ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ୍ ଟେଷ୍ଟ ସିରିଜର 2ୟ ମ୍ୟାଚ ଏବେ ନାଟକୀୟ ମୋଡ ନେଇଛି । ଭ୍ରମଣକାରୀ ୱେଷ୍ଟଣ୍ଡିଜ୍ 287ରନରେ ଅଲଆଉଟ ହୋଇ ଫଲୋଅନକୁ ଏଡାଇଛି । ପ୍ରଥମ ପାଳିରେ ଇଂଲିସ୍ ବାହିନୀ 469/9 ପାଳି ଘୋଷଣା କରିଥିଲା । ତେବେ 4ର୍ଥ ଦିନ ଖେଳ ଶେଷ ସୁଦ୍ଧା 2 ୱିକେଟ ବିନିମୟରେ 37ରନ ସଂଗ୍ରହ କରି ମୋଟ ଉପରେ 219ରନରେ ଅଗ୍ରଣୀ ରହିଛି । ତେବେ ଆଜି ଶେଷ ଦିନ ଖେଳରେ ଘରୋଇ ଦଳର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।
କାରଣ ପ୍ରଥମ ମ୍ୟାଚ ହାତରୁ ଖସିଯାଇଥିବା ବେଳେ 2ୟ ମ୍ୟାଚକୁ ଜିତି ହିସାବ ବରାବର କରିବା ଲକ୍ଷରେ ଇଂଲିସ ବାହୀନି । ଏପରି ସ୍ଥଳରେ ହାତରେ ଗୋଟିଏ ଦିନ ଥିବାରୁ ମ୍ୟାଚ ଡ୍ର ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ । ତେଣୁ ଘୋରଇ ଦଳର ବ୍ୟାଟ୍ସମ୍ୟାନଙ୍କୁ ସଅଳ ବଡ ସ୍କୋର କରିବାର ଆବଶ୍ୟକ ହୋଇ ପଡିଛି ।
ଅନ୍ୟପଟେ 3ୟ ଦିନ ଖେଳ ଧୋଇ ଯାଇଥିବା ବେଳେ ରବିବାର ବିନା ବାଧାରେ ମ୍ୟାଚ ହୋଇଥିଲା । ଘରୋଇ ଦଳର ବ୍ରଡଙ୍କ ଆକ୍ରମଣ ଆଗରେ ତିଷ୍ଠି ପାରି ନଥିଲେ ୱେଷ୍ଟଇଣ୍ଡିଜ୍ ଖେଳାଳି । ଫଳରେ 287ରନରେ ଦଳ ନିଜର ସମସ୍ତ ୱିକେଟ ହରାଇ ଦେଇଥିଲା । ସେପଟେ 2ୟ ପାଳି ଆରମ୍ଭ କରୁ କରୁ ମଧ୍ୟ 2ଟି ୱିକେଟ ହରାଇ ସାରିଛି ଇଂଲଣ୍ଡ ।