ଗାଲେ: ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବିଜୟ ଦ୍ବାରଦେଶରେ ରହିଛି ଇଂଲଣ୍ଡ । 4ର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ବିଜୟ ପାଇଁ 38 ରନ ଆବଶ୍ୟକ କରୁଛି ଜୋ ରୁଟଙ୍କ ଦଳ ।
-
Dan Lawrence and Jonny Bairstow take England to 38/3 at stumps on day four.
— ICC (@ICC) January 17, 2021 " class="align-text-top noRightClick twitterSection" data="
The visitors need 36 runs to win while Sri Lanka need seven wickets.#SLvENG Scorecard ➞ https://t.co/uTfWpFGwrm pic.twitter.com/43rJb4nHdi
">Dan Lawrence and Jonny Bairstow take England to 38/3 at stumps on day four.
— ICC (@ICC) January 17, 2021
The visitors need 36 runs to win while Sri Lanka need seven wickets.#SLvENG Scorecard ➞ https://t.co/uTfWpFGwrm pic.twitter.com/43rJb4nHdiDan Lawrence and Jonny Bairstow take England to 38/3 at stumps on day four.
— ICC (@ICC) January 17, 2021
The visitors need 36 runs to win while Sri Lanka need seven wickets.#SLvENG Scorecard ➞ https://t.co/uTfWpFGwrm pic.twitter.com/43rJb4nHdi
ଶ୍ରୀଲଙ୍କା ପାଇଁ ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ସହ ମାତ୍ର 135 ରନ ମହଙ୍ଗ ହୋଇଛି । ଇଂଲଣ୍ଡ ପ୍ରଥମ ଇଂନିସରେ 421 ରନର ବିଶାଳ ସ୍କୋର କରିବା ପରେ ମ୍ୟାଚ ଇଂଲଣ୍ଡ ନିୟନ୍ତ୍ରଣକୁ ଚାଲିଯାଇଥିଲା । ପରେ ଘରୋଇ ଦଳ ଲଢୁଆ ପ୍ରଦର୍ଶନ କରିବା ସହ 359 ରନ ସଂଗ୍ରହ କରିଥିଲା ।
ଲାହିରୁ ଥିରିମାନେ 111 ଓ ଆଞ୍ଜେଲୋ ମାଥ୍ୟୁସ ଦମଦାର 71 ରନର ଇଂନିସ ଖେଳିଥିଲେ । ଏହାପରେ ଇଂଲଣ୍ଡ ସାମ୍ନାରେ ମାତ୍ର 73 ରନର ବିଜୟ ଲକ୍ଷ୍ୟ ରହିଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା 3ଟି ୱିକେଟହରାଇ 38 ରନ ସଂଗ୍ରହ କରିନେଇଛି ଦଳ । ଫଳରେ ଶେଷ ଦିନରେ ବିଜୟ ପାଇଁ 36 ରନର ଆବଶ୍ୟକତା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ