ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମରେ ରୋହିତ ଶର୍ମା ସାମିଲ ହେବାପରେ ଶକ୍ତିଶାଳୀ ହୋଇଛି ଭାରତର ବ୍ୟାଟିଂ ବିଭାଗ । ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଟିମରେ ସାମିଲ ହୋଇଛନ୍ତି ରୋହିତ । ଫଳରେ ସିଡନୀ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଠାରୁ ଭାରତର ପଲ୍ଲା ଭାରୀ ରହିଛି କହିଛନ୍ତି ରୋହିତଙ୍କ ପିଲାଦିନର କୋଚ ଦିନେଶ ଲାଡ ।
ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କୋଚ ଦିନେଶ, ରୋହିତଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ରୋହିତ ବ୍ୟାଟିଂ ଶୈଳୀରେ ଅନେକ ଉନ୍ନତି କରିଛନ୍ତି, ମାତ୍ର ଆଗାମୀ ଟେଷ୍ଟରେ କଙ୍ଗାରୁ ଦଳର କେଉଁ ବୋଲରଙ୍କ ବିପକ୍ଷରେ ରୋହିତଙ୍କୁ ସତର୍କ ରହିବାକୁ ହେବା ବୋଲି ମଧ୍ୟ ଖୁଲାସା କରିଛନ୍ତି ।
ପ୍ରଶ୍ନ: ତୃତୀୟ ଟେଷ୍ଟରେ ଭାରତର ସ୍ଥିତି ନେଇ ଆପଣଙ୍କ ମତ ରଖିବେ ?
ଉ. ତୃତୀୟ ଟେଷ୍ଟରେ ସକରାତ୍ମକ ମତ ନିଶ୍ଚିନ୍ତ ରହିଛି । କାରଣ ପ୍ରଥମ ମ୍ୟାଚରେ 36 ରନରେ ଅଲଆଉଟ ପରେ ଯେପରି ଭାରତୀୟ ଟିମ କମବ୍ୟାକ କରିବ ସହ ବିଜୟୀ ପ୍ରଦର୍ଶନ କରିଛି, ବାସ୍ତବରେ ପ୍ରଶଂସାର ପାତ୍ର । ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ଗତ ଦୁଇଟି ମ୍ୟାଚରେ ସଫଳ ହୋଇନାହିଁ । ଏହା ବୟାନ କରୁଛି ଭାରତୀୟ ବୋଲରଙ୍କ ଘାତକ ପ୍ରଦର୍ଶନ । ଅନ୍ୟପଟେ ରୋହିତ ସ୍କ୍ବାଡରେ ସାମିଲ ହେବାପରେ ଭାରତ ଅଧିକ ଶକ୍ତିଶାଳୀ ହୋଇଛି । ବୋଲିଂରେ ଉମେଶ ଯାଦବ ଆହତ ହେବାପରେ ସାଇନି ଓ ଶାର୍ଦ୍ଦୁଳ ସ୍ଥାନ ପୂରଣ କରିବାକୁ ପ୍ରସ୍ତୁତ । ତେବେ ଅଷ୍ଟ୍ରେଲିଆ ନିଶ୍ଚୟ ଚାପରେ ରହିଥିବ ।
ପ୍ରଶ୍ନ: ସିରିଜରେ ଏଯାବତ ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ ସଫଳ ହୋଇନାହାନ୍ତି । ପୃଥ୍ବୀ ଶଙ୍କ ଦୁର୍ବଳତା ପ୍ରତିପକ୍ଷ ବୋଲରଙ୍କୁ ସୁହାଇଥିବାବେଳେ, ମୟଙ୍କ ସଂଘର୍ଷ କରୁଥିବାର ଦେଖାଯାଇଛି । ଅନ୍ୟପଟେ ଶୁଭମନ ଗିଲ୍ ଭଲ ପ୍ରଦର୍ଶନ କରିଛନ୍ତି । ତେବେ ରୋହିତ ଶର୍ମା ଯଦି ଖେଳନ୍ତି, ଆପଣଙ୍କ ଅନୁସାରେ ବ୍ୟାଟିଂକ୍ରମରେ କେଉଁସ୍ଥାନରେ ଖେଳିବା ଉଚିତ ?
ଉ. ମୁଁ ଭାବୁଛି ସେ ଓପନିଂ କରିବା ଉଚିତ । ନିଶ୍ଚିନ୍ତ ଯେ, ଟିମ ମ୍ୟାନେଜମେଣ୍ଟ ମଧ୍ୟ ସମାନ ଦିଗରେ ଚିନ୍ତା କରୁଥିବେ । ଦକ୍ଷିଣ ଆଫ୍ରିକାରେ ସମାନ ସ୍ଥାନରେ ସେ ଚମତ୍କାର ବ୍ୟାଟିଂ କରିଥିଲେ । ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକାଧିକବାର ଦମଦାର ପ୍ରଦର୍ଶନ କରିଛନ୍ତି ରୋହିତ । ଅନ୍ୟପଟେ ଶୁଭମନ ଭଲ ଖେଳିଛନ୍ତି । ମୁଁ ଭାବୁଛି ତୃତୀୟ ଟେଷ୍ଟରେ ମୟଙ୍କଙ୍କ ସ୍ଥାନରେ ରୋହିତ ଖେଳିବେ ।
ପ୍ରଶ୍ନ: ରୋହିତ ବିଦେଶରେ ଦୀର୍ଘଦିନ ହେଲା ଖେଳିନାହାନ୍ତି, ହୁଏତ ସଫଳ ହୋଇ ନପାରନ୍ତି, ସେ ଅଧିକାଂଶ ରନ ଭାରତରେ ଫ୍ଲାଟ ପିଚରେ ବନାଇଛନ୍ତି । ଆପଣଙ୍କ ମତ କଣ ?
ଉ. ଯଦି ବିଦେଶରେ ଦିନିକିଆ କ୍ରିକେଟରେ ପ୍ରଦର୍ଶନ ଦେଖିବେ ସେ ବହୁତ ଭଲ କରିଛନ୍ତି । ତାଙ୍କର ଖାସ କଥା ହେଉଛି, ବହୁଥ ଶୀଘ୍ର ବଲ୍ କୁ ପରଖିପାରନ୍ତି ଓ ଛାଡି ପାରନ୍ତି । ସେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ବୋଲି ମୁଁ ଭାବୁନାହିଁ ।
ପ୍ରଶ୍ନ: ନାଥନ ଲାୟନ କହିଛନ୍ତି, ରୋହିତ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ ଓ ତାଙ୍କ ପାଖରେ ସବୁପ୍ରକାର ସଟ୍ ରହିଛି । ଟେଷ୍ଟରେ ତାଙ୍କର ରନ ରେଟ ମଧ୍ୟ ଭଲ ରହିଛି । ଆପଣ ଭାବୁଛନ୍ତି କି ଅଷ୍ଟ୍ରେଲିଆରେ ସମାନ ରଣନୀତି ସହ ଖେଳିବା ଉଚିତ ?
ଉ. ମୁଁ ଭାବୁଛି ସେ ତାଙ୍କର ସ୍ବାଭାବିକ ଖେଳ ଜାରି ରଖିବେ । ସକରାତ୍ମକ କ୍ରିକେଟରେ ସେ ବିଶ୍ବାସ କରନ୍ତି । ଠିକ ଭାବେ ପରଖିଥିଲେ ଆପଣ ଦେଖିପାରିବେ ଯେ, ରୋହିତ ପ୍ରତ୍ୟେକ ବଲ୍ କୁ ସଟ୍ ଖେଳନ୍ତି ନାହିଁ । କ୍ରିଜରେ କିଛି ସମୟ ବିତାନ୍ତି ଓ ବଲର ମେରିଟ୍ ଅନୁସାରେ ଖେଳନ୍ତି ।
ପ୍ରଶ୍ନ: କେଉଁ ନିର୍ଦ୍ଦିଷ୍ଟ ଅଷ୍ଟ୍ରେଲୀୟ ବୋଲରଙ୍କ ବିପକ୍ଷରେ ରୋହିତଙ୍କୁ ସାବଧାନ ରହିବା ଉଚିତ ?
ଉ. ସେ ପ୍ରତ୍ୟେକ ବଲକୁ ସତର୍କତାର ସହ ଖେଳିବା ଆବଶ୍ୟକ । ତେବେ ମିଚେଲ ଷ୍ଟାର୍କଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । କାରଣ ସେ ଏମିତି ଜଣେ ବୋଲର ଯିଏ କି ରୋହିତଙ୍କୁ ଅସୁବିଧାରେ ପକାଇପାରନ୍ତି ।
ପ୍ରଶ୍ନ: କୋଚ ଭାବେ ଆପଣ ଗର୍ବ ଅନୁଭବ କରନ୍ତି କି ନାହିଁ ?
ଉ. ନିଶ୍ଚିନ୍ତ ଭାବେ ରୋହିତ ମୋର ଛାତ୍ର ଓ ହାରତକୁ ପ୍ରତିନିଧିତ୍ବ କରୁଥିବା ନେଇ ଗର୍ବ ଅନୁଭବ କରେ ।
ଆୟୁଷ୍ମାନ ପାଣ୍ଡେ