ଟ୍ବିଟ କରି ଖବରକୁ ମିଥ୍ୟା ବୋଲି କହିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, "ମୁଁ ଶ୍ରୀଲଙ୍କାରେ ଅଛି । ମୁଁ ୟା ଭିତରେ କେବେ ବି କାନାଡା ଯାଇନାହିଁ । ଦୟାକାରି ମୋ ମୃତ୍ୟୁକୁ ନେଇ ଏମିତି ଅପପ୍ରଚାର ବନ୍ଦ କର । ଆଉ ଏହିଭଳି ଫେକ୍‌ ନ୍ୟୁଜ ତିଆରି କରୁଥିବା ଗଣମାଧ୍ୟମକୁ ରଦ୍ଧ କରନ୍ତୁ ।"

ଉଲ୍ଲେଖଥାଉ କି, ଏହି ଭଳି ଏକ ମିଥ୍ୟା ମୃତ୍ୟୁର ଅପପ୍ରଚାର ଓଲିଉଡ ଆକ୍ଟର ପପୁ ପମପମଙ୍କ ନାମରେ ମଧ୍ୟ କରାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.