ETV Bharat / sports

ଜାଣନ୍ତୁ, କିଏ ଟିମ ଇଣ୍ଡିଆର ଦୱାଦଶ ଖେଳାଳି

ମଧ୍ୟପ୍ରଦେଶ ଗ୍ୱାଲିୟର ନିବାସୀ 25 ବର୍ଷିୟ ଧରମଭୀର ପାଲ ହେଉଛନ୍ତି ଭାରତୀୟ ଦଳର ଅନଅଫିସିଆଲ ଦ୍ୱାଦଶ ଖେଳାଳି । ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅନଅଫିସିଆଲ ମାସ୍କଟ ଅଫ ଟିମ ଇଣ୍ଡିଆର ଆଖ୍ୟା ଦେଇଛି । ଧରମଭୀର ଭାରତୀୟ କ୍ରିକେଟ ଦଳର ଜଣେ ବଡ ପ୍ରଶଂସକ ।

ଫାଇଲ ଫଟୋ
author img

By

Published : Mar 2, 2019, 3:51 PM IST

ହାଇଦ୍ରାବାଦ: ଶନିବାର ଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏଥିପାଇଁ ଭାରତୀୟ ଦଳର ଏକାଦଶ ଆସନ୍ତାକାଲି ସକାଳେ ଜଣାପଡିବ । କିନ୍ତୁ ଦଳର 12 ତମ ଖେଳାଳି ଏବେଠାରୁ ଜଣାପଡିଗଲାଣି । ଆସନ୍ତୁ ଜାଣିବା କିଏ ଏହି ସ୍ୱତନ୍ତ୍ର ଦ୍ୱାଦଶ ଖେଳାଳି ।

ମଧ୍ୟପ୍ରଦେଶ ଗ୍ୱାଲିୟର ନିବାସୀ 25 ବର୍ଷିୟ ଧରମଭୀର ପାଲ ହେଉଛନ୍ତି ଭାରତୀୟ ଦଳର ଅନଅଫିସିଆଲ ଦ୍ୱାଦଶ ଖେଳାଳି । ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅନଅଫିସିଆଲ ମାସ୍କଟ ଅଫ ଟିମ ଇଣ୍ଡିଆର ଆଖ୍ୟା ଦେଇଛି । ଧରମଭୀର ଭାରତୀୟ କ୍ରିକେଟ ଦଳର ଜଣେ ବଡ ପ୍ରଶଂସକ । ଦଳ ସାଙ୍ଗରେ ସେ ସବୁବେଳେ ଥାଆନ୍ତି । ଦଳ ଯୁଆଡେ ଯାଏ ସେ ସେଠାରେ ପହଞ୍ଚିଯାଆନ୍ତି । ଏପରିକି ଭାରତୀୟ ଦଳର ପ୍ରାକ୍ଟିସ ସମୟରେ ସେ ବଲ ବୟ ଭାବେକାମ କରିଥାନ୍ତି ।

ସଚିନଙ୍କଠାରୁ ଆରମ୍ଭ କରି ବିରାଟଙ୍କ ପର୍ଯ୍ୟନ୍ତ ସମସ୍ତ ଖେଳାଳି ଧରମଭୀରଙ୍କୁ ଜାଣିଛନ୍ତି । ସେ ମଧ୍ୟ ସବୁ ଖେଳାଳିଙ୍କ ବିଷୟରେ ଟିକିନିଖ ଖବର ରଖିଛନ୍ତି । ଏପରି କୌଣସି ଖେଳାଳି ନାହାନ୍ତି ଯାହା ବିଷୟରେ ସେ କିଛି କହିପାରିବେ ନାହିଁ । ତାଙ୍କର ପସନ୍ଦିତ କ୍ରିକେଟର ହେଉଛନ୍ତି ଯୁବରାଜ ସିଂହ । ଯୁବରାଜଙ୍କ ପରାମର୍ଶ ଅନୁସାରେ ସେ ଇଂରାଜୀ ଦୈନିକ ଖବରକାଗଜ ପଢିବା ଆରମ୍ଭ କରିଥିଲେ । ଯାହା ଫଳରେ 10ମ ଫେଲ ହୋଇ ମଧ୍ୟ ସେ ଚତ୍ମକାର ଇଂରାଜୀ କହିପାରନ୍ତି ।

undefined

ଆପଣଙ୍କୁ କହି ରଖୁଛୁ ଯେ ମାଂସପେଶୀରେ ପାରାଲିସିସ ଯୋଗୁଁ ଧରମଭୀର ଦୁଇ ହାତ ଭରା ଦେଇ ଚାଲନ୍ତି । ତାଙ୍କ ବାପାଙ୍କ ଦେହାନ୍ତ ପରେ ଭାରତୀୟ ଖେଳାଳିଙ୍କ ଦ୍ୱାରା ପ୍ରଦତ୍ତ ଟଙ୍କାରେ ପରିବାର ଚଳେ । ସେ ନିଜେ ଭାରତୀୟ ଦିବ୍ୟାଙ୍ଗ ଟିମର କ୍ୟାପ୍ଟେନ । ଟିମ ଇଣ୍ଡିଆ ସହ ସେ ପ୍ରାୟ ସବୁ ମ୍ୟାଚରେ ଉପସ୍ଥିତ ରହନ୍ତି । ଏପରିକି ବିଦେଶ ଯାତ୍ରାରେ ମଧ୍ୟ ସେ ଯାଇଛନ୍ତି । ଆଗାମୀ ବିଶ୍ୱକପରେ ଦଳକୁ ସମର୍ଥନ ଦେବା ପାଇଁ ସେ ଇଂଲଣ୍ଡ ଯିବେ ବୋଲି କହିଛନ୍ତି ।

Intro:Body:

ଗୋଲ୍ଡ କପ ଫୁଟବଲ: ନେପାଳ ଠାରୁ ହାରିଲା ଭାରତ

ଭୁବନେଶ୍ୱର: ଏଠାରେ ଚାଲିଥିବା ସମ୍ମାନଜନକ ଚତୁର୍ଦେଶୀୟ ଗୋଲ୍ଡ କପ ମହିଳା ଫୁଟବଲ ପ୍ରତିଯୋଗିତାରେ ନେପାଳ ଠାରୁ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ପରାଜୟ ବରଣ କରିଛି । ସୋମବାର ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ନେପାଳ ଠାରୁ 2-1 ଗୋଲ ବ୍ୟବଧାନରେ ଭାରତ ପରାସ୍ତ ହୋଇଥିଲା । 

ଅନୁଷ୍ଠିତ ମ୍ୟାଚରେ ସବୁଠାରୁ ଦୁର୍ବଳ ଟିମ ନେପାଳ ଆରମ୍ଭରୁ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଭାରତୀୟ ଖେଳାଳିଙ୍କ ଉପରେ ଚାପ ସୃଷ୍ଟି କରି 5ମିନିଟ ସମୟରେ ସାବିତ୍ର ଭଣ୍ଡାରୀ ପ୍ରଥମ ଗୋଲ ସ୍କୋର କରିଥିଲେ । କିଛି ସମୟ ପରେ ମ୍ୟାଚର 7ମ ମିନିଟରେ ଭଣ୍ଡାରୀ ପୁଣି ଏକ ଗୋଲ ଦେଇ ଦଳକୁ 2-0 ଆଗୁଆ ରଖିଥିଲେ । ଖେଳର ପ୍ରଥମାର୍ଦ୍ଧର ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଖେଳ କରିଥିଲେ ମଧ୍ୟ ଭାରତ ନେପାଳର ରଣନୀତି ନିକଟରେ ଆତ୍ମସମର୍ପଣ କରିଥିଲା । ଫଳରେ ପ୍ରଥମାର୍ଦ୍ଧ 2-0 ଗୋଲରେ ଶେଷ ହୋଇଥିଲା । 

ଦ୍ଵିତୀୟାର୍ଦ୍ଧ ଆରମ୍ଭ ହେବାପରେ ସ୍ଥାନୀୟ ଦର୍ଶକଙ୍କ ଭାରତୀୟ ଖେଳାଳିଙ୍କୁ ସମର୍ଥନ ସତ୍ତ୍ବେ ଦଳର ଦୁର୍ବଳ ପ୍ରଦର୍ଶନ ସେମାନଙ୍କୁ ନିରାଶ କରିଥିଲା । ଖେଳର 82 ମିନିଟରେ ଦଳ ପକ୍ଷରୁ ରତ୍ନବାଳା ଦେବୀ ଗୋଟିଏ ଗୋଲ ଦେଇ ମ୍ୟାଚକୁ ବରାବର କରିବା ପାଇଁ କିଛିଟା ଆଶାର ସଞ୍ଚାର କରିଥିଲେ । ତେବେ ତାହା ଶେଷ ପର୍ଯ୍ୟନ୍ତ ଅଧୁରା ରହିବା ସହିତ ଦଳ ବିପର୍ଯ୍ୟୟକୁ ସ୍ୱୀକାର କରିଥିଲା ।

ଆସନ୍ତା 13 ତାରିଖରେ ଥିବା ଶେଷ ଲିଗ ମ୍ୟାଚରେ ଭାରତ ମିଆଁମାରକୁ ପରାସ୍ତ କରିବା ସହିତ ଯଦି ନେପାଳ ଇରାନ ଠାରୁ ପରାସ୍ତ ହୁଏ ତେବେ ଦଳ ଫାଇନଲ ଖେଳିବାର ସୁଯୋଗ ମିଳିବ । ତେବେ ସୋମବାର ମ୍ୟାଚ ହାରିବା ପରେ ଭାରତୀୟ ଦଳର କୋଚ ରକି ଦୁଃଖ ପ୍ରକାଶ କରିବା ସହିତ ଆସନ୍ତା ମ୍ୟାଚରେ ଏହି ଦୁଃଖକୁ ଭୁଲି ଦଳ ବିଜୟ ପାଇଁ ଖେଳିବ ବୋଲି କହିଛନ୍ତି । ସେହିପରି ନେପାଳ ଦଳର କୋଚ ହରି ଖଡକା ବିଜୟ ପାଇଁ ଖୁବ ଖୁସି ଥିବା କହିଛନ୍ତି । ସେ କହିଛନ୍ତି ଯେ ପଏଣ୍ଟ ତାଲିକାରେ ସବୁଠାରୁ ତଳେ  ଥିବା ନେପାଳ ଭାରତକୁ ପରାସ୍ତ କରିବାକୁ ଭାବିଥିଲା । ଯାହାକି ସତ ହୋଇଛି । ତେବେ ଆସନ୍ତା ସାଫ ଚମ୍ପିୟାନସିପ ପାଇଁ ଏହା ଅଭ୍ୟାସ ମ୍ୟାଚ ସଦୃଶ ଥିବାରୁ ଏହି ବିଜୟ ଆସନ୍ତା ମ୍ୟାଚ ପାଇଁ ବେଶ ଫଳପ୍ରଦ ହେବ ବୋଲି ସେ କହିଛନ୍ତି । 

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.