ସାଉଥାମ୍ପଷ୍ଟନ: ଇଂଲଣ୍ଡ କ୍ରିକେଟ ଟିମର ଜାତୀୟ ଚୟନକର୍ତ୍ତା ଇଡ ସ୍ମିଥ ବ୍ୟାଟ୍ସମ୍ୟାନ ଜୋ ଡେନଲିଙ୍କୁ ସମର୍ଥନ କରିଛନ୍ତି । ଗତକାଲି ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ 13ଜଣିଆ ଇଂଲଣ୍ଡ ଟିମ ଘୋଷଣା ହୋଇଛି । ଏଥିସହିତ 9ଜଣ ଖେଳାଳିଙ୍କ ନାମ ରିଜର୍ଭ ରଖାଯାଇଛି ।
![England Vs West Indies: Smith bats for joe Denly ahead pf first test](https://etvbharatimages.akamaized.net/etvbharat/prod-images/edsmith1804a_0507newsroom_1593939905_331.jpg)
ଜୁଲାଇ 8ରେ ସିରିଜର ପ୍ରଥମ ଟେଷ୍ଟ ସାଉଥମ୍ପାଷ୍ଟନର ଏଜେସ ବାୱଲରେ ଖେଳାଯିବ ।
ନିୟମିତ କ୍ୟାପଟେନ ଜୋରୁଟଙ୍କ ଅନୁପସ୍ଥିତି କ୍ୟାପଟେନ ଭାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମିଳିଛି । ଅନ୍ତପଟେ ବ୍ୟାଟିଂରେ ରୁଟଙ୍କ ସ୍ଥାନ ପୂରଣ କରିପାରନ୍ତି ଡେନଲି ।
![England Vs West Indies: Smith bats for joe Denly ahead pf first test](https://etvbharatimages.akamaized.net/etvbharat/prod-images/joe-denly_0507newsroom_1593939905_541.jpg)
ଏଯାବତ 14ଟି ଟେଷ୍ଟରୁ ଗୋଟିଏ ବି ଶତକ ହାସଲ କରିପାରିନାହାନ୍ତି ଡେନଲି । ମାତ୍ର କ୍ରିକେଟର ଲମ୍ବା ଫର୍ମାଟରେ 6ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ରୁଟଙ୍କ ଅନୁପସ୍ଥିତିରେ ଡେନଲି ବଡ ଇଂନିସ ଖେଳିବା ବୋଲି ମୁଖ୍ୟ ଚୟନକର୍ତ୍ତା ସ୍ମିଥ ଆଶାବାଦୀ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ