ETV Bharat / sports

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ: ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଅଭ୍ୟାସ ପାଇଁ ମିଳିବ 3 ଦିନ

author img

By

Published : Jan 25, 2021, 2:53 PM IST

ଭାରତରେ ପହଞ୍ଚିବା ପରେ ଇଂଲଣ୍ଡ ଟିମକୁ 6ଦିନରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଫଳରେ ପ୍ରଥମ ଟେଷ୍ଟ ପୂର୍ବରୁ ଦଳକୁ ମାତ୍ର 3 ଦିନ ମିଳିବ ଅଭ୍ୟାସ ପାଇଁ ।

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ : ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଅଭ୍ୟାସ ପାଇଁ ମିଳିବ 3 ଦିନ

ଲଣ୍ଡନ: ଇଂଲଣ୍ଡ ଟିମ ଶ୍ରୀଲଙ୍କା ଗସ୍ତ ସମାପ୍ତ କରି ଭାରତ ସହ ସିରିଜ୍‌ ଖେଳିବାକୁ ଆସିବ । ତେବେ ଭାରତ ଆସିବା ପରେ ଭ୍ରମଣକାରୀ ଟିମ୍‌କୁ 6ଦିନରେ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଫେବୃଆରୀ 5ରୁ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେଉଥିବାରୁ ଇଂଲଣ୍ଡ ଦଳକୁ ଅଭ୍ୟାସ ପାଇଁ ମାତ୍ର 3 ଦିନ ସମୟ ମିଳିବ ।

england-squad-will-get-three-days-to-train-before-first-test-in-chennai
ଇଂଲଣ୍ଡ କ୍ରିକେଟ ଟିମ

ଶ୍ରୀଲଙ୍କା ଗସ୍ତରେ ଯାଇନିଥିବା ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଓ ରୋରି ରବିବାର ରାତିରେ ଭାରତ ପହଞ୍ଚିଛନ୍ତି । ସେମାନେ ହୋଟେଲରେ କ୍ବାରେଣ୍ଟାଇନ ଅବଧି ସମାପ୍ତ କଲାପରେ ଅଭ୍ୟାସ ପାଇଁ 5 ଦିନର ସମୟ ମିଳିବ ।

ସମସ୍ତ ଖେଳାଳିଙ୍କ 6 ଦିନରେ 3ଥର କୋଭିଡ ପରୀକ୍ଷା କରାଯିବ ।

ମହାମାରୀ ମଧ୍ୟରେ ଭାରତ ପ୍ରଥମ ଅନ୍ତରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଯାଉଛି । ଭାରତୀୟ କ୍ରିକେଟ ବୋର୍ଡକୁ ଏହି ଆୟୋଜନ ସଠିକ୍‌ ଢଙ୍ଗରେ କରିବାକୁ ପଡିବ କାରଣ ଏହାପରେ ସ୍ବଦେଶରେ ହିଁ ଆଇପିଏଲ ଆୟୋଜନ କରିବାକୁ ସହଜ ହେବ । କୋରୋନା କାରଣରୁ ଆଇପିଏଲ 2020ରେ ୟୁଏଇରେ ଆୟୋଜିତ ହୋଇଥିଲା ।

ଭାରତ-ଇଂଲଣ୍ଡର ଅନ୍ତିମ 2ଟି ଟେଷ୍ଟ ସିରିଜ ଅହମଦାବାଦରେ ଖେଳାଯିବ । ଏହି ସିରିଜ ଜୈବ ସୁରକ୍ଷିତ ବାତାବରଣ ମଧ୍ୟରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.