ETV Bharat / sports

ଇଂଲଣ୍ଡର ଭାରତ ଗସ୍ତ ଇତିହାସ

ବର୍ଷ 1993ରେ ଇଂଲଣ୍ଡ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲା, ଏହାପରେ ଏଯାବତ ଇଂଲଣ୍ଡ ଟିମ ମୋଟ 14 ଥର ଭାରତ ଗସ୍ତରେ ଆସିସାରିଛି । ଅଧିକ ପଢନ୍ତୁ...

author img

By

Published : Jan 30, 2021, 7:12 PM IST

england tour of india history from 1933 to 2017
ଇଂଲଣ୍ଡର ଭାରତ ଗସ୍ତ ଇତିହାସ

ହାଇଦ୍ରାବାଦ: ଫେବ୍ରୁଆରୀ 5ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ହେବ । ଏହି ସିରିଜକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳୁଛି । ଏଯାବତ ଇଂଲଣ୍ଡ ଟିମ ମୋଟ 14 ଥର ଭାରତ ଗସ୍ତରେ ଆସିଛି ।

ଆଜି ଆମେ ଆପଣଙ୍କୁ ଇଂଲଣ୍ଡର ସମସ୍ତ 14ଥର ଭାରତ ଗସ୍ତର କାହାଣୀ କହିବାକୁ ଯାଉଛୁ । ନଜର ପକାନ୍ତୁ କେଉଁ ଗସ୍ତରେ ଇଂଲଣ୍ଡକୁ ମିଳିଛି ବିଜୟ ଓ କେବେକେବେ ବାଜିମାରିଛି ଭାରତୀୟ ଟିମ ।

1933/34, ଯେବେ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ ଟିମ

ବର୍ଷ 1933/34ରେ ଏ ପ୍ରଥମ ଅବସର ଥିଲା, ଯେବେ ଇଂଲଣ୍ଡ କ୍ରିକେଟ ଟିମ ପ୍ରଥମ ଥର ଭାରତ ଗସ୍ତରେ ଆସିଥିଲା । ଏହି ସମୟରେ ଇଂଲଣ୍ଡର କ୍ୟାପଟେନ ଡଗଲସ ଜାର୍ଡିନ ଥିଲେ ଓ ଦୁଇ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ଏହି ଟେଷ୍ଟ ସିରିଜ ଅତିଥି ଟିମ 2-0ରେ ଜିତି ନିଜ ନାମରେ କରିଥିଲା । ଏହି ସିରିଜରେ ଭାରତର କ୍ୟାପଟେନ ସି.କେ.ନାୟୁଡୁ ଥିଲେ ।

england tour of india history from 1933 to 2017
ଇଂଲଣ୍ଡର ଭାରତ ଗସ୍ତ 1933

ଇଂଲଣ୍ଡ ପ୍ରଥମ ଟେଷ୍ଟ ମୁମ୍ବାଇର ଜିମଖାନା ଷ୍ଟାଡିୟମରେ 9 ୱିକେଟରେ ଜିତିଥିଲା । ପରେ କୋଲକାତାରେ ଖେଳାଯାଇଥିବା ଦ୍ବିତୀୟ ମୁକାବିଲା ଡ୍ର ରହିଥିଲା । ତେବେ ତୃତୀୟ ମ୍ୟାଚ ଇଂଲଣ୍ଡ ଚେନ୍ନାଇରେ 202 ରନରେ ଜିତିଥିଲା ।

1951/52 ଯେବେ ଇଂଲଣ୍ଡକୁ ମାତ୍‌ ଦେଇଥିଲା ଭାରତ

1951/52ରେ ଇଂଲଣ୍ଡ ନିଗଲ ହାୱାର୍ଡଙ୍କ ନେତୃତ୍ବରେ ଦ୍ବିତୀୟ ଥର ଭାରତ ଗସ୍ତରେ ଆସିଥିଲା । ଦୁଇଟିମ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା, ଯାହାକି 1-1ରେ ସିରିଜ ବରାବରରେ ଶେଷ ହୋଇଥିଲା । ଏହି ସିରିଜର ପ୍ରଥମ 3ଟି ମୁକାବିଲା ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଖେଳାଯାଇଥିଲା, ଯାହାକି ଡ୍ରରେ ଶେଷ ହୋଇଥିଲା ।

ଏହା ବ୍ୟତୀତ କାନପୁରରେ ଖେଳାଯାଇଥିବା 4ର୍ଥ ଟେଷ୍ଟରେ ଇଂଲଣ୍ଡକୁ 8 ୱିକେଟରେ ବିଜୟ ମିଳିଥିଲା । ପରେ ସିରିଜର ଶେଷ ଟେଷ୍ଟ ତଥା ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଟିମ ଇଂନିସ ଓ 8 ରନରେ ବିଜୟୀ ହୋଇଥିଲା । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତୀୟ ଟିମର ପ୍ରଥମ ବିଜୟ ଥିଲା ।

ଏହି ବିଜୟ ଟିମ ଇଣ୍ଡିଆକୁ ବିଜୟ ହଜାରେଙ୍କ ନେତୃତ୍ବରେ ମିଳିଥିଲା ଓ ପ୍ରଥମ ମୌକା ମଧ୍ୟ ଥିଲା, ଯେବେ ଇଂଲଣ୍ଡ ବିପକ୍ଷରେ କୌଣସି ସିରିଜ ଡ୍ର କରିଥିଲା ଭାରତ ।

1961/62 ଭାରତ ଜିତିଲା ପ୍ରଥମ ଟେଷ୍ଟ ସିରିଜ

ବର୍ଷ 1961/62ରେ ଇଂଲିସ ଟିମ ପୁନର୍ବାର 5ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିଥିଲା । ଏହି ସିରିଜ 2-0ରେ ଜିତିନେଇଥିଲା ଭାରତ । ପ୍ରଥମ ଥର ଭାରତ, ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ବିଜେତା ହୋଇଥିଲା । ଘରୋଇ ଦଳ ଏହି ଐତିହାସିକ ସିରିଜ ବିଜୟ ନାରୀ କାଣ୍ଟ୍ରେକ୍ଟରଙ୍କ ଅଧିନାୟକତ୍ବରେ ମିଳିଥିଲା ଓ ଇଂଲଣ୍ଡର ଅଧିନାୟକତ୍ବ ଟେଡ ଟେକ୍ସଟରଙ୍କ ହାତରେ ରହିଥିଲା ।

ବିନୁ ମଙ୍କଡ

ମୁମ୍ବାଇ, କାନପୁର ଓ ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚ ଡ୍ର ରହିଥିଲା । କୋଲକାତା ଟେଷ୍ଟରେ ଭାରତ 187 ରନରେ ଓ ଚେନ୍ନାଇ ଟେଷ୍ଟକୁ 128 ରନରେ ଜିତିଥିଲା ଭାରତ ।

1963/64 ବରାବରରେ ସମାପ୍ତ ହୋଇଥିଲା ଲଢେଇ

ଇଂଲଣ୍ଡର ଭାରତ ଗସ୍ତ 1960

1963/64ରେ ଇଂଲଣ୍ଡ ଟିମ 5ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ମାଇକ ସ୍ମିଥଙ୍କ କାର୍ଯ୍ୟକାଳରେ ଭାରତ ଗସ୍ତରେ ଆସିଥିଲା । ଏହି ସମୟରେ ଟିମ ଇଣ୍ଡିଆର ନେତୃତ୍ବ ମନସୁର ଅଲୀ ପଟୌଦୀଙ୍କ ହାତରେ ରହିଥିଲା । ସିରିଜରେ ଖେଳାଯାଇଥିବା 5ରୁ 5 ମ୍ୟାଚ ଡ୍ର ରହିଥିଲା । ଇଂଲଣ୍ଡ ଟିମକୁ ଗୋଟିଏ ବିଜୟ ପାଇଁ କଡା ସଂଘର୍ଷ କରିବାକୁ ପଡିଥିଲା । ସିରିଜ ଡ୍ର କରିବା ପରେ ଭାରତୀୟ ଟିମ ବହୁ ପ୍ରଶଂସିତ ହୋଇଥିଲା ।

ଇଂଲଣ୍ଡର ଭାରତ ଗସ୍ତ 1964

1972/73 ଯେବେ ଚନ୍ଦ୍ରଶେଖର ଓ ବେଦୀଙ୍କ ସ୍ପିନ ଜାଲରେ ଫସିଲେ ଇଂଗ୍ରେଜ

ବର୍ଷ 1972/73ରେ ଟୋନି ଲୁଇସଙ୍କ ଅଧିନାୟକତ୍ବରେ ଇଂଲଣ୍ଡ ଟିମ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବାରତ ଗସ୍ତରେ ଆସିଥିଲା । ଭାରତୀୟ ଟିମର ଅଧିନାୟକତ୍ବ ଦାୟିତ୍ବ ସେହିସମୟରେ ଅଜିତ ୱାଡେକରଙ୍କ ହାତରେ ରହିଥିଲା । ସିରିଜର ଆରମ୍ଭ ଇଂଲଣ୍ଡର ବଡ ବିଜୟରୁ ହୋଇଥିଲା । ଦିଲ୍ଲୀ ଟେଷ୍ଟକୁ ଭ୍ରମଣକାରୀ ଟିମ 6 ୱିକେଟରେ ଜିତିନେଇଥିଲା । ମାତ୍ର ଏହି ମ୍ୟାଚ ପରେ ପରାଜୟକୁ ଭୁଲି ବିଜୟ ଟ୍ରାକ୍‌କୁ ଫେରିଥିଲା ଭାରତ । ପ୍ରଥମେ କୋଲକାତା ଟେଷ୍ଟକୁ 28ରନରେ ଓ ପରେ ଚେନ୍ନାଇରେ 4 ୱିକେଟରେ ବିଜୟୀ ହୋଇଥିଲା । ଫଳରେ 5 ମ୍ୟାଚ ବିଶିଷ୍ଟ ସିରିଜ 2-1ରେ ଆଗୁଆ ରହିଥିଲା ଓ ଶେଷ ଦୁଇଟି ମୁକାବିଲା ଡ୍ରରେ ଶେଷ ହୋଇଥିଲା । ଏହି ସିରିଜରେ ଲେଗ ସ୍ପିନର ଭଗବତ ଚନ୍ଦ୍ରଶେଖର 35 ଓ ବିଶନ ସିଂହ ବେଦୀ 25 ଇଂଲିସ ବ୍ୟାଟ୍ସମ୍ୟାନ ଶିକାର କରିଥିଲେ ।

ଭଗବତ ଚନ୍ଦ୍ରଶେଖର

1976/77 ଇଂଲଣ୍ଡ 43 ବର୍ଷ ପରେ ଭାରତରେ ଟେଷ୍ଟ ସିରିଜ ଜିତିଲା

ବର୍ଷ 1976ରେ ଇଂଲଣ୍ଡ ଟିମ ଟୋନି ଗ୍ରେଗଙ୍କ ନେତୃତ୍ବରେ 5 ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରିଥିଲା ଓ ଏହି ଗସ୍ତ ଅତିଥି ଟିମ ପାଇଁ କୌଣସି ସ୍ବପ୍ନ ଠାରୁ କମ ହୋଇନଥିଲା । ଗ୍ରେଗ ଆଣ୍ଡ କୋ ଲଗାତାର 3ଟି ଟେଷ୍ଟ ଜିତିବା ସହ ସିରିଜ ନିଜ ନାମରେ କରିଥିଲେ । ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚକୁ 25 ରନରେ, କୋଲକାତା ଟେଷ୍ଟକୁ 10 ୱିକେଟରେ ଓ ଚେନ୍ନାଇ ଟେଷ୍ଟରକୁ 200 ରନରେ ଜିତିଥିଲା ।

ବିଶନ ସିଂହ ବେଦୀ

ଭାରତୀୟ ଟିମ ସିରିଜ ହାରିସାରିଥିଲା, ମାତ୍ର ବାଙ୍ଗାଲୁରୁ ଟେଷ୍ଟକୁ 140 ରନର ବଡ ବ୍ୟବଧାନରେ ଜିତି କମବ୍ୟାକ କରିଥିଲା । ମୁମ୍ବାଇରେ ଖେଳାଯାଇଥିବା ଶେଷ ମ୍ୟାଚ ଡ୍ର ରହିଥିଲା । ଏହି ସିରିଜରେ ଭାରତର କ୍ୟାପଟେନ ବିଶନ ସିଂ ବେଦୀ ଥିଲେ ।

1981/82 ପ୍ରଥମ ଥର ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା 6ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ

ଏହା ପ୍ରଥମ ଅବସର ଥିଲା, ଯେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ 6ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆୟୋଜନ କରାଯାଇଥିଲା । ଏହି ସିରିଜ ସୁନୀଲ ଗାଭାସ୍କରଙ୍କ ଅଧିନାୟକତ୍ବରେ ଭାରତ 1-0ରେ ଜିତିଥିଲା । ବାକି ସମସ୍ତ ମ୍ୟାଚ ବିନା କୌଣସି ଫଳାଫଳରେ ଶେଷ ହୋଇଥିଲା । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏକମାତ୍ର ଟେଷ୍ଟ 138 ରନରେ ଭ୍ରମଣକାରୀ ଟିମକୁ ହରାଇଥିଲା ଭାରତ ।

କପିଳ ଦେବ

ଏହି ସିରିଜରେ ଭାରତ ପକ୍ଷରୁ ଅଧିନାୟକ ସୁନୀଲ ଗାଭାସ୍କର ସର୍ବାଧିକ 500 ରନ୍‌ କରିଥିଲେ । କପିଳ ଦେବ ମଧ୍ୟ ଉଭୟ ବଲ ଓ ବ୍ୟାଟରେ ବିଦେଶୀ ଟିମପାଇଁ କଣ୍ଟା ସାଜିଥିଲେ । କପିଳ 5ଟି ମ୍ୟାଚରୁ 318 ରନ ସଂଗ୍ରହ କରିବା ରହ, 22 ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ।

1984/85, ଇଂଲଣ୍ଡର ସମ୍ମାନ ରଖିଥିଲେ ମାଇକ ଗୋଟିଂ

ବର୍ଷ 1983ରେ ଭାରତ ବିଶ୍ବକପ ଜିତିବା ସହ ବିଶ୍ବରେ ନିଜର ଶକ୍ତିର ପରିଚୟ ଦେଇଥିଲା । କ୍ରିକେଟ ଦୁନିଆରେ ଭାରତର ସ୍ତର ବହୁତ ବଢିଯାଇଥିଲା । ବର୍ଷ 1984/85ଯେବେ ଇଂଲଣ୍ଡ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିଥିଲା, କଡା ମୁକାବିଲାର ସିରିଜ ହେବାନେଇ ଆଶା କରାଯାଉଥିଲା । ମୁମ୍ବାଇରେ ଖେଳାଯାଇଥିବା ସିରିଜର ପ୍ରଥମ ଟେଷ୍ଟ ଭାରତ ଜିତିନେଇଥିଲା, ମାତ୍ର ବାକି 4ଟି ମ୍ୟାଚରୁ 2ଟିଜିତି ଇଂଲଣ୍ଡ ସିରିଜ ନିଦଜ ନାମରେ କରିପାରିଥିଲା ।

ଇଂଲଣ୍ଡର ଭାରତ ଗସ୍ତ 1984

ଡେଭିଡ ଗୋଭରଙ୍କ ଅଧିନାୟକତ୍ବରେ 8 ୱିକେଟରେ ଜିତିଥିଲା, ପରେ ଚେନ୍ନାଇରେ 9 ୱିକେଟରେ ବିଜୟ ମିଳିଥିଲା । ଏହି ସିରିଜରେ ମାଇକ ଗୋଟିଂଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ସିରିଜରେ 95.83 ହାରରେ ସର୍ବାଧିକ 575 ରନ ସଂଗ୍ରହ କରିଥିଲେ ।

1992/93, ଇଂଲଣ୍ଡକୁ ଧୂଳି ଚଟାଇଥିଲା ଭାରତ

ବର୍ଷ 1992/93ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଭାରତୀୟ କ୍ରିକେଟ ଟିମ ଓ ଫ୍ୟାନ୍ସଙ୍କ ପାଇଁ ସ୍ମରଣୀୟ ହୋଇଥିଲା । ଦୁଇ ଦେଶ ମଧ୍ୟରେ 3ଟି ଟେଷ୍ଟ ଖେଳାଯାଇଥିଲା । ମହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ବରେ ସମସ୍ତ ମ୍ୟାଚରେ ବିଜୟବାନ ଉଡାଇଥିଲା ଟିମ ଇଣ୍ଡିଆ ।

ଅନିଲ କୁମ୍ବଲେ

କୋଲକାତାରେ ଖେଳାଯାଇତିବା ମ୍ୟାଚକୁ ଭାରତ 8ୱିକେଟରେ, ଚେନ୍ନାଇ ଟେଷ୍ଟକୁ ଇଂନିସ ଓ 22 ରନରେ ଓ ମୁମ୍ବାଇ ଟେଷ୍ଟକୁ ଇଂନିସ ଓ 15 ରନରେ ଜିତିନେଇଥିଲା । ସିରିଜରେ ଅନିଲ କୁମ୍ବଲେ 3ଟି ମ୍ୟାଚରେ 19.81 ହାରରେ 21 ୱିକେଟ ଦଖଲ କରିଥିଲେ । ଏହି ସମୟେର ଇଂଲଣ୍ଡର କ୍ୟାପଟେନ ଗ୍ରାହମ ଗୋଚ ଥିଲେ ।

2001/02, ସଂପୂର୍ଣ୍ଣ ଇଂଲଣ୍ଡ ଉପରେ ଭାରୀ ପଡିଥିଲେ ତେନ୍ଦୁଲକର ଓ କୁମ୍ବଲେ

ବର୍ଷ 2001ରେ ଇଂଲଣ୍ଡ ନାସିର ହୁସେନଙ୍କ ଅଧିନାୟକତ୍ବରେ ଭାରତ ଗସ୍ତରେ ଆସିଥିଲା । ଦୁଇ ଦେଶ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା । ଅନ୍ୟପଟେ ଏହି ସିରିଜ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ 1-0ରେ କବ୍ଜା କରିଥିଲା ଭାରତ ।

ଅନିଲ କୁମ୍ବଲେ-ହରଭଜନ ସିଂହ

ମୋହାଲିରେ ଖେଳାଯଇଥିବା ମ୍ୟାଚରେ 10 ୱିକେଟରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ସିରିଜରେ ସଚିନ ତେନ୍ଦୁଲକର 307 ରନ ସଂଗ୍ରହ କରିଥିଲେ ଓ ଅନିଲ କୁମ୍ବଲେ 19 ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇଥିଲେ ।

2005/06 ଯେବେ ବରାବରରେ ଶେଷ ହୋଇଥିଲା ସିରିଜ

2005ରେ ଇଂଲଣ୍ଡ ଟିମ 3ଟିକିଆ ଟେଷ୍ଟ ପାଇଁ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍‌ଙ୍କ ଅଧିନାୟକତ୍ବରେ ଭାରତ ଗସ୍ତରେ ଆସିଥିଲା ଓ ସିରିଜ 1-1ରେ ବରାବରରେ ଶେଷ ହୋଇଥିଲା ।

ଇଂଲଣ୍ଡର ଭାରତ ଗସ୍ତ 2005

ଏହା ସମୟରେ ଭାରତୀୟ ଟିମର ଅଧିନାୟକତ୍ବ ଦାୟିତ୍ବ ରାହୁଲ ଦ୍ରାବିଡଙ୍କ ହାତରେ ରହିଥିଲା । ସିରିଜର ପ୍ରଥମ ମୁକାବିଲା ଡ୍ର ରହିଥିଲା ଓ ମୋହାଲି ଟେଷ୍ଟକୁ 9 ୱିକେଟରେ ଭାରତ ନିଜ ନାମରେ କରିଥିଲା । ଅନ୍ୟପଟେ ସିରିଜର ଶେଷ ମ୍ୟାଚକୁ 212 ରନର ବଡ ବ୍ୟବଧାନରେ ଭ୍ରମଣକାରୀ ଟିମ ଜିତିବା ସହ ସିରିଜ ବରାବର କରିଥିଲା ।

2008/09 ଇତିହାସ ରଚିଥିଲା ଭାରତ

2008ରେ ଦୁଇ ଦେଶ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଖେଳାଯାଇଥିଲା, ଯେଉଁଥିରେ 1-0ରେ ଜିତିବା ସହ ଇତିହାସ ରଚିଥିଲା ଭାରତ । ସିରିଜର ଅନ୍ତିମ ମ୍ୟାଚ ଚେନ୍ନାଇରେ ଖେଳାଯାଇଥିଲା । ସାମ୍ନାରେ ଥିଲା 387 ରନର ବିଶାଳ ବିଜୟ ଲକ୍ଷ୍ୟ । ତେବେ ଏହି ବଡ ଲକ୍ଷ୍ୟକୁ 4 ୱିକେଟ ହରାଇ ସଫଳତାର ସହ ହାସଲ କରିଥିଲା ଭାରତ । ଏହି ବିଜୟ ଭାରତୀୟ କ୍ରିକେଟ ଇତିହାସରେ ଦ୍ବିତୀୟ ସର୍ବବୃହତ ବିଜୟ ଥିଲା । ଲକ୍ଷ୍ୟ ପିଛା କରି ସଚିନ ତେନ୍ଦୁଲକର 4ର୍ଥ ଇଂନିସରେ ଅପରାଜିତ 103 ରନର ଇଂନିସ ଖେଳିଥିଲେ ।

ସଚିନ ତେନ୍ଦୁଲକର- ଯୁବରାଜ ସିଂହ

2012/13, ଏ ସେହି ସିରିଜ ଯାହାକୁ କେବେ ସ୍ମରଣ କରିବାକୁ ଚାହିଁବନି ଭାରତ

2012ରେ ଇଂଲଣ୍ଡ ଆଲିଷ୍ଟର କୁକ୍‌ଙ୍କ ନେତୃତ୍ବରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିଥିଲା । ପ୍ରଥମ ମୁକାବିଲା ଧୋନି ଧୁରନ୍ଦର ଅହମ୍ମଦାବାଦରେ 9 ୱିକେଟରେ ଜିତିଥିଲେ । ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଟିମକୁ ସିରିଜ ବିଜୟୀର ଫେବରିଟ ମନାଯାଉଥିଲା । ମାତ୍ର ସବୁକିଛି ଓଲଟପାଲଟ ହୋଇଯାଇଥିଲା ।

ଆଲିଷ୍ଟାର କୁକ୍‌- କେଭିନ ପିଟରସନ

ଇଂଲଣ୍ଡ ଅହମ୍ମଦାବାଦରେ ମିଳିଥିବା ପରାଜୟ ପରେ, ମୁମ୍ବାଇ ଟେଷ୍ଟକୁ 10 ୱିକେଟ ଜିତିଥିଲା । ପରେ କୋଲକାତାରେ 7 ୱିକେରେ ବିଜୟ ସହ ଭାରତକୁ ଦୃଢ ଜବାବ ଦେଇଥିଲା । ଶେଷ ମୁକାବିଲା ଡ୍ର ରହିବା ପରେ ଇଂଲଣ୍ଡ 2-1ରେ ସିରିଜ ଜିତିବାରେ ସଫଳ ହୋଇଥିଲା । କ୍ୟାପଟେନ କୁକ୍‌ ଏହି ସିରିଜରେ 562 ରନ ସଂଗ୍ରହ କରିଥିଲେ ।

2016/17, ଇଂଲଣ୍ଡକୁ ମିଳିଥିଲା ଲଜ୍ଜାଜନକ ପରାଜୟ

ବର୍ଷ 2016ରେ ମଧ୍ୟ ଆଲିଷ୍ଟାର କୁକ୍‌ଙ୍କ ଅଧିନାୟକତ୍ବରେ ଭାରତ ଗସ୍ତରେ ଆସିଥିଲା ଇଂଲଣ୍ଡ । ବିରାଟ କୋହଲିଙ୍କ ନେତୃତ୍ବରେ ଏହି ସିରିଜକୁ 4-0ରେ ଜିତି ନିଜ ନାମରେ କରିଥିଲା ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ ଡ୍ର ରହିବା ପରେ, ଭାରତ ବିଶାଖାପାଟ୍ଟନାମରେ ଖେଳାଯାଇଥିବା ଟେଷ୍ଟରେ 246 ରନରେ, ମୋହାଲି ଟେଷ୍ଟକୁ 8 ୱିକେଟରେ , ମୁମ୍ବାଇ ଟେଷ୍ଟକୁ ଏକତରଫା ମୁକାବିଲାରେ ଇଂନିସ ଓ 36 ରନରେ ଓ ପୁନେ ଟେଷ୍ଟକୁ 3 ୱିକେଟରେ ଜିତିନେଇଥିଲା ।

2016ରେ ଇଂଲଣ୍ଡକୁ ହରାଇବା ପରେ ଭାରତୀୟ ଟିମ

ଏହି ସରିଜରେ ରବିଚନ୍ଦ୍ରନ ଅଶ୍ବିନ 28 ଓ ରବିନ୍ଦ୍ର ଜାଡେଜା 26 ୱିକେଟ ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.