ETV Bharat / sports

4 ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ, ବର୍ଷା ପାଇଁ ମ୍ୟାଚ ବାଧା ପ୍ରାପ୍ତ

author img

By

Published : Jul 8, 2020, 10:33 PM IST

ଶେଷ ଅପଡେଟ୍‌ ସୁଦ୍ଧା 17.4 ବଲ ଖେଳାଯାଇଥିବା ବେଳେ ଇଂଲଣ୍ଡ ଗୋଟିଏ ୱିକେଟ ହରାଇ 35ରନ କରିଛି ।

england-vs-west-indies-1st-test-play-stopped-due-to-rain
4 ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ, ବର୍ଷା ପାଇଁ ଟସ୍‌ ଓ ମ୍ୟାଚ ବାଧା ପ୍ରାପ୍ତ

ସାଉଥାମ୍ପଟନ: କୋରୋନା ମହାମାରୀ ହେତୁ ଦୀର୍ଘ ଦିନ ପରେ ଦର୍ଶକ ଦେଖିଲେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ୱେଷ୍ଟଇଣ୍ଡିଜର ଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚ ସ୍ଥାନୀୟ ଦ ରୋଜ ବାଉଲ ଷ୍ଟାଡିୟମରେ ଖେଳାଯାଉଛି । ତେବେ ଦୁର୍ଭାଗ୍ୟର ବିଷୟ ହେଉଛି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡରେ ବର୍ଷା ସାଜିଛି ବାଧକ ।

ତେବେ ବର୍ଷା ଯୋଗୁଁ ବିଳମ୍ବରେ ଟସ ପଡିଥିଲା । ସ୍ଥାନୀୟ ସମୟର 11 ଟାରେ ମ୍ୟାଚ ଖେଳାଯିବାର ଥିଲା । ମାତ୍ର ଦୁଇ ଘଣ୍ଟାରୁ ଅଧିକ ବଳମ୍ବରେ ଟସ୍‌ ପଡିଥିଲା । ଟସ ଜିତି ଘରୋଇ ଇଂଲିଶ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ମାତ୍ର ମ୍ୟାଚର 17 ଓଭର ଖେଳରେ ପୁଣି ଥରେ ବର୍ଷା ହେବା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଛି । ଶେଷ ଅପଡେଟ୍‌ ସୁଦ୍ଧା 17.4 ବଲ ଖେଳାଯାଇଥିବା ବେଳେ ଇଂଲଣ୍ଡ ଗୋଟିଏ ୱିକେଟ ହରାଇ 35ରନ କରିଛି ।

ଘରୋଇ ଦଳ ପକ୍ଷରୁ ରୋରି ବ୍ରୁନ୍ସ ଓ ଡୋମନିକ ସିବଲେ ଓପନ କରିବାକୁ ଆସିଥିଲେ । ବିପକ୍ଷ ଇଣ୍ଡିଜ୍‌ର ଗାର୍ବିଏଲଙ୍କ ବଲରେ ବିନ କୌଣସି ରନ କରି ପାଭେଲିଅନ ଫେରିଥିଲେ ସିବଲେ । ତେଣୁ ବର୍ତ୍ତମାନ କ୍ରିଜରେ ରୋରି ବ୍ରୁନ୍ସ(20) ଓ ଜୋ ଡେନିଲ(14) ଅପରାଜିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.