ETV Bharat / sports

କୋରୋନା କାରଣରୁ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

author img

By

Published : Dec 7, 2020, 9:20 PM IST

ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ । ଅଧିକ ପଢନ୍ତୁ...

England ODI series in South Africa cancelled because of COVID
କୋରୋନା କାରଣରୁ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ

କେପଟାଉନ: ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ବାତିଲ । ଉଭୟ ଦଳର ଖେଳାଳି ରହୁଥିବା କେପଟାଉନର ବିଳାଶପୂର୍ଣ୍ଣ ହୋଟେଲରେ କୋରୋନା ଭାଇରସ ପଜିଟିଭ କେସ୍ ସାମ୍ନାକୁ ଆସିବା କାରଣରୁ ସୋମବାର ଏହି ସିରିଜ ବାତିଲ ଘୋଷଣା ହୋଇଛି ।

ଉଭୟ ସ୍କ୍ବାଡର ସଦସ୍ୟ ସଂକ୍ରମିତ ଥିବା ସହ ଦୁଇଜଣ ହୋଟେଲ ଷ୍ଟାଫ ସଦସ୍ୟ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୁରକ୍ଷାକୁ ଦୃଷ୍ଟିରେ ରଖି, ଉଭୟ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି) ଓ କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏସଏ) ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି ।

ସିରିଜର ପ୍ରଥମ ମ୍ୟାଚ ଗତ ଶୁକ୍ରବାର ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ଜଣେ ଦକ୍ଷିଣ ଆଫ୍ରିକୀୟ ଖେଳାଳି ମ୍ୟାଚ ଦିନ ସକାଳେ ପଜିଟିଭ ଜଣାପଡିବା ପରେ, ରବିବାରକୁ ସ୍ଥଗିତ ହୋଇଥିଲା । ପରେ ଦୁଇଜଣ ହୋଟେଲ ଷ୍ଟାଫ୍ କୋଭିଡ-19 ପଜିଟିଭ ଚିହ୍ନଟ ହେବାପରେ, ରବିବାର ମ୍ୟାଚ ବାତିଲ ହୋଇଥିଲା ।

ପରେ ଅବଶିଷ୍ଟ ମ୍ୟାଚ ପୂର୍ବରୁ ଜଣେ ଇଂଲଣ୍ଡ ସ୍କ୍ବାଡର ଦୁଇଜଣ ସଦସ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.